ସିଆରପିଏଫ୍ ଯବାନଙ୍କ ଦେହାନ୍ତ

Get real time updates directly on you device, subscribe now.

କୁଜଙ୍ଗ, (ବି.ବି.ନୁ୍ୟଜ): ଶନିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତିର୍ତ୍ତୋଲ ଥାନା ଅଧୀନ ଗରେଇ ଗ୍ରାମର ସିଆର୍ପିଏଫ୍ ଯବାନ ସୂର୍ଯ୍ୟକାନ୍ତ ସେଠୀ(୩୯)ଙ୍କ ଦେହାନ୍ତ ଘଟିଛି । ସେ ନବଘନ ସେଠୀ ଓ କନକଲତା ସେଠୀଙ୍କ ସୁଯୋଗ୍ୟ ସନ୍ତାନ । ଆଜି ସକାଳୁ ସେନା ଗାଡ଼ିରେ ତାଙ୍କ ମୃତଦେହ ଗରେଇ ଗ୍ରାମକୁ ଅଣାଯିବା ପରେ ଏଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗରେଇ ଶ୍ମଶାନରେ ସୂର୍ଯ୍ୟକାନ୍ତଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଗରେଇ ସରପଞ୍ଚ ସଂଗ୍ରାମ ମନ୍ତ୍ରୀଙ୍କ ସମେତ ଶତାଧିକ ବିଶିଷ୍ଟ ବ୍ୟକ୍ତି ତାଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ପ୍ରଦାନକରି ଶେଷ ସମ୍ମାନ ଜଣାଇଥିଲେ । ସୂର୍ଯ୍ୟକାନ୍ତଙ୍କର ପତ୍ନୀ ଓ ଗୋଟିଏ ପୁଅ ଅଛନ୍ତି । ତାଙ୍କ ସାନ ଭାଇ ମଧ୍ୟ ସିଆରପିଏଫ୍ରେ ଯବାନ ଥିବା ଜଣାପଡ଼ିଛି ।
ସୂର୍ଯ୍ୟକାନ୍ତଙ୍କ ଅକାଳ ବିୟୋଗରେ ସୁକାନ୍ତ କୁମାର ଲେଙ୍କା, ଅଜୟ ଆଚାର୍ଯ୍ୟ, ପ୍ରମୋଦ ତାରେଣିଆ, ସୁଶାନ୍ତ ବାରିକ, ଫକିର ଚରଣ ତାରେଣିଆ, ବାବାଜି ରାଉତ, ନୃସିଂହ ସେଠୀ, ନକୁଳ ରାଉତ, ଶ୍ରୀକାନ୍ତ ରାଉତ, ସାରଦା ପ୍ରସାଦ ଜେନା, ଗୋଲେଖ ରାଉତ, ଅନାମ ରାଉତ ଓ ନିରଞ୍ଜନ ନାୟକ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons