ସମ୍ପତ୍ତି ବିବାଦରୁ ସଂଘର୍ଷ :ଆକ୍ରମଣରେ ଜଣେ ମୃତ, ୫ ଆହତ

Get real time updates directly on you device, subscribe now.

ଆଳି,(ବି.ବି.ଆପ୍ର): ଶନିବାର ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଧୀନ ଦେସାହିରେ ଜମିବାଡ଼ି ମାପଚୁପ୍କୁ କେନ୍ଦ୍ରକରି ଗୋÂୀ ସଂଘର୍ଷ ଘଟିଛି । ଉଭୟ ଗୋÂୀର ଠେଙ୍ଗା ଓ ପନିକି ଆକ୍ରମଣରେ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତକ ଜଣକ ହେଲେ ବିପିନ ମଳିକ(୪୯) ଓ ଗୁରୁତର ଥିବା ବ୍ୟକ୍ତି ଜଣକ ହେଲେ ନାରଣ ମଳିକ । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ଦଳିତ ସାହି ପୁରୁଷଶୂନ୍ୟ ହୋଇଯାଇଛି । ବରିÂ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛନ୍ତି । ଅଘଟଣ ଆଶଙ୍କାରେ ସସସ୍ତ୍ର ପୁଲିସ ମୁତୟନ କରାଯାଇଛି ।
ପୁଲିସ ସୂଚନା ମୁତାବକ ଦେସାହିର କେଶବ ମଳିକ ଓ ସ୍ୱର୍ଗତ ଧନୀ ମଳିକଙ୍କ ପରିବାର ମଧ୍ୟରେ ଏକ ରାସ୍ତାକୁ ନେଇ ବିବାଦ ରହିଛି । ଏହା ପୂର୍ବରୁ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଧନୀଙ୍କ ଦୁଇ ପୁଅ ଓ ଦୁଇ ନାତି ଜେଲ୍ ଯାଇ ଫେରିଥିଲେ । ପୁଣି ବିବାଦ ହେବାରୁ ଗତକାଲି ଗ୍ରାମର ଭଦ୍ର ଲୋକ ମାନେ ଏହାକୁ ସମାଧାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଜି ଅପରାହ୍ନରେ ଉକ୍ତ ଘଟଣାକୁ କେନ୍ଦ୍ରକରି ବିବାଦ ଆରମ୍ଭ ହୋଇ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । କେଶବ ମଳିକଙ୍କ ପକ୍ଷରୁ ପରବା ମଳିକ, ଅଶୋକ ମଳିକ, ବାଘା ମଳିକ, ପ୍ରଫୁଲ୍ଲ ମଳିକ, ପାଣ୍ଡବ ମଳିକ, ରବି ମଳିକ, ଉମା ମଳିକ ଓ ବିଶୁଆ ମଳିକଙ୍କ ଠେଙ୍ଗା ଓ ପନିକି ଆକ୍ରମଣରେ ବିପିନ ମଳିକ, ନାରଣ ମଳିକ, ସୁଧୀର ମଳିକ, ସନିଆ ମଳିକ,ନମିତା ମଳିକ ଓ ଫୁସି ମଳିକ ଆହତ ହୋଇଥିଲେ । ତେବେ ଗୁରୁତର ଅବସ୍ଥ୍ାରେ ବିପିନ ଓ ନାରଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ଜଗତପୁର ନିକଟରେ ବିପିନଙ୍କର ମୃତୁ୍ୟ ଘଟିଛି । ନାରଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ପଟ୍ଟାମୁଣ୍ଡାଇ ଏସ୍ଡିପିଓ ସନ୍ଧ୍ୟାରାଣୀ ବେହୁରିଆ, ଆଳି ଥାନା ଆଇଆଇସି ଦିଲୀପ ସାହୁ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons