ସମୁଦ୍ରରୁ ପର୍ଯ୍ୟଟକ ଉଦ୍ଧାର

Get real time updates directly on you device, subscribe now.

ପୁରୀ,(ବି.ବି.ଆ.ପ୍ର): ସମୁଦ୍ର ସ୍ନାନ କରୁଥିବାବେଳେ ବୁଡ଼ି ଯାଉଥିବା ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫ୍ ଗାର୍ଡ । ପର୍ଯ୍ୟଟକ ଜଣକ ହେଲେ ଆସାମ ତିନ୍ସୁକିଆ ଥାନା ଅଞ୍ଚଳର ଜୟ ଶଙ୍କର ଚୌଧୂରୀ (୩୩) । ସେ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ । ବୁଧବାର ଅପରାହ୍ନ ସାଢେ ଗୋଟେ ସମୟରେ ଚୈତନ୍ୟ ଛକ ସମ୍ମୁଖ ସମୁଦ୍ରରେ ସ୍ନାନ କରୁଥିଲେ । ହଠାତ୍ ପାଣି ଭିତରକୁ ଭାସିଯାଉଥିବାବେଳେ ଉପସ୍ଥିତ ଲାଇଫ୍ ଗାର୍ଡମାନେ ତାଙ୍କୁ ଉଦ୍ଧାର କରିଥିଲେ । ଲୁଣି ପାଣି ପିଇ ଅସୁସ୍ଥ ହୋଇ ପଡ଼ିଥିବା ଜୟଶଙ୍କରଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons