ସ୍ୱିଡେନ, ସ୍ୱିଜରଲାଣ୍ଡ, ସର୍ବିୟାଙ୍କ ସହଜ ବିଜୟ

Get real time updates directly on you device, subscribe now.

ଲଣ୍ଡନ: ଚଳିତ ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟରେ ସ୍ୱିଜରଲାଣ୍ଡ, ସର୍ବିୟା, ସ୍ୱିଡେନ, ଡେନମାର୍କ, ପର୍ତ୍ତୁଗାଲ୍ ପ୍ରମୁଖ ସହଜ ବିଜୟ ହାସଲ କରିଛନ୍ତି ।
ଗ୍ରୁପ ଏ’ରେ ସର୍ବିୟା ୩-୧ ଗୋଲ୍ରେ ଆଜରବାଇଜନକୁ ହରାଇଥିଲା । ଦଳ ପକ୍ଷରୁ ଡୁସାନ ବ୍ଲାହୋଭିକ ୩୦ ଓ ୫୨ତମ ମିନିଟ୍ରେ ୨ଟି ଗୋଲ୍ କରିଥିଲେ । ସେହିପରି ୮୩ତମ ମିନିଟ୍ରେ ଟାଡିକ୍ ତୃତୀୟ ଗୋଲ୍ କରିଥିଲେ । ଆଜରବାଇଜନ ପକ୍ଷରୁ ଏମିନ ମାହମୁଡୋଭ ୪୫୍ମ୨ତମ ମିନିଟ୍ରେ ଗୋଲ୍ କରିଥିଲେ ।
ଗ୍ରୁପ୍ ବି’ରେ ସ୍ୱିଡେନ ୨-୦ ଗୋଲ୍ରେ ଗ୍ରୀସ୍କୁ ହରାଇଥିଲା । ଦଳ ପକ୍ଷରୁ ଏମିଲ ଫୋର୍ସବର୍ଗ ୫୯ତମ ମିନିଟ୍ ଓ ଆଲେକଜାଣ୍ଡାର ଆଇଜାକ ୬୯ତମ ମିନିଟ୍ରେ ଗୋଲ୍ କରିଥିଲେ । ଜର୍ଜିୟା ୨-୧ ଗୋଲ୍ରେ କସୋଭୋକୁ ପରାସ୍ତ କରିଥିଲା । ଦଳ ପକ୍ଷରୁ ୧୧ତମ ମିନିଟ୍ରେ ଟର୍ନିକେ ଓକ୍ରିଆସିଲି ୧୧ତମ ମିନିଟ୍ ଓ ଜୁରିକୋ ଡାଭିଟାସ୍ୱିଲି ୮୨ତମ ମିନିଟ୍ରେ ଗୋଲ୍ କରିଥିଲେ । କସୋଭୋ ପକ୍ଷରୁ ଭେଡାଟ୍ ମୁରିକି ୪୫ତମ ମିନିଟ୍ରେ ଏକ ଗୋଲ୍ କରିବାରେ ସଫଳ ହୋଇଥିଲେ ।
ଗ୍ରୁପ୍-ସିରେ ସ୍ୱିଜରଲାଣ୍ଡ ୪-୦ ଗୋଲ୍ରେ ଲିଥୁଆନିଆକୁ ହରାଇଥିଲା । ଦଳ ପକ୍ଷରୁ ବ୍ରିଲ ଏମ୍ବୋଲୋ ୩୧ ଓ ୪୫ତମ ମିନିଟ୍ରେ ୨ଟି ଗୋଲ କରିଥିଲେ । ସେହିପରି ୪୨ତମ ମିନିଟ୍ରେ ରିନାଟୋ ଷ୍ଟେଫେନ, ୯୦୍ମ୪ତମ ମିନିଟ୍ରେ ମାରିଓ ଗାଭାର୍ନୋଭିକ ଗୋଲ୍ କରିଥିଲେ । ସେହିପରି ବୁଲଗାରିଆ ୨-୧ ଗୋଲ୍ରେ ନର୍ଦର୍ଣ୍ଣ ଆୟର୍ଲାଣ୍ଡକୁ ହରାଇଥିଲା । ବୁଲଗାରିଆ ପକ୍ଷରୁ ଟୋଡୋର ନେଡେଲେଭ ୫୩ ଓ ୬୩ତମ ମିନିଟ୍ରେ ୨ଟି ଗୋଲ୍ କରିଥିଲେ । ନର୍ଦର୍ଣ୍ଣ ଆୟର୍ଲାଣ୍ଡ ପକ୍ଷରୁ କନ୍ନର ୱାସିଂଟନ ୩୫ତମ ମିନିଟ୍ରେ ଏକମାତ୍ର ଗୋଲ୍ ପରିଶୋଧ କରିଥିଲେ ।
ଗ୍ରୁପ୍ ଏଫ୍ରେ ଇସ୍ରାଏଲ୍ ୨-୧ ଗୋଲ୍ରେ ମୋଲଡୋଭାକୁ ହରାଇଥିଲା । ଦଳ ପକ୍ଷରୁ ଏରାନ ଜେହାଭି ଓ ୪୯ତମ ମିନିଟ୍ରେ ମୁନାସ ଡେବର ୨ଟି ଗୋଲ୍ କରିଥିଲେ । ୯୦୍ମ୫ତମ ମିନିଟ୍ରେ ମୋଲଡୋଭା ପକ୍ଷରୁ ଇୟନ ନିକୋଲେସ୍କୁ ଗୋଲ ପରିଶୋଧ କରିଥିଲେ । ସ୍କଟଲାଣ୍ଡ ୧-୦ ଗୋଲ୍ରେ ଫାରୋଏ ଆଇଲ୍ୟାଣ୍ଡକୁ ହରାଇଥିଲା । ଦଳ ପକ୍ଷରୁ ଲିଣ୍ଡନ ଡାଇକ୍ସ ୮୬ତମ ମିନିଟ୍ରେ ଗୋଲ୍ କରିଥିଲେ ।
ଗ୍ରୁପ୍-ଆଇରେ ଇଂଲଣ୍ଡ ଓ ହଙ୍ଗେରୀ ମଧ୍ୟରେ ଅନୁÂିତ ମ୍ୟାଚ୍ ୧-୧ ଗୋଲ୍ରେ ଡ୍ର’ ରହିଥିଲା । ହଙ୍ଗେରୀ ପକ୍ଷରୁ ରୋଲାଣ୍ଡ ସାଲାଇ ୨୪ତମ ମିନିଟ୍ରେ ଏକ ପେନାଲ୍ଟିକୁ ଗୋଲ୍ରେ ପରିଣତ କରିଥିଲେ । ସେହିପରି ଇଂଲଣ୍ଡ ପକ୍ଷରୁ ଜନ ଷ୍ଟୋନ୍ସ ୩୭ତମ ମିନିଟ୍ରେ ଗୋଲ୍ ପରିଶୋଧ କରିଦେଇଥିଲେ । ଅନ୍ୟ ଏକ ମ୍ୟାଚ୍ରେ ଆଣ୍ଡୋରା ୩-୦ଗୋଲ୍ରେ ସାନ ମାରିନୋକୁ ପରାସ୍ତ କରିଥିଲା । ଦଳ ପକ୍ଷରୁ ମାର୍କ ପୁ୍ୟଜୋଲ ଦଶମ ମିନିଟ୍, ସର୍ଜି ମୋରେନୋ ୫୩ତମ ମିନିଟ୍ ଓ ରିକାର୍ଡ ଫର୍ଣ୍ଣାଣ୍ଡେଜ ୮୯ତମ ମିନିଟ୍ରେ ଗୋଲ୍ କରିଥିଲେ । ପୋଲାଣ୍ଡ ୧-୦ ଗୋଲ୍ରେ ଆଲବାନିଆକୁ ହରାଇଥିଲା । ଦଳ ପକ୍ଷରୁ କାରୋଲ ସ୍ୱିଡୋର୍ସ୍କି ୭୭ତମ ମିନିଟ୍ରେ ଗୋଲ୍ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons