ସୁସ୍ଥହାର ରେକର୍ଡ ୯୮%

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮,୧୩୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ପୂର୍ବ ଦିନ ତୁଳନାରେ ୦.୨% କମ୍ । ଗତ ୨୧୫ ଦିନ ପରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏହି ସ୍ତରକୁ ହ୍ରାସ ପାଇଛି । ଇତିମଧ୍ୟରେ ୨୧,୫୬୩ ସୁସ୍ଥ ହେବା ସହ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୬୨୪ ହ୍ରାସ ପାଇଛି । ବର୍ତ୍ତମାନ ଦେଶବ୍ୟାପୀ ୨,୨୭,୩୪୭ ଚିକିତ୍ସାଧୀନ କରୋନା ରୋଗୀ ଅଛନ୍ତି । ଯାହା ମୋଟ କରୋନା ସଂକ୍ରମିତଙ୍କର ୦.୬୭% । ଦିନକ ମଧ୍ୟରେ ୧୯୩ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ସମୁଦାୟ ୪,୫୦,୭୮୨ ସଂକ୍ରମିତଙ୍କର ମୃତୁ୍ୟ ହେଲାଣି । ମୋଟ ୩,୩୯,୭୧,୬୦୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩,୩୨,୯୩,୪୭୮ ସୁସ୍ଥ ହୋଇଛନ୍ତି । ସୁସ୍ଥହାର ରେକର୍ଡ ୯୮%କୁ ବୃଦ୍ଧିପାଇଛି ।
୮୬.୭୩% ନୂଆ କରୋନା ରୋଗୀ ୫ ରାଜ୍ୟରୁ ରହିଛନ୍ତି । କେରଳରେ ସର୍ବାଧିକ ୧୦,୬୯୧ ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଛି । ପରେ ମହାରାଷ୍ଟ୍ରରେ ୨,୨୯୪, ତାମିଲନାଡୁରେ ୧୩୨୯ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ସର୍ବାଧିକ ୮୫ ମୃତୁ୍ୟ ହୋଇଥିବା ବେଳେ ମହାରାଷ୍ଟ୍ରରେ ମୃତୁ୍ୟ ସଂଖ୍ୟା ୨୮ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons