ସାଧାରଣତନ୍ତ୍ର ଦିବସ -୨୦୨୩ ପାଳନ ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ

Get real time updates directly on you device, subscribe now.

ଭୁବନେଶ୍ୱର : ୭୪ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମାନ୍ୟବର ରାଜ୍ଯପାଳ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିବେ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ସାଧାରଣତନ୍ତ୍ର ଦିବସ-୨୦୨୩ ପାଳନ ସମ୍ବନ୍ଧୀତ ଏକ ପ୍ରସ୍ତୁତି ବୈଠକ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି।

ଏହି ରାଷ୍ଟ୍ରୀୟ ସମାରୋହର ସମସ୍ତ କାର୍ଯ୍ୟ ସୂଚାରୁ ଭାବରେ ସମ୍ପାଦନ ନିମନ୍ତେ ଆଗୁଆ ପ୍ରସ୍ତୁତି କରିବାକୁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଥିଲେ।ବିଭାଗ ପକ୍ଷରୁ ସାଧାରଣତନ୍ତ୍ର ଦିବସରେ ପ୍ରଭାତରେ ରାମଧୁନ ପରିବେଷଣ, ଉତ୍ସବ ସ୍ଥଳର ସାଜସଜ୍ଜା ଓ ଆନୁଷଙ୍ଗିକ ବ୍ଯବସ୍ଥା ତଥା ବୈଦୁତିକ ଓ ସାମାଜିକ ଗଣମାଧ୍ୟମରେ ସିଧାପ୍ରସାରଣ ବ୍ଯବସ୍ଥା କରାଯିବ। ପୂର୍ବ ବର୍ଷ ଭଳି ନୂଆଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ବିଭାଗ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ବୈଠକରେ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons