ସହର ତଳିରେ ପାଣି ସମସ୍ୟା

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ସହର ତଳି ଗୁଣ୍ଡୁରିଗୁଡା ଗାଁରେ ଦୀର୍ଘଦିନ ହେଲା ପିଇବା ପାଣି ସମସ୍ୟା ଲାଗିରହିଛି । ଗାଁ ଲୋକେ କିଛି ଦୂରରେ ଥିବା ଏକ କଲୋନିରୁ ପାଣି ଆଣି ଆବଶ୍ୟକତା ମେଣ୍ଟାଉଛନ୍ତି । ଅସୁବିଧା ନେଇ ବିଭାଗୀୟ ଅଧିକାରୀଙ୍କୁ ଗ୍ରାମବାସୀ ଜଣାଇଥିଲେ ହେଁ ଆଜିଯାଏ କିଛି ସୁଫଳ ମିଳିନି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଗାଁରେ ଥିବା ଦୁଇଟିଯାକ ନଳକୂଅ ଅଚଳ ହୋଇଯାଇଛି ।
ପୌର ପରିଷଦ ଅଧୀନ ୧୬ ନମ୍ବର ୱାର୍ଡରେ ଗାଁଟି ରହିଛି । ଏଠାରେ ୨୦ ଘର ପରଜା ଓ ଭତ୍ରା ସମ୍ପ୍ରଦାୟର ଲୋକ ଦୀର୍ଘଦିନରୁ ଜଙ୍ଗଲ ସଫା କରି ରହିଆସୁଛନ୍ତି । ଗାଁରେ ଦୁଇଟି ନଳକୂଅ ରହିଛି । ଗୋଟିଏ ଅନେକ ମାସ ହେଲା ଭାଙ୍ଗି ଯାଇଛି । ଅନ୍ୟଟି ଗତ ୪ ଦିନ ହେଲା ଅଚଳ ହୋଇପଡିଛି । ଅଭିଯୋଗ ପରେ ନଳକୂଅ ମରାମତି କରାଯାଉନି । ଫଳରେ ଲୋକେ ପିଇବା ପାଣି ପାଇଁ ବଡ ହଇରାଣ ହେଉଛନ୍ତି ।
ଅନ୍ୟ ସମସ୍ୟା ଭିତରେ ଗାଁରେ ଅଙ୍ଗନବାଡି ଅବା ମିନି କେନ୍ଦ୍ର ଖୋଲାଯାଇନି । ଗାଁର କୋଡିଏରୁ ଅଧିକ ପିଲା ପ୍ରାକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ମୁଖ୍ୟରାସ୍ତା ପାରହୋଇ ଲାଠିଆଗୁଡା କେତେଜଣ ପିଲା ଯାଉଛନ୍ତି । ବିପଦସଂକୁଳ ରାସ୍ତାଯୋଗୁ ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ଲାଠିଆଗୁଡା ଛାଡିବାକୁ ଅମଙ୍ଗ ହେଉଛନ୍ତି । ଗାଁର ଚକରା ପୂଜାରୀ, ଳଛମନ ମାଝି, କାନ୍ଦରା ମୁଦୁଲି ପ୍ରମୁଖ ଏହାକୁ ନେଇ ଅଭିଯୋଗ କରିବା ସହ ଦୁଃଖ ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons