ସିଦ୍ଧୁଙ୍କ ସ୍ଥାନ ନେଇପାରନ୍ତି ଲାଲ୍ ସିଂହ

Get real time updates directly on you device, subscribe now.

ଚଣ୍ଡିଗଡ: ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ନବଜୋତ୍ ସିଂହ ସିଦ୍ଧୁ ମଙ୍ଗଳବାର ଇସ୍ତଫା ଦେବା ରାଜନୈତିକ ହଟଚମଟ ସୃଷ୍ଟି କରିଛି । ସିଦ୍ଧୁଙ୍କ ଇସ୍ତଫା ପରେ ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ଏକାଧିକ ନେତା ଓ ପଦାଧିକାରୀ ମଧ୍ୟ ନିଜ ନିଜ ପଦ ଛାଡ଼ିଛନ୍ତି । ଏହାକୁ ନେଇ କଂଗ୍ରେସରେ କନ୍ଦଳ ଜାରି ଥିବାବେଳେ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀ ସିଦ୍ଧୁଙ୍କୁ ବୁଝାଇବାକୁ ପ୍ରୟାସ ଜାରି ରଖିଛନ୍ତି । ଆଜି କ୍ୟାବିନେଟ୍ ବୈଠକ ପରେ ସେ କହିଛନ୍ତି, ମୁଁ ସିଦ୍ଧୁଙ୍କୁ ଫୋନ୍ କରିଛି । ତାଙ୍କୁ କହିଛି ଯେ, ଦଳ ହେଉଛି ସବୁଠୁ ବଡ଼ । ଯଦି କିଛି କଥାକୁ ନେଇ ଅସନ୍ତୋଷ ରହିଛି ତା’ ହେଲେ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା । ଆଲୋଚନା ମାଧ୍ୟମରେ ହିଁ ସମସ୍ୟାର ସମାଧାନ ସମ୍ଭବପର । ଅନ୍ୟପଟେ ସିଦ୍ଧୁ କିନ୍ତୁ ନିଜର ଦାବିରେ ଅଟଳ ରହିଛନ୍ତି । ସେ ରାଣା ଗୁରଜିତ୍ ସିଂହଙ୍କୁ କ୍ୟାବିନେଟ୍ରୁ ହଟାଇବା, ଡିଜିପି ପ୍ରୀତ୍ ସିଂହ ସହୋତା, ଆଡଭୋକେଟ୍ ଜେନେରାଲ୍ ଏପିଏସ୍ ଦେଓଲଙ୍କୁ ପଦରୁ ହଟାଇବା ଭଳି ୩ଟି ଦାବି ରଖିଛନ୍ତି । ଏମାନଙ୍କୁ ପଦରୁ ନ ହଟାଇବା ଯାଏ ସେ ଇସ୍ତଫା ଫେରାଇ ନେବେନାହିଁ ବୋଲି ଅଡ଼ି ବସିଛନ୍ତି । ଏପରିକି ଆଜି ଏକ ଭିଡିଓ ମେସେଜ୍ ଜାରି କରି ନିଜର ନୈତିକତା ସହ ବୁଝାମଣା କରିବେ ନାହିଁ । ହକ୍ ଓ ସତ୍ୟର ଲଢେ଼ଇ ଶେଷନିଃଶ୍ୱାସ ଯାଏ ଲଢ଼ିବେ ବୋଲି କହିଛନ୍ତି ।
ସେପଟେ ସିଦ୍ଧୁ ଯେଉଁ ସର୍ତ୍ତ ରଖିଛନ୍ତି ତାକୁ ପୂରଣ କରିବା ଭଳି ମୁଡ୍ରେ ହାଇକମାଣ୍ଡ ନାହାନ୍ତି । ହାଇକମାଣ୍ଡଙ୍କ ପକ୍ଷରୁ ତାଙ୍କ ଇସ୍ତଫାକୁ ନାମଞ୍ଜୁର କରାଯାଇଥିବାବେଳେ ସେମାନେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ମାମଲାର ସମାଧାନ ରାଜ୍ୟ କଂଗ୍ରେସ ହାତରେ ଛାଡ଼ିଦେଇଛନ୍ତି । ଏପରିସ୍ଥଳେ ପର୍ଯ୍ୟବେକ୍ଷକ ହରୀଶ ଚୌଧୁରୀଙ୍କ ଉପରେ ସମସ୍ତଙ୍କର ନଜର ରହିଛି । ସେ ନବଜୋତ୍ ସିଂହ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀଙ୍କୁ ସାକ୍ଷାତ କରି ମାମଲାର ସମାଧାନ କରିବା ପ୍ରୟାସ କରିବେ ବୋଲି କୁହାଯାଉଛି ।
ତେବେ ଯଦି ସିଦ୍ଧୁ ନ ମାନନ୍ତି ତା’ ହେଲେ ତାଙ୍କ ସ୍ଥାନରେ ଅନ୍ୟ କାହାକୁ ରାଜ୍ୟ କଂଗ୍ରେସର ପରବର୍ତ୍ତୀ ମୁଖ୍ୟ କରାଯିବାକୁ ବି ପ୍ରସ୍ତୁତି ଚାଲିଛି । ଏହି ଦୌଡ଼ରେ ଲାଲ୍ ସିଂହ ସବୁଠୁ ଆଗରେ ଅଛନ୍ତି । ଛଅଥର ବିଧାୟକ ହୋଇଥିବା ସିଂହ ରାଜ୍ୟର ଅର୍ଥମନ୍ତ୍ରୀ ଦାୟିତ୍ୱ ବି ନିର୍ବାହ କରିଛନ୍ତି । ପୂର୍ବରୁ ସେ ଅନେକ ସରକାରୀ ଓ ସାଂଗଠନିକ ପଦରେ ଥିଲେ । ଏହାଛଡ଼ା ସେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କର ଅତ୍ୟନ୍ତ ଘନିÂ । ଲାଲ୍ ସିଂହଙ୍କ ବ୍ୟତୀତ ମନୀଷ ତିୱାରୀ, ରବନୀତ ସିଂହ ବି;ୁ, ପ୍ରତାପ ସିଂହ ବାଜୱା, ସୁନୀଲ ଜାଖଡ଼ ପ୍ରମୁଖଙ୍କ ନାମ ମଧ୍ୟ ଏହି ଦୌଡ଼ରେ ସାମିଲ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons