ସାପକୁ କାମୁଡ଼ି ବୃଦ୍ଧ ମୃତ

Get real time updates directly on you device, subscribe now.

ଦାରିଙ୍ଗବାଡ଼ି, (ବି.ବି.ନୁ୍ୟଜ): ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ସାରୁମାହା ସ୍ଥିତ ବିଲ ମାଳରେ ବୃଦ୍ଧଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ଜୁଡାବାଡ଼ି ଗ୍ରାମର କୁମୁଟି ନାୟକ(୬୦) । ଗତ ଦୁଇ ଦିନ ତଳେ କୁମୁଟି ନାୟକଙ୍କୁ ଏକ ଡାଳ ସାପ କାମୁଡ଼ିଥିଲା । ନିଶାଶକ୍ତ ଅବସ୍ଥାରେ ଥିବା ବୃଦ୍ଧ ଜଣକ ଓଲଟି ଉକ୍ତ ସାପକୁ କାମୁଡ଼ିଥିଲେ । ଏପରିକି ଉକ୍ତ ସାପକୁ ବେକରେ ପକାଇ ସିମନବାଡ଼ି ବଜାର ସମେତ ବିଭିନ୍ନ ସାହିରେ ବୁଲିଥିଲେ । ମଙ୍ଗଳବାର ସାପ ବିଷ ପ୍ରଭାବରେ କୁମୁଟି ନାୟକ ପାଗଳ ଭଳି ବୁଲି ସନ୍ଧ୍ୟାରେ ସାରୁମାହାର ଏକ ବିଲ ମାଳରେ ପଡ଼ି ରହିଥିଲେ । ଏହା ଦେଖି କିଛି ଲୋକ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଖାନାରେ ପହଞ୍ଚି ଥାନା ଅଧିକାରୀ କୌଶିକ ମାଝୀ ତଦନ୍ତ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons