ସରପଞ୍ଚଙ୍କ ସ୍ବାମୀଙ୍କୁ ଭୁଜାଲିରେ ହାଣିଲେ ଦୁର୍ବୃତ୍ତ

Get real time updates directly on you device, subscribe now.

ପାଲଲହଡା : ସରପଞ୍ଚଙ୍କ ସ୍ବାମୀଙ୍କୁ ଭୁଜାଲି ହାଣିଲେ ଦୁର୍ବୃତ୍ତ। ଏଥିସହ ଅନ୍ୟ ଏକ ଦମ୍ପତିଙ୍କୁ ମଧ୍ୟ ଭୁଜାଲିରେ ହାଣିଛନ୍ତି। ଅନୁଗୁଳ ପାଲଲହଡା ବ୍ଲକ ରଜଡଙ୍ଗ ଗ୍ରାମ ପଞ୍ଚାୟତରେ ଏଭଳି ଘଟଣା ଘଟିଛି। ଅନଗୁଳ ପାଲଲହଡା ବ୍ଲକ ରଜଡଙ୍ଗ ଗ୍ରାମ ପଞ୍ଚାୟତ ର ସରପଞ୍ଚ ବିଦ୍ୟା ଭାରତୀ ସାମଲ ଙ୍କ ସ୍ବାମୀଙ୍କୁ ୫ ଜଣ ଯୁବକ ବାଇକରେ ଆସି ହଠାତ ଭୁଜାଲିରେ ଆକ୍ରମଣ କରିଥିଲେ। ଏଥିସହ ଅନ୍ୟ ଏକ ଦମ୍ପତିଙ୍କୁ ଭୁଜାଲିରେ ହାଣି ଆହତ କରିଛନ୍ତି । ଗ୍ରାମର ଯାତ୍ରାମେଳଣ ଚାଲିଥିବା ବେଳେ ବାଇକରେ ୫ ଜଣ ଆସି ହଠାତ ଆକ୍ରମଣ କରିଥିବା ଜଣାପଡିଛି। ଆକ୍ରମଣର ସଠିକ ଜଣା ପଡ଼ିନାହିଁ। ଖମାର ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ଆହତ ମାନେ ସ୍ଥାନୀୟ ଖମାର ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଉଭୟ ଗୋଷ୍ଠୀ ମଧ୍ୟରେ କେଉଁ କାରଣରୁ ଏଭଳି ଘଟଣା ଘଟିଛି ତାହା ଷ୍ପଷ୍ଟ ଜଣାପଡିନାହିଁ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons