ସାଲୁଙ୍କି ନଦୀରେ ବୁଡ଼ିଗଲେ ଭାଇ ଭଉଣୀ

Get real time updates directly on you device, subscribe now.

ଟିକାବାଲି,(ବି.ବି.ନୁ୍ୟଜ): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଛତିଝର ଗ୍ରାମରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି । ଗୋଟିଏ ପରିବାରର ଭାଇ ଭଉଣୀଙ୍କ ସଲିଳ ସମାଧି ହୋଇଛି । ସାଲୁଙ୍କି ନଦୀରେ ଗାଧୋଇବା ସମୟରେ ଉଭୟଙ୍କ ମୃତୁ୍ୟ ହୋଇଛି । ମୃତକ ଯୁଧିÂିର ଦେହୁରୀଙ୍କ ପୁଅ ସତ୍ୟଜିତ (୫) ଓ ଜ୍ୟୋତିଷ ଦେହୁରୀଙ୍କ ଏକମାତ୍ର ଝିଅ ଯାଜ୍ଞସେନୀ (୪) । ଉଭୟେ ଅଙ୍ଗନବାଡ଼ି କେନ୍ଦ୍ରରେ ପଢ଼ୁଥିଲେ । ପୁଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ନିମନ୍ତେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।
ରବିବାର ଛୁଟି ଥିବାରୁ ସେମାନେ ଘରେ ଥିଲେ । ବଡ଼ ମା’ ଅନ୍ୟମାନଙ୍କ ସହ ଘରୁ ଏକ କିମି ଦୂର ସାଲୁଙ୍କି ନଦୀକୁ ଗୋଧୋଇବା ପାଇଁ ପୂର୍ବାହ୍ନ ୯ଟା ବେଳେ ବାହାରିଥିଲେ । ପିଲାମାନେ ତାଙ୍କ ପଛେ ପଛେ ନଦୀକୁ ଯାଇଥିଲେ । ତୁଠରେ ପହଞ୍ଚିବା ପରେ ବଡ଼ ମା’ ଏବଂ ଅନ୍ୟମାନେ ଶୌଚ ହେବା ପାଇଁ କିଛି ଦୂର ଯାଇଥିଲେ । ଏହି ସମୟରେ ଭାଇ ଭଉଣୀ ସେଠାରେ ଥିଲେ । ବଡ଼ ମା’ ଶୌଚ ସାରି ତୁଠରେ ପହଞ୍ଚିଲା ବେଳକୁ ପିଲାମାନଙ୍କୁ ପାଇ ନଥିଲେ । ସଙ୍ଗେ ସଙ୍ଗେ ଖୋଜାଖୋଜି କରିଥିଲେ । କିଛି ଦୂରରେ ମାଛ ଧରୁଥିବା ପିଲାମାନେ ସତ୍ୟଜିତଙ୍କୁ ପାଣିରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରିଥିଲେ । ଏହାପରେ ଯାଜ୍ଞସେନୀଙ୍କୁ କିଛି ଦୂରରେ ବୁଡ଼ି ଥିବା ଅବସ୍ଥାରେ ପାଇଥିଲେ । ତୁରନ୍ତ ସେମାନଙ୍କୁ ଟିକାବାଲି ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons