ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା :ହାବିଲଦାର ଚିତ୍ତରଞ୍ଜନ ନିଲମ୍ବିତ,ଆଇଆଇସି, ଏସଆଇଙ୍କୁ ବଦଳି

Get real time updates directly on you device, subscribe now.

ନୀଳଗିରି,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣାରେ ରାଜ୍ୟ ସରକାର ତ୍ୱରିତ କାର୍ଯ୍ୟାନୁÂାନ ଗ୍ରହଣ କରିଛନ୍ତି । ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ସଂପୃକ୍ତ ସାମ୍ବାଦିକ ଶ୍ରୀ ଦଳେଇଙ୍କ ଗୋଡ଼ରେ ବେଡ଼ି ପକାଇଥିବା ଅଭିଯୋଗରେ ସେହି ଥାନାର ଜଣେ ହାବିଲଦାରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ହାବିଲଦାର ହେଉଛନ୍ତି ଚିତ୍ତରଞ୍ଜନ ସିଂ । ସେହିପରି ତଦନ୍ତରେ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖାଯାଇ ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାସ ଓ ତଦନ୍ତକାରୀ ଅଧିକାରିଣୀ ଏସ୍ଆଇ ସୁବର୍ଣ୍ଣା ବେହେରାଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିବା ବାଲେଶ୍ୱର ଜିଲ୍ଲା ଏସ୍ପି ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି ।
କିନ୍ତୁ ଏପରି ଲୋକଦେଖାଣିଆ କାର୍ଯ୍ୟାନୁÂାନରେ ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତା ସମେତ ସାମ୍ବାଦିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଣେ ତଳିଆ କର୍ମଚାରୀଙ୍କୁ ବଳି ପକାଇ ଉପରିସ୍ଥ ଅଧିକାରୀମାନେ ଖସି ଯିବାକୁ ଉଦ୍ୟମ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଏଥିସହିତ ସେମାନେ ଦାବି କରିଛନ୍ତି, ସଂପୃକ୍ତ ଘଟଣାର ମୁଖ୍ୟ କାର୍ପଟଦାରଙ୍କୁ ତୁରନ୍ତ ଚିହ୍ନଟ କରାଯାଉ । କାହା ନିଦେ୍ର୍ଧଶରେ ସାମ୍ବାଦିକ ଶ୍ରୀ ଦଳେଇଙ୍କ ଗୋଡ଼ରେ ବେଡ଼ି ପଡ଼ିଲା? ଏହାର ଖୋଳତାଡ଼ କରା ନଯାଇ ଜଣେ ତଳିଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁÂାନ ଧର୍ମକୁ ଆଖିଠାର । ଯେଉଁ ଅଧିକାରୀଙ୍କ ନିଦେ୍ର୍ଧଶରେ ଏସବୁ କାଣ୍ଡ ଘଟିଲା, ତାଙ୍କ ନାଁରେ ଫୌଜଦାରୀ ମାମଲା ରୁଜୁ କରାଯାଇ ତାଙ୍କୁ ତୁରନ୍ତ ଗିରଫ କରିବାକୁ ସାମ୍ବାଦିକମାନେ ଦାବି କରିଛନ୍ତି ।
ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ପେସାଦାର ଅପରାଧୀ ଭଳି ବ୍ୟବହାର କରିବା ଓ ମାଡ ମାରିବା କେଉଁ ଆଇନ୍ରେ ଲେଖାଅଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
ଅନ୍ୟପଟେ ସାମ୍ବାଦିକଙ୍କୁ ମିଥ୍ୟା ମାମଲାରେ ଫସାଇବା ଓ ହସ୍ପିଟାଲରେ ବେଡ଼ି ପକାଇବା ଘଟଣାରେ ରାଜ୍ୟ ମାନବାଧିକାର କମିସନ ରିପୋର୍ଟ ତଲବ କରିଛନ୍ତି । ୧୫ ଦିନ ଭିତରେ ରିପୋର୍ଟ ଦେବା ଲାଗି ପୂର୍ବାଞ୍ଚଳ ଆଇଜିଙ୍କୁ କମିସନ ନିଦେ୍ର୍ଧଶ ଦେଇଛନ୍ତି ।
ସେହିପରି ଶୁକ୍ରବାର ଆନ୍ତର୍ଜାତିକ ମାନବାଧିକାର ପରିଷଦର ଜିଲ୍ଲା ସଭାପତି ଡାକ୍ତର ଜିତେନ୍ଦ୍ର ମହାରଣା ନୀଳଗିରିରେ ପହଞ୍ଚି ଘଟଣାର ଯାଞ୍ଚ କରିଥିଲେ । ଏଥିସହିତ ନୀଳଗିରି ଥାନାକୁ ଯାଇ ତଥ୍ୟ ସଂଗ୍ରହ କରିଥିଲେ । ଏଭଳି ଅମାନୁଷିକ କାର୍ଯ୍ୟକୁ ସେ ତୀବ୍ର ସମାଲୋଚନା କରିଥିଲେ । ଆବଶ୍ୟକ ହେଲେ ପରିଷଦ ପକ୍ଷରୁ ପୁଲିସ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ଡା. ମହାରଣା ପ୍ରକାଶ କରିଥିଲେ । ଏତିକିବେଳେ ଆଇଆଇସି ଶ୍ରୀମତୀ ଦାସ କଥାବାର୍ତ୍ତା ନ ହୋଇ ଅନ୍ୟତ୍ର ପଳାଇ ଯାଇଥିବା ଦେଖିବାକୁ ମିଳିଥିଲା । ସାଧାରଣ ଜନତାଙ୍କୁ ଆଇଆଇସି କେମିତି ବ୍ୟବହାର ପ୍ରଦର୍ଶନ କରୁଥିବେ, ଏଥିରୁ ସ୍ପଷ୍ଟ ଅନୁମେୟ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons