ସ୍ୱଚ୍ଛ ଭାରତ ଅଭିଯାନରେ ସ୍ୱଚ୍ଛ ଦୁର୍ନୀତି

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କଠାରୁ): ଭଲ କରି ଦେଖନ୍ତୁ ଏ ପାଇଖାନାକୁ । ଦୁଇ ହିତାଧିକାରୀଙ୍କ ପାଇଁ ତିଆରି କରାଯାଇଛି ଯାଆଁଳା ପାଇଖାନା । ଗୋଟିଏ କୋଠରୀରେ ବସାଯାଇଛି ଦୁଇଟି ପ୍ୟାନ୍ । ମଝିରେ କୌଣସି କାନ୍ଥ ନାହିଁ । ସ୍ୱଚ୍ଛ ଭାରତ ଅଭିଯାନରେ କିଭଳି ସ୍ୱଚ୍ଛ ଦୁର୍ନୀତି ହୋଇଛି, ଏହି ଯାଆଁଳା ପାଇଖାନା ହିଁ ତା’ର ବୟାନ୍ କରୁଛି । ଏ ଦୃଶ୍ୟ ଦେଖିବାକୁ ମିଳିଛି ପାପଡ଼ାହାଣ୍ଡି ବ୍ଲକ୍ ମୈଦଲୁପୁର ପଞ୍ଚାୟତର ଆଉଳି ଗାଁରେ । ଚର୍ଚ୍ଚା ହେଉଛି, ଏହା ଅଷ୍ଟମ ଆଶ୍ଚର୍ଯ୍ୟ । ଯେଉଁ ଠିକାଦାର ଏହାକୁ ତିଆରି କରିଛନ୍ତି ତାଙ୍କୁ ଶତ ଶତ ପ୍ରଣାମ ।
ଗାଁକୁ ବାହ୍ୟ ମଳମୁକ୍ତ କରିବା ଲାଗି କେନ୍ଦ୍ର ସରକାର ଏହି ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ପାଇଖାନା ଟଙ୍କାକୁ ବି ଖାଇବାକୁ ପଛଘୁଞ୍ଚା ଦେଉନାହାନ୍ତି ଅସାଧୁ କର୍ମଚାରୀ ଓ ଠିକାଦାର । ଯାହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଏହି ଆଉଳି ଗାଁରେ । ଗାଁର ମଦନାବତୀ କୁର୍ମୀ ଓ ମାଧୁରୀ କୁର୍ମୀଙ୍କ ଲାଗି ଦୁଇଟି ପାଇଖାନା କାର୍ଯ୍ୟାଦେଶ ମିଳିଥିଲା । ପ୍ରତ୍ୟେକ ପାଇକାନା ପାଇଁ ମିଳିଥିବା ୧୨ ହଜାର ଲେଖାଏଁ ଟଙ୍କା । ବିଡମ୍ବନା, ଗୋଟିଏ କୋଠରୀରେ ବସାଯାଇଛି ଦୁଇଟି ପ୍ୟାନ୍ । ମାନେ ମଝିରେ ଗୋଟିଏ କାନ୍ଥ ଉଠିଥିଲେ କଥା ସରିଥାନ୍ତା । ଅଥଚ ସେ କାନ୍ଥ ବାବଦ ଟଙ୍କା ଚଳୁ କରିବା ଲାଗି ଏଭଳି କୁତ୍ସିତ ପ୍ରୟାସ କରାଯାଇଛି । ପ୍ରଶ୍ନ ଉଠୁଛି, ଗୋଟିଏ କୋଠରୀରେ ଦୁଇଟି ପ୍ୟାନ୍ ବସାଯାଇଥିବା ବେଳେ ହିତାଧିକାରୀ କେମିତି ଶୌଚ ଯିବେ । କେବଳ ସେତିକି ନୁହେଁ, ଟାଙ୍କି ଖୋଳାଯାଇଛି । ଅଥଚ ଉପରେ ଘୋଡ଼ଣୀ ନାହିଁ । ବାସ୍ତବରେ ସମ୍ପୃକ୍ତ ଠିକାଦାରଙ୍କୁ ଦଣ୍ଡବତ ମାରିବା କଥା ବୋଲି କହିଛନ୍ତି ଗାଁ ଲୋକେ ।
କେବଳ ଗୋଟିଏ କି ଦୁଇଟି ନୁହେଁ, ଗାଁରେ ରହୁଥିବା ୧୪୫ ହିତାଧିକାରୀଙ୍କ ପାଇଖାନା ନିର୍ମାଣରେ କିଛି ନା କିଛି ଦୁର୍ନୀତି ହୋଇଛି । ଗାଁର ଓମ୍ପ୍ରକାଶ ନାୟକ, ତ୍ରିନାଥ କୁର୍ମୀ, ଚକ୍ରଧର ଜାନୀ ଓ ମୁକୁନ୍ଦ କୁର୍ମୀ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, କେବଳ ଫଟୋ ଉଠାଇ ଟଙ୍କା ହଡ଼ପ କରିବା ଉଦେ୍ଧଶ୍ୟରେ ଏଭଳି ପାଇଖାନା ତିଆରି କରାଯାଇଛି । ଏ ସମ୍ପର୍କରେ ଆମେ ଜିଲ୍ଲା ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଅମରେନ୍ଦ୍ର ପାଢିଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ସ୍ୱଚ୍ଛ ଭାରତ ଯୋଜନାରେ ବ୍ୟକ୍ତିଗତ ପାଇଖାନା ନିର୍ମାଣ ଲାଗି ପଞ୍ଚାୟତିରାଜ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ଏହାପରେ ଆମେ ପଞ୍ଚାୟତିରାଜ ବିଭାଗ ଡିଆର୍ଡିଏ ପ୍ରକଳ୍ପ ନିଦେ୍ର୍ଧଶକ ରତ୍ନାକର ସାହୁଙ୍କୁ ପଚାରିବାରୁ ତାଙ୍କ ଉତ୍ତର ଥିଲା ଅଜବ । କହିଲେ, ବିଡିଓଙ୍କୁ ପଚାରି ବୁଝ । ଦୁଃଖର ବିଷୟ, ପାଇଖାନା ଟଙ୍କା ବି ହଡ଼ପ ହେଉଛି । ଅଥଚ କାର୍ଯ୍ୟାନୁÂାନ ବଦଳରେ ଅଧିକାରୀମାନେ ଜଣେ ଅନ୍ୟ ଜଣଙ୍କ ମୁଣ୍ଡରେ ଦୋଷ ଲଦିବାରେ ବ୍ୟସ୍ତ । ଜିଲ୍ଲାରେ ଯଦି ଏଭଳି ଚାଲିବ, ତା’ହେଲେ କେନ୍ଦ୍ର ସରକାରଙ୍କ ଏହି ଯୋଜନା କିଭଳି ସଫଳ ହେବ, ତାହା ଜଳଜଳ ହୋଇ ଦିଶୁଛି । ଜିଲ୍ଲା ପ୍ରଶାସନ ଏହାକୁ ଗମ୍ଭୀରତାର ସହ ବିଚାରକୁ ନେଇ ତୁରନ୍ତ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons