ସ୍ୱାମୀଙ୍କୁ ପିଟିପିଟି ମାରି ସ୍ତ୍ରୀ ଫେରାର

Get real time updates directly on you device, subscribe now.

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ସିରିଆପାଳ ଗାଁରେ ସ୍ୱାମୀଙ୍କୁ ସ୍ତ୍ରୀ ପିଟିପିଟି ମାରିଦେଇଥିବାର ଖବର ମିଳିଛି। ଏହାପରେ ସ୍ତ୍ରୀ ପିଲାମାନଙ୍କୁ ନେଇ ପଳାଇଥିବା ସୂଚନା ରହିଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବାର ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଶରତ ଥାନା ସିରିଆପାଳ ଗାଁର ଲଡୁରା ସିଂହ ବାଳମୁଚା(୪୦)ଙ୍କୁ ସ୍ତ୍ରୀ ଗୁରୁବାରୀ ସିଂହ ବାଳମୁଚା(୩୫) ଏକ କାଠଫାଳିଆରେ ପିଟିପିଟି ମାରିଦେଇଥିଲେ। ଉଭୟଙ୍କ ଭିତରେ ଝଗଡ଼ା ହେବାରୁ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି। ଏହାପରେ ଗୁରୁବାରୀ ନିଜର ୩ ଛୁଆଙ୍କୁ ନେଇ କୁଆଡ଼େ ପଳାଇଥିଲେ। ଖବର ପାଇ ଶରତ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲଡୁରା ସିଂହ ବାଳମୁଚାଙ୍କ ମୃତଦେହକୁ ଜବତ କରିବା ସହ ତଦନ୍ତ ଚଳାଇଛି। ଫେରାର ଅଭିଯୁକ୍ତ ଗୁରୁବାରୀଙ୍କୁ ଧରିବା ଲାଗି ବି ପୁଲିସ ଚେଷ୍ଟା ଚଳାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons