ସିରିଜ୍ ଦୁର୍ଘଟଣା; ପିଟାପିଟି ହେଲେ ତିନି ଟ୍ରକ୍

Get real time updates directly on you device, subscribe now.

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଏନ୍ଏଚ୍ ୩୫୩ର ଝାଲକୁସୁମ ଗାଁ ନିକଟରେ   ତିନୋଟି ଟ୍ରକ୍ ମଧ୍ୟରେ ସିରିଜ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍‌ର ଡ୍ରାଇଭର ଓ ହେଲପର। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ଭୋର ୪ଟା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ ମାଲ ବୋଝେଇ ଟ୍ରକ୍‌ଟି ଝାଲକୁସୁମ ଗାଁ ପାଖ ରାସ୍ତାକଡ଼ରେ ଠିଆ ହୋଇଥିଲା। ଏହି ସମୟରେ ଏକ ଟ୍ରକ୍‌ ଆସି ତାକୁ ପଛରୁ ଧକ୍କା ଦେଇଥିଲା। ପରେ ମାଲ ବୋଝେଇ ଟ୍ରକ୍‌ଟି କିଛି ବାଟ ପଳାଇଥିଲା। ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଆଉ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସୁଥିଲା। ମାଲ ବୋଝେଇ ଟ୍ରକ୍‌କୁ ଧକ୍କା ଦେଇଥିବା ଟ୍ରକଟି  ରାସ୍ତା ଉପରେ ଠିଆ ହୋଇଥିବା ବେଳେ ଏହା ତାକୁ ସାମ୍ନା ପଟୁ ପିଟିଥିଲା। ଫଳରେ ଛିଡ଼ା ହୋଇଥିବା ଟ୍ରକ୍‌ର ଡ୍ରାଇଭର ଓ ହେଲପର ଆହତ ହୋଇଥିଲେ। ଟ୍ରକ୍‌ର ସମ୍ମୁଖ ଅଂଶଟି ସମ୍ପର୍ଣ୍ଣ ନଷ୍ଟ ହୋଇଯାଇଛି। ଦୁର୍ଘଟଣା ପରେ  କିଛିସମୟ ପାଇଁ ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ପୁଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଗୁଡ଼ିକୁ ଜବତ କରି ତଦନ୍ତ କରୁଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons