ସିଏଜି ରିପୋର୍ଟ ଖର୍ଚ୍ଚ ହେଲାନି:ଫେରିଗଲା ୪୩ ହଜାର କୋଟି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଲକ୍ଷେ ୨୪ ହଜାର କୋଟି ଦିଆଯାଇଥିଲା ବିଭିନ୍ନ ଯୋଜନାରେ ଖର୍ଚ୍ଚ କରିବାକୁ । ମାତ୍ର ୬୫ ଧ ଖର୍ଚ୍ଚ ହେଲା । ବାକି ୪୩ ହଜାର କୋଟି ଟଙ୍କା ଫେରିଗଲା ।
କେବଳ ସେତିକି ନୁହେଁ, ମୂଳ ବଜେଟ୍ ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ି ରହୁଛି । କିନ୍ତୁ ଅତିରିକ୍ତ ବଜେଟ୍ରେ ଆହୁରି ଅଧିକ ପାଣ୍ଠି ଯୋଗାଇ ଦିଆଯାଇଛି । ଆମ ବଜେଟ୍ ପରିଚାଳନା ହେଉଛି ଏମିତି ।
ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ (ସିଏଜି) ଧରିଛନ୍ତି ୨୦୨୦-୨୧ ଆର୍ଥିକ ବର୍ଷର ଏହି ଅବ୍ୟବସ୍ଥାକୁ । ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି- କେମିତି ଓ କାହିଁକି କିଛି ବୁଝାପଡୁ ନାହିଁ ।
ଆଜି ବିଧାନସଭାରେ ରାଜ୍ୟ ଆର୍ଥିକ ସ୍ଥିତି ନେଇ ସିଏଜିଙ୍କ ଅଡିଟ୍ ରିପୋର୍ଟ ଉପସ୍ଥାପିତ ହୋଇଛି । ଏଥିରେ ଦର୍ଶାଯାଇଛି, ୨୦୦୨-୨୧ରେ ଅତିରିକ୍ତ ବଜେଟ୍ ପରିମାଣକୁ ମିଶାଇ ମୋଟ ୧ ଲକ୍ଷ ୬୭ ହଜାର ୬୩୩ କୋଟି ଟଙ୍କା ମଞ୍ଜୁର ହୋଇଥିଲା ଖର୍ଚ୍ଚ ପାଇଁ । ଏଥିରୁ ବିଭିନ୍ନ ବିଭାଗକୁ ବଣ୍ଟା ଯାଇଥିଲା ୧ ଲକ୍ଷ ୨୪ ହଜାର କୋଟି ଟଙ୍କା । ଖର୍ଚ୍ଚ ହେଲା ମାତ୍ର ୮୦ ହଜାର ୫୫୫ କୋଟି । ବଳିଗଲା ୪୩ ହଜାର କୋଟି ।
ବଡ଼ ଦୋଷୀ ହେଲେ ଜଳସମ୍ପଦ ବିଭାଗ, ବିିପର୍ଯ୍ୟୟ ପରିଚାଳନା, କୃଷି, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ଏବଂ ଅର୍ଥ ବିଭାଗ । କୃଷି ବିଭାଗ ୪୦ % ଅର୍ଥ ଅର୍ଥାତ୍ ୨,୭୦୪ କୋଟି ଟଙ୍କା ଖର୍ଚ୍ଚ କରି ପାରିଲା ନାହିଁ । ଜଳସମ୍ପଦ ବିଭାଗ ୪୦.୫% (୧୨୫୨ କୋଟି), ଅର୍ଥ ବିଭାଗ ୫,୧୩୨ କୋଟି, ବିପର୍ଯ୍ୟୟ ପରିଚାଳନା ବିଭାଗ ୪୩ଧ (୩,୬୨୨ କୋଟି), ପଞ୍ଚାୟତିରାଜ ବିଭାଗ ୩୧୪୯ କୋଟି ଓ ସ୍ୱାସ୍ଥ୍ୟ ବିଭାଗ ୧୧୪୮ କୋଟିି ଟଙ୍କା ଖର୍ଚ୍ଚ କରିପାରିଲେ ନାହିଁ ।
ଅର୍ଥ ବିଭାଗ ନିୟମ କହୁଛି ଯେ ଖର୍ଚ୍ଚ ହେବାର ସଂଭାବନା ନ ଥିଲେ ସଂପୃକ୍ତ ବିଭାଗ ଫେବୃଆରୀ ୨୬ ତାରିଖ ସୁଦ୍ଧା ଅର୍ଥ ଫେରାଇଦେବେ ଅର୍ଥ ବିଭାଗକୁ । ହେଲେ ୩୨ ହଜାର ୫୫୬ କୋଟି ଟଙ୍କା ଫେରିଲା ଆର୍ଥିକ ବର୍ଷର ଶେଷ ତାରିଖ ମାର୍ଚ୍ଚ ୩୧ରେ । ବାକି ୧୦ ହଜାର ୯୯୭ କୋଟି ଟଙ୍କା ସେ ବର୍ଷ ଫେରାଗଲା ନାହିଁ ।
କେବଳ ସେତିକି ନୁହେଁ, ୧୨ଟି କାର୍ଯ୍ୟକ୍ରମ ଓ ଯୋଜନାର ଖର୍ଚ୍ଚ ଏମିତି ଥିଲା ଯେ ମିଳିଥିବା ୧୦୦ ଧ ଅର୍ଥ ଖର୍ଚ୍ଚ ନ ହୋଇ ଫେରିଗଲା । ଏ ବାବଦରେ ମୋଟ ୧୮୩୪ କୋଟି ଟଙ୍କା ବଳିଲା ।
ଆଉ କେତେକ ବିଭାଗ ବାଉଳା ହୋଇ ଅଧିକ ଅର୍ଥ ଫେରାଇ ଦେଇଛନ୍ତି । ଅର୍ଥାତ୍ ଯେତିକି ବଳିଲା ତା’ଠାରୁ ଅଧିକ ଫେରାଇଲେ । ଏମିତି ୩୭୯ କୋଟି ଟଙ୍କା ଫେରିଛି । ପଞ୍ଚାୟତିରାଜ ବିଭାଗର ବଳିଥିଲା ୩୧୪୯ କୋଟି । ଫେରାଇଲା ୩୪୮୧ କୋଟି ।
ଆଲୋଚ୍ୟ ଆର୍ଥିକ ବର୍ଷରେ ୩୦ଟି କ୍ଷେତ୍ରରେ ରାଜ୍ୟ ସରକାର ଜାରି କରିଥିବା ୫,୫୦୩.୨୯ କୋଟିର ଅତିରିକ୍ତ ଅନୁଦାନ ସମ୍ପୂର୍ଣ୍ଣ ଅନାବଶ୍ୟକ ଥିବା ସିଏଜି ପ୍ରକାଶ କରିଛନ୍ତି । ଏହା ମୋଟ ଅତିରିକ୍ତ ଅନୁଦାନ ରାଶିର ପ୍ରାୟ ୪୭.୦୪% ।
ଆଶ୍ଚର୍ଯ୍ୟର କଥା ହେଉଛି ଆଲୋଚ୍ୟ ଆର୍ଥିକ ବର୍ଷରେ ବିଭିନ୍ନ ବିଭାଗ ପକ୍ଷରୁ କରାଯାଇଥିବା ବ୍ୟୟ ମୂଳ ଅଟକଳକୁ ବି ଛୁଇଁନାହିଁ । ଏହା ବଜେଟ୍ର ତ୍ରୁଟିପୂର୍ଣ୍ଣ ଆକଳନକୁ ଦର୍ଶାଉଥିବା ସିଏଜି ପ୍ରକାଶ କରିଛନ୍ତି ।
୧୧ଟି ମାମଲାରେ ଦିଆଯାଇଥିବା ୬,୪୪୬.୫୪ କୋଟିର ଅତିରିକ୍ତ ଅନୁଦାନ ରାଶି ମଧ୍ୟରୁ ୨,୨୦୭.୧୩ କୋଟି ଟଙ୍କା ଅଧିକ ପ୍ରମାଣିତ ହୋଇଛି ।
ରି-ଆପ୍ରୋପିଏସନ ବା ପୁନଃ ବିନିଯୋଗର ଅର୍ଥ ସମାନ ଅନୁଦାନ ଏବଂ ସମାନ ଅନୁଭାଗ ଅଧୀନ ଏକ ଯୋଜନାରୁ ଅନ୍ୟ ଏକ ଯୋଜନାକୁ ବଳକା ପାଣ୍ଠି ସ୍ଥାନାନ୍ତର । ସେ ପୁଞ୍ଜି ହେଉ କିମ୍ବା ରାଜସ୍ୱ ଅବା ଋଣ । ୨୦୨୦-୨୧ ମଧ୍ୟରେ ୫୬୬ଟି ମାମଲାରେ ୧୧,୬୨୯.୬୦ କୋଟି ଟଙ୍କାର ପୁନଃ ବିନିଯୋଗ ଆଦେଶ ଜାରି କରାଯାଇଥିଲା । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୮ଟି ମାମଲାରେ ପାଣ୍ଠିର ପୁନଃ ବିନିଯୋଗ ଅନାବଶ୍ୟକ ବା ଅଧିକ ରହିଥିଲା । ଏହି ମାମଲାଗୁଡ଼ିକରେ ପାଣ୍ଠି ସମ୍ପୂର୍ଣ୍ଣ ଭାବେ ଖର୍ଚ୍ଚ ହୋଇପାରିନାହିଁ । ଫଳସ୍ୱରୂପ ୧୦୫.୮୨ କୋଟି ଟଙ୍କା କମ୍ ଖର୍ଚ୍ଚ ହୋଇଛି ।
ସରକାର ସଫେଇ ଦେଇଛନ୍ତି, କୋଭିଡ୍ ମହମାରୀ ଯୋଗୁଁ କଟକଣା ଲାଗିଥିଲା । ତେଣୁ ଖର୍ଚ୍ଚ ହୋଇ ପାରିଲା ନାହିଁ । ଆଉ କେତେକ ଅନୁବନ୍ଧିତ ଖର୍ଚ୍ଚରେ କେନ୍ଦ୍ରରୁ ବର୍ଷ ଶେଷ ବେଳକୁ ଟଙ୍କା ଆସିଲା, ଯେଉଁଥିପାଇଁ ବିନିଯୋଗ ହୋଇ ପାରିଲା ନାହିଁ । ହେଲେ ଲଗାତାର୍ ଭାବେ ଗତ ୫ ବର୍ଷ ହେଲା ବଜେଟ୍ ପରିମାଣ ଫେରୁଥିଲା କାହିଁକି ସେ ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନାହାନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons