ସମୁଦ୍ରରେ ଡଙ୍ଗା ବୁଡ଼ି ୨ ନିଖୋଜ

Get real time updates directly on you device, subscribe now.

ପାରାଦୀପ,(ବି.ବି.ନୁ୍ୟଜ): ପାରାଦୀପ ମେରାଇନ୍ ଥାନା ଅନ୍ତର୍ଗତ ନେହରୁବଙ୍ଗଳା ପଥର ବନ୍ଧ ନିକଟରେ ସମୁଦ୍ର ମଧ୍ୟରେ ଆଜି ଏକ ମାଛଧରା ଡଙ୍ଗା ବୁଡ଼ି ଯାଇଥିବା ଜଣାପଡ଼ିଛି । ଡଙ୍ଗାଟି ସମୁଦ୍ରରୁ ମାଛ ଧରି ୭ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ମୁହାଣ ପଟକୁ ଫେରୁଥିବା ବେଳେ ଉଚ୍ଚ ଲହଡ଼ି ଯୋଗୁଁ ଭାରସାମ୍ୟ ହରାଇ ପାଣିରେ ଓଲଟି ପଡ଼ିଥିଲା । ଫଳରେ ସମସ୍ତ ୭ ଜଣ ଯାକ ମତ୍ସ୍ୟଜୀବୀ ସମୁଦ୍ର ପାଣିରେ ବୁଡ଼ି ଯାଇଥିଲେ । ପାଖରେ ଥିବା କିଛି ମତ୍ସ୍ୟଜୀବୀ ଏ ଦୃଶ୍ୟ ଦେଖି ତୁରନ୍ତ ପାଖକୁ ଆସି ୫ ଜଣଙ୍କୁ ଉଦ୍ଧାର କରିନେଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରିପାରିନଥିଲେ । ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀ ମାନେ ହେଲେ କମ୍ବଲ ସୁରିବାବୁ, ପଲେତି ଇଲାଜି, କେ କ୍ରିଷ୍ଣା, କେ ପାପାରାଓ ଓ ଟାଟା ରାଓ । ଏମାନେ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି । ମାତ୍ର ଦମଲ କାମରାଜ(୪୨) ଓ ସିଏଚ୍ ଦେଉଡ଼ୁ(୩୦)ଙ୍କର କୌଣସି ପତ୍ତା ମିଳୁନଥିବା ବେଳେ ସେମାନଙ୍କୁ ଖୋଜାଖୋଜି ଜାରି ରହିଛି । ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଭୟଙ୍କୁ ଉଦ୍ଧାର କରାଯାଇନାହିଁ । ଡଙ୍ଗାଟି ହେଉଛି ଷଣ୍ଢକୁଦ ଅଞ୍ଚଳର ମା’ ରାମଚଣ୍ଡୀ । ଘଟଣାସ୍ଥଳରେ ମେରାଇନ୍ ପୁଲିସ ଓ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉପସ୍ଥିତ ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons