ସୁଧୀରଙ୍କ ସ୍ୱପ୍ନ

Get real time updates directly on you device, subscribe now.

ଟେଲି ଦୁନିଆ ମାଧ୍ୟମରେ ଅଭିନୟରେ ପାଦ ରଖିଥିବା ଯୁବପିଢ଼ିଙ୍କ ଭିତରେ ଆଉ ଜଣେ ନବ ପ୍ରତିଭା । ନାଁ ତାଙ୍କର ସୁଧୀର କୁମାର ଲେଙ୍କା । ଜଗତସିଂହପୁର ଜିଲ୍ଲା ନାଲିବରସ୍ଥିତ ଏରଡଙ୍ଗା ଗ୍ରାମର ଭିକାରୀ ଚରଣ ଲେଙ୍କାଙ୍କ ସୁଯୋଗ୍ୟ ସନ୍ତାନ ସୁଧୀର । ଅଭିନୟ ନିଶାରେ ମସଗୁଲ ହୋଇ ଧାଇଁ ଆସନ୍ତି ଭୁବନେଶ୍ୱର । ଆଉ ସ୍ୱପ୍ନକୁ ସାକାର କରିବାକୁ ଆରମ୍ଭ ହୁଏ ସଂଘର୍ଷ । ଯାହା ଏବେ ବି ଜାରି ରହିଛି । ପ୍ରଥମେ ପ୍ରଥମେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ସହ ୨୦୧୦ ମସିହାରେ ଜଡ଼ିତ ହୋଇ କ୍ୟାରିୟର ଆରମ୍ଭ କରିବା ପରେ ୨୦୧୬ରେ ନାଟ୍ୟାନୁÂାନ ଶତାବ୍ଦୀର କଳାକାରରେ ଯୋଗଦେଇ ଅଭିନୟ ଶିକ୍ଷା ପ୍ରାପ୍ତ ହେଲେ । ସେହିଠାରେ ଅଭିନୟ ଶିକ୍ଷା ଭିତରେ ତାଙ୍କୁ ଧାରାବାହିକର ସୁଯୋଗ ମିଳେ । ସେ ତାକୁ ଗ୍ରହଣ କରି ଆଗେଇ ଚାଲନ୍ତି । ଏଭିତରେ ତରଙ୍ଗରେ ପ୍ରସାରିତ ଧାରାବାହିକ ‘ଆମ ଘର ଲକ୍ଷ୍ମୀ’, ‘ସିଷ୍ଟର୍ ଶ୍ରୀଦେବୀ’ ଏବଂ ଜୀସାର୍ଥକରେ ‘ତୋ ପାଇଁ ମୁଁ’ରେ ସୁନ୍ଦର ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ସୁଧୀର ଏବେ କିଛି ଭଲ ଚରିତ୍ରର ଅପେକ୍ଷାରେ ରହିଛନ୍ତି । ସେଥିପାଇଁ ସେ ନିଜକୁ ପ୍ରସ୍ତୁତ କରୁଛନ୍ତି । ସୁଧୀର କୁହନ୍ତି, ଭଲ ସୁଯୋଗ ମିଳିଲେ ନିଶ୍ଚୟ କରିବି । ବର୍ତ୍ତମାନ କିଛି ୱେବ୍ସିରିଜ୍ ଏବଂ ଧାରାବାହିକ ଲାଗି କଥାବାର୍ତ୍ତା ଚାଲିଛି । ଏହାଛଡ଼ା ପୂର୍ବରୁ ଧୀରେ ଧୀରେ ବଢେ଼ ଦୁଷ୍ଟାମୀ, ମୋ ସୁନା ଭଉଣୀ ଏବଂ ମୁଝେ ତେରି କସମ୍ ଭଳି ମୁ୍ୟଜିକ୍ ଭିଡିଓ କରିଥିବା ସୁଧୀର ଆଗକୁ ଧାରାବାହିକ, ସିନେମା ସହିତ ମୁ୍ୟଜିକ୍ ଭିଡିଓ କରିବେ ବୋଲି କହିଛନ୍ତି । ନିଜକୁ ଜଣେ ଭଲ ଅଭିନେତା ଭାବେ ଗଢ଼ି ତୋଳିବାର ଲକ୍ଷ୍ୟ ନେଇ ସେ ଆଗେଇ ଚାଲିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons