ସୁନା ଦୋକାନରୁ ଗହଣା ଚୋରି ଅଭିଯୋଗ:ବ୍ରହ୍ମପୁରର ୩ ମହିଳା ସମେତ ୪ ଗିରଫ

Get real time updates directly on you device, subscribe now.

ପାତ୍ରପୁର, (ବି.ବି.ନୁ୍ୟଜ): ଜରଡ଼ା ଥାନା ଅନ୍ତର୍ଗତ ପାତ୍ରପୁର ବସ୍ଷ୍ଟାଣ୍ଡ ସ୍ଥିତ ଏକ ସୁନା ଦୋକାନରୁ ଗତ ୨୬ରେ ଚୋରି ହୋଇଥିଲା । ଏହି ଘଟଣାରେ ଜରଡ଼ା ପୁଲିସ ୩ ମହିଳା ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଝୁନୁ ଦାସ(୩୫), ସୁଶିଳା ଦାସ(୩୭), ଝୁମୁରି ଦାସ(୩୩) ଏବଂ କୋରା ଗୌଡ଼(୪୫) । ଗିରଫ ୪ଜଣ ବ୍ରହ୍ମପୁର ବଡ଼ ବଜାର ଥାନା ଅଞ୍ଚଳ ବାସିନ୍ଦା । ଗିରଫ ଅଭିଯୁକ୍ତଙ୍କ ଠାରୁ ଚୋରି ରୁପା ପାଉଁଜି ଓ ମୁଦି ଜବତ ହୋଇଛି । କିଛି ଅଳଙ୍କାର ବିକ୍ରି କରି ପାଖରେ ରଖିଥିବା ୧୨୨୦୦ ଟଙ୍କା ଜରଡ଼ା ପୁଲିସ ଜବତ କରିଛି । ସୋମବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ହୋଇଛି । ଏହି ସୂଚନା ଦେଇଛନ୍ତି ଜରଡ଼ା ଥାନା ଏସଆଇ ସତ୍ୟନାରାୟଣ ପାଢ଼ୀ । ସେ କହିଛନ୍ତି ଯେ ଗତ ଶନିବାର ପାତ୍ରପୁର ସ୍ଥିତ ବାଣୀଶ୍ରୀ ଅଳଙ୍କାର ଦୋକାନରୁ କିଛି ଦୁର୍ବୃତ୍ତ ଗ୍ରାହକ ବେଶରେ ଆସି ଦୋକାନରୁ କୌଶଳ କ୍ରମେ ପ୍ରାୟ ଦୁଇ କେଜି ଓଜନର ରୁପା ଅଳଙ୍କାର ଚୋରି କରିଥିଲେ । ଏନେଇ ଦୋକାନ ମାଲିକ ବ୍ରହ୍ମାନନ୍ଦ ମହାପାତ୍ର ଜରଡ଼ା ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ଥାନା କେସ୍ ୧୨୬/୨୨ ରୁଜୁ ହୋଇଛି । ଦୋକାନର ସିସିଟିଭି ଫୁଟେଜ୍ ଆଧାର କରି ତଦନ୍ତ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons