ସମୁଦ୍ରରେ ବୁଡ଼ି ଜଣେ ମୃତ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ସମୁଦ୍ରରେ ବୁଡ଼ି ଜଣେ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ୪ ଜଣ ଉଦ୍ଧାର ହୋଇଥିବାବେଳେ ଜଣେ ନିଖୋଜ ଥିବା ଜଣାପଡିଛି । ମଙ୍ଗଳବାର ପୃଥକ ସମୟରେ ଭିନ୍ନ ଭିନ୍ନ ସ୍ଥାନରେ ଏଭଳି ଅଘଟଣା ଘଟିଛି । ମୃତ ପର୍ଯ୍ୟଟକ ହେଲେ ପଶ୍ଚିମବଙ୍ଗ ହାୱଡା ଜିଲ୍ଲା ଅନ୍ତାଇ ଥାନା ଅଞ୍ଚଳର ଅନୁପମ୍ ମଣ୍ଡଳ (୧୬) । ନିଖୋଜ ଥିବା ପର୍ଯ୍ୟଟକ ହେଲେ ପଶ୍ଚିମବଙ୍ଗ ବାସିର୍ହାଟ୍ ଅଞ୍ଚଳର ପ୍ରଶାନ୍ତ ଭଟ୍ଟାଚାର୍ଯ୍ୟଙ୍କ ପୁଅ ସଞ୍ଜୁ ଭଟ୍ଟାଚାର୍ଯ୍ୟ (୨୧) । ଉଦ୍ଧାର ହୋଇଥିବା ପର୍ଯ୍ୟଟକ ହେଲେ କୋଲ୍କାତା ଏନ୍ତାଲି ଅଞ୍ଚଳର ଅଙ୍କିତ ଗୁପ୍ତା (୩୦), ଅସୀମା ଗୁପ୍ତା (୨୫), ଅଙ୍କାଶ ଗୁପ୍ତା (୧୬) ଓ ସାନ୍ଭି ଗୁପ୍ତା (୧୦) । ଲାଇଫ୍ ଗାର୍ଡମାନେ ସେମାନଙ୍କୁ ଉଦ୍ଧାର କରିଥିବାବେଳେ ନିଖୋଜଙ୍କୁ ଖୋଜାଖୋଜି କରୁଥିବା କହିଛନ୍ତି ବିଚ୍ ଫାୟାର୍ ଷ୍ଟେସନ୍ ଅଫିସର୍ ଏସ୍ଆଇ ଧନଞ୍ଜୟ ମଲ୍ଲିକ ।
ଅପରାହ୍ନ ସାଢେ ୨ଟାରେ ଅନୁପମ୍ ଓ ତାଙ୍କ ବନ୍ଧୁ କାମେଲିଆ ହୋଟେଲ୍ ସମ୍ମୁଖ ସମୁଦ୍ରରେ ସ୍ନାନ କରୁଥିଲେ । ହଠାତ୍ ଭାସିଯାଇଥିଲେ ଅନୁପମ୍ । ନିଖୋଜ ହୋଇ ଯାଇଥିବାବେଳେ ଉପସ୍ଥିତ ଲାଇଫ୍ ଗାର୍ଡ ଖୋଜାଖୋଜି କରୁଥିଲେ । କିଛି ସମୟ ପରେ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଲାଗିଥିଲା ଅନୁପମ୍ଙ୍କ ନିସ୍ତେଜ ଶରୀର । ତାଙ୍କୁ ଲାଇଫ୍ ଗାର୍ଡ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସମୁଦ୍ର କୂଳ ଥାନା ପୁଲିସ ଅପମୃତୁ୍ୟ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସଂରକ୍ଷିତ ଗୃହରେ ଭର୍ତ୍ତି କରିଛି ।
ସେହିପରି ଅପରାହ୍ନ ୨ଟା ୧୫ରେ ପୁରୀ ହୋଟେଲ୍ ସମ୍ମୁଖରେ ଅଙ୍କିତ ଓ ତାଙ୍କ ପରିବାର ସମୁଦ୍ର ସ୍ନାନ କରୁଥିଲେ । ଉଚ୍ଚ ଲହଡି ଯୋଗୁଁ ଭାସିଯିବାବେଳ ଉପସ୍ଥିତ ଲାଇଫ୍ଗାର୍ଡ ସେମାନଙ୍କୁ ଉଦ୍ଧାର କରିଥିଲେ । ଅନ୍ୟପଟେ ଅପରାହ୍ନ ୨ଟାରେ ପିଙ୍କ୍ ହାଉସ୍ ହୋଟେଲ୍ ପଛପଟ ସମୁଦ୍ରରେ ସ୍ନାନ କରିବାବେଳେ ସଞ୍ଜୁ ଭାସି ଯାଇଥିଲେ । ରାତି ସୁଦ୍ଧା ତାଙ୍କର ପତ୍ତା ମିଳିନାହିଁ । ସମୁଦ୍ରକୂଳ ଥାନା ପୁଲିସ ବେଳାଭୂମି ଉପରେ ନଜର ରଖିଛି ବୋଲି କହିଛନ୍ତି ଆଇଆଇସି ଚିନ୍ମୟ ରାଉତ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons