ସାପ କାମୁଡ଼ାରେ ଗଲା ୨ ଜୀବନ

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ବୁ୍ୟରୋ): ଉଦ୍ବେଗଜନକ ଭାବେ ବଢ଼ିଚାଲିଛି ସର୍ପାଘାତ ଜନିତ ମୃତୁ୍ୟ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୁଧବାର ୨ ଜଣ ସାପ କାମୁଡା ରୋଗୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ହୋଇଛି । ମୃତକମାନେ ହେଲେ ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଇଲାକା ପାଟଲା ଗ୍ରାମର ପ୍ରଦୀପ କୁମାର ସାହୁ(୨୬) ଓ ଆଠମଲ୍ଲିକ ଅଞ୍ଚଳର ସମ୍ଭାରୁ ଝଙ୍କାର । ପ୍ରାପ୍ତ ସୂଚନା ମୁତାବକ, ମଙ୍ଗଳବାର ରାତି୍ର ଭୋଜନ ସାରି ପ୍ରଦୀପ ପରିବାର ଲୋକଙ୍କ ସହ ଶୋଇଥିଲେ । ରାତି ପ୍ରାୟ ସାଢେ଼ ୨ଟା ବେଳକୁ ତାଙ୍କୁ ଏକ ସାପ କାମୁଡି ଦେଇଥିଲା । ପରିବାର ଲୋକ ଏହା ଜାଣିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଅନୁଗୁଳ ଥାନା ପୁଲିସ୍ ପହଞ୍ଚି ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ସେହିପରି ସମ୍ଭାରୁଙ୍କୁ ଗତକାଲି ରାତିରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ପରିବାର ଲୋକ ଜାଣିବା ପରେ ତାଙ୍କୁ ପ୍ରଥମେ ଆଠମଲ୍ଲିକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତୁ୍ୟ ହୋଇଥିଲା । ଅନୁଗୁଳ ପୁଲିସ୍ ପହଞ୍ଚି ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons