ସ୍ୱର୍ଗଦ୍ୱାର ଶ୍ମଶାନ ଘାଟ :ଡିଫ୍ରିଜରରେ ପ୍ରଥମ ଶବ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ସୌନ୍ଦର୍ଯୀକରଣ ପରେ ସ୍ୱର୍ଗଦ୍ୱାର ଶ୍ମଶାନ ଘାଟରେ ହିତାଧିକାରୀଙ୍କ ପାଇଁ ବିବିଧ ସେବା ଆରମ୍ଭ ହୋଇଛି । ଶୁକ୍ରବାର ଦିନ ସ୍ୱର୍ଗଦ୍ୱାରରେ ଦେୟଯୁକ୍ତ ଡିଫ୍ରିଜର ଯନ୍ତ୍ର ଲୋକାର୍ପଣ ହୋଇଥିଲା । ଶନିବାର ପୁରୀ ରେଡକ୍ରସ ରୋଡ ନିବାସୀ ଲୀଳା ର୍ଶମା ତାଙ୍କ ଶାଶୂଙ୍କ ଶବକୁ ଏହି ଡିଫ୍ରିଜରରେ ସଂରକ୍ଷିତ ରଖିବାକୁ ପ୍ରଥମ କରି ନିବେଦନ କରିଥିଲେ । ଏହି ନିବେଦନକ୍ରମେ ତାଙ୍କର ଶାଶୂଙ୍କ ଦେହାବଶେଷକୁ ଡିଫି୍ରଜରରେ ରଖାଯାଇଛି । ଏହି ଶବକୁ ୨୪ ଘଣ୍ଟା ରଖିବାକୁ ଏକ ହଜାର ଟଙ୍କାର ଦେୟ ଧାର୍ଯ୍ୟ କରାଯାଇଛି । ଏହାଦ୍ୱାରା ପରିବାର ସ୍ୱଜନମାନେ ଶେଷ ଦର୍ଶନ ସୁଯୋଗ ପାଇ ପାରିବେ । ଏହି ସେବା ଦ୍ୱାରା ଆମ ସମ୍ପର୍କୀୟମାନେ ଦେହାବଶେଷର ଶେଷ ଦର୍ଶନ କରିପାରିବେ ବୋଲି ପରିବାର ସଦସ୍ୟମାନେ କହିଛନ୍ତି ।
ଡିଫି୍ରଜର ସେବା ବ୍ୟତୀତ ପୁରୀ ସହର ଓ ସହର ତଳି ଇଲାକାରୁ ସ୍ୱର୍ଗଦ୍ୱାରକୁ ଶବ ଆଣିବା ସେବା ବି ଆରମ୍ଭ ହୋଇଛି । ସ୍ୱର୍ର୍ଗଦ୍ୱାର ସେବା ସମିିତି ପକ୍ଷରୁ ଏହି ସେବା ଆରମ୍ଭ ହୋଇଛି । ‘ସ୍ୱର୍ଗରଥ‘ ନାମରେ ଏକ ଯାନ ଶବ ପରିବହନରେ ନିୟୋଜିତ ହୋଇଛି । ପୁରୀ ପୌରାଞ୍ଚଳରୁ ଶବ ଆଣିବାକୁ ସ୍ୱର୍ଗରଥ ଦେୟ ୭୫୦ ଟଙ୍କା ଥିବା ବେଳେ ସହର ପରିସୀମାର ଦଶ କିମି ସୀମା ମଧ୍ୟ ସ୍ୱର୍ଗ ରଥ ସେବା ବାବଦକୁ ୧୨୦୦ ଟଙ୍କା ଦେୟ ଦେବାକୁ ପଡ଼ିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons