ହକ୍ ପାଇଁ ୫୦ ହଜାର ଡ୍ରାଇଭର ଏକାଠି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ହକ୍ ମାଗିବା ପାଇଁ ରାଜଧାନୀରେ ଦମ୍ ଦେଖାଇଛି ଓଡ଼ିଶା ଡ୍ରାଇଭର ମହାସଂଘ । ହଜାରେ କି ପାଞ୍ଚହଜାର ନୁହେଁ । ସୋମବାର ପ୍ରାୟ ୫୦ ହଜାର ଡ୍ରାଇଭର ଭୁବନେଶ୍ୱରରେ ସମବେତ ହୋଇଥିଲେ । ୧୬ ନମ୍ବର ଜାତୀୟ ରାଜପଥରେ ଚକାଜାମ୍ କରିବା ସହ ସହରର ଗଳିକନ୍ଦିରେ ଛକିରହିଲେ । ଠେଙ୍ଗାବାଡିÿ ଧରି ସାଧାରଣ ଲୋକଙ୍କୁ ବାଟ ଛାଡିÿନଥିଲେ । ଗାଡିÿ ଭଙ୍ଗାରୁଜା କଲେ । ସେମାନଙ୍କ ଆତଙ୍କରୁ ଆମ୍ବୁଲାନ୍ସ ଓ ସ୍କୁଲ ଛାତ୍ରଛାତ୍ରୀ ବି ବର୍ତ୍ତିନଥିଲେ । ୪୦ ଡିଗ୍ରୀ ତତଲା ପ୍ରହାର ସାଙ୍ଗକୁ ଡ୍ରାଇଭରଙ୍କ ଜୁଲମ୍ ରାଜଧାନୀବାସୀଙ୍କୁ ଏକରକମ ଶ୍ୱାସରୁଦ୍ଧ କରିଦେଇଛି ।
ସାମାଜିକ ସୁରକ୍ଷା ଓ ବୀମା ସମେତ ୧୧ ଦଫା ଦାବିରେ ଆନେ୍ଦାଳନକୁ ଓହ୍ଲାଇଥିଲା ଡ୍ରାଇଭର ମହାସଂଘ । ମହାସଂଘର ଅଧିକାଂଶ ଡ୍ରାଇଭର ସକାଳୁ ସଞ୍ଜ ଯାଏଁ ଗାନ୍ଧିମାର୍ଗରେ ଗର୍ଜିଥିଲେ । ହକ୍ ମାଗିଥିଲେ । ଖାଲି ଲୋୟର ପିଏମ୍ଜି କି ଜନପଥ ନୁହେଁ, ଆନେ୍ଦାଳନକାରୀ ସଚିବାଳୟ ମାର୍ଗକୁ ବି କବ୍ଜାକୁ ନେଇଗଲେ । ବିଧାନସଭା ଘେରିଲେ, ଯାହାକି ଇତିହାସରେ ଦ୍ୱିତୀୟ ଘଟଣା । ଡ୍ରାଇଭରଙ୍କ ନାଲିଆଖି ସାମ୍ନାରେ ନାଚାର ପୁଲିସ ଶେଷରେ ହାତ ଟେକିଦେଇଥିଲା । ୫୦ ହଜାର ଡ୍ରାଇଭରଙ୍କୁ ନିୟନ୍ତ୍ରଣ କରିବାରେ ନାକେଦମ୍ ହୋଇଥିଲା ।
ଡ୍ରାଇଭରଙ୍କ ଆନେ୍ଦାଳନର ପ୍ରଭାବ ଖାଲି ରାଜଧାନୀରେ ନୁହେଁ, ସାରା ରାଜ୍ୟରେ ପଡିÿଛି । ସଂଘ ସୂଚନା ମୁତାବକ, ପାଖାପାଖି ୩ ଲକ୍ଷ ଡ୍ରାଇଭର ଆଜି ଷ୍ଟିଅରିଂ ଛାଡିÿ ଆନେ୍ଦାଳନକୁ ଡେଇଁଥିଲେ । ଫଳରେ ଅଧିକାଂଶ ସହରରେ ସକାଳୁ ବସ୍, ଟ୍ରକ ଗଡିÿନଥିଲା । କିଛି ସହରରେ ଡ୍ରାଇଭରମାନେ ଆନେ୍ଦାଳନରେ ବସିଥିଲେ । ରାଜଧାନୀରୁ ସୋନପୁର, ବୌଦ୍ଧ, ବାରିପଦାକୁ ସକାଳୁ ଗୋଟିଏ ବି ଯାତ୍ରୀବାହୀ ବସ୍ ଯାଇନଥିଲା । ରାତିରେ ବିି ବସ୍ ସେବା ବନ୍ଦ ଥିଲା । ଭୁବନେଶ୍ୱରରୁ କଟକ ପୁରୀ ରୁଟ୍କୁ ଦିନ ୨ଟା ଯାଏଁ ମଧ୍ୟ ବସ୍ ଗଡିÿନଥିଲା । ଢେ଼ଙ୍କାନାଳ, ଆଠଗଡ଼, ରାଉରକେଲା, ବାଲେଶ୍ୱର, କେନ୍ଦୁଝର, ବ୍ରହ୍ମପୁର ଭଳି ସହରକୁ ବସ୍ ଚଳାଚଳ କାଁ ଭାଁ ପ୍ରଭାବିତ ହୋଇଛି ।
ଡ୍ରାଇଭରଙ୍କ ଆନେ୍ଦାଳନ ଦେଖି ସରକାର ଆଲୋଚନାକୁ ଡ଼ାକିଥିଲେ । ଏକ ସ୍ୱତନ୍ତ୍ର କମିଟି ଗଢ଼ି ଆସନ୍ତା ୩ ମାସ ମଧ୍ୟରେ ଦାବି ପୂରଣ କରିବାକୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, କଟକ ମେୟର ସୁବାସ ସିଂହ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଲୋଚନାରୁ ସଂଘ ସମ୍ପାଦକ ଚୈତନ୍ୟ ପ୍ରଧାନ ଉଠି ପଳାଇ ଆସିଥିଲେ । ମଙ୍ଗଳବାର ଠାରୁ ସବୁ ଡ୍ରାଇଭର ଷ୍ଟିଅରିଂ ଛାଡିÿବାକୁ ଧମକ ଦେଲେ । ସଭାପତି ପ୍ରଶାନ୍ତ ମାଣ୍ଡୁଲି ଏହି ନିଷ୍ପତ୍ତିକୁ ବିରୋଧ କରିବାରୁ ସଂଘ ୨ ଫାଳ ହୋଇଗଲା । ଗାନ୍ଧିମାର୍ଗରେ ସଂଘର ୨ ଗୋÂୀ ମଧ୍ୟରେ ଧସ୍ତାଧସ୍ତି ବି ହୋଇଥିଲା ।
ସୂର୍ଯ୍ୟ ଉଇଁବା ପୂର୍ବରୁ ପୂରା ଲୋୟର ପିଏମ୍ଜି ଡ୍ରାଇଭର ଛାଉଣି ପାଲଟିଥିଲା । ଗାନ୍ଧିମାର୍ଗ ବ୍ୟାରିକେଡ୍ ଡେଇଁ ଆଇଜି ପାର୍କ ସାମ୍ନାକୁ ଚାଲିଆସିଲେ । ସକାଳୁ ଶହଶହ ଡ୍ରାଇଭର ମାଷ୍ଟରକ୍ୟାଣ୍ଟିନ୍କୁ ଘେରିଯାଇ ଜନପଥକୁ ଠପ୍ କରିଦେଲେ । ସମୟ ଗଡିÿବା ସହ ରସୁଲଗଡ଼, ବାଣୀବିହାର, କଳ୍ପନା, ବରମୁଣ୍ଡା ଆଡୁ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଧାରଣାସ୍ଥଳକୁ ମାଡିÿ ଆସିଲେ । ସମସ୍ତଙ୍କ ହାତରେ ଖଣ୍ଡିଏ ଲେଖାଏଁ ଠେଙ୍ଗା, ଲାଠି ଥିଲା । ଯେଉଁଥିରେ ପତାକା ଗୁଡ଼ା ହୋଇଥିଲା । କିନ୍ତୁ ଗାନ୍ଧମାର୍ଗରେ ସେମାନେ ପତାକା ଖୋଲି ଠେଙ୍ଗାକୁ ଅସ୍ତ୍ର କଲେ । ସତେ ଯେମିତି ରାଜଧାନୀର ରାଜରାସ୍ତାରେ ଆତଙ୍କ ଖେଳାଇବାକୁ ସେମାନେ ପୂର୍ବରୁ ଯୋଜନା କରିଥିଲେ ।
ଧୀରେ ଧୀରେ ଡ୍ରାଇଭରଙ୍କ ଉତ୍ପାତ ବଢ଼ିଚାଲିଲା । ସ୍କୁଲ ଛାତ୍ରଛାତ୍ରୀଙ୍କୁ ବାଟ ଛାଡିÿଲେନି । ରାଲିରେ ଅଧଘଣ୍ଟାଏ ଆମ୍ବୁଲାନ୍ସ ଫସି ରହିଲା । ଲୋୟର ପିଏମ୍ଜିରେ ଗୋଟିଏ ଅଟୋକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ । ଖବରକାଗଜ ଗାଡିÿକୁ ବି ଅଟକାଇଲେ । ଖାଲି ଲୋୟର ପିଏମ୍ଜି ନୁହେଁ, ଆଇଜି ପାର୍କ, ସଚିବାଳୟ ମାର୍ଗ, ବାଣୀବିହାର-ରାଜମହଲ ରାସ୍ତା, ପ୍ରଦର୍ଶନୀ ପଡିÿଆ, ୟୁନିଟ୍-୪ରେ ଡ୍ରାଇଭରଙ୍କ ମେଳି ଜମିଥିଲା । ରସୁଲଗଡ଼, ରାଜମହଲ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର ଆଦି ଛକରେ ଚକାଜାମ୍ କରିଥିଲେ । ଯଦି କେହି ଏହାର ପ୍ରତିବାଦ କଲା, ତେବେ ତାକୁ ସଂଘବଦ୍ଧ ଭାବେ ଆକ୍ରମଣ କରିବାକୁ ପଛାଉଥିଲେ । ସେମାନଙ୍କ ଆକ୍ରମଣରୁ ସାମ୍ବାଦିକ ଓ ପୁଲିସ ମଧ୍ୟ ବାଦ୍ ପଡ଼ିନଥିଲେ ।
ସକାଳ ସାଢେ଼ ୧୦ଟାରେ ଆଇଜି ପାର୍କ ସାମ୍ନା ଗୀତଗୋବିନ୍ଦ ରାସ୍ତାରେ ଧସେଇ ପଶିଥିଲେ । ବିଧାନସଭା ଘେରି ସଚିବାଳୟ ମାର୍ଗରେ ବସି ରହି ପ୍ରତିବାଦ କରିଥିଲେ । ରାସ୍ତାରେ ଠେଙ୍ଗାବାଡିÿ ବାଡେ଼ଇ ପ୍ରତିବାଦ କଲେ । ମୁଖ୍ୟ ଫାଟକ ଦେଇ ଧସେଇ ପଶିବାକୁ ଉଦ୍ୟମ କଲେ । ମାଷ୍ଟରକ୍ୟାଣ୍ଟିନ ଛକରୁ ପିଏମ୍ଜି ଟ୍ରାଫିକ୍, ସଚିବାଳୟ ମାର୍ଗଠୁ ଏଜି ଛକ ଯାଏଁ ଡ୍ରାଇଭରଙ୍କ କବ୍ଜାକୁ ଚାଲିଗଲା ।
ଡ୍ରାଇଭର ଏତେ ସବୁ କାଣ୍ଡ ଭିଆଇବା ସତ୍ତେ୍ୱ ପୁଲିସ ନିରବଦ୍ରଷ୍ଟା ସାଜିଥିଲା । ପିଏମ୍ଜି ଟ୍ରାଫିକ୍ ପଛରେ ବ୍ୟାରିକେଡ୍ କରାଯାଇ ଡ୍ରାଇଭରଙ୍କୁ ଅଟକା ଯାଇଥିଲା । ଡିସିପି ଉମାଶଙ୍କର ଦାଶ ସେଠାରେ ଅସ୍ଥାୟୀ ଟେଣ୍ଟ କରି ବସି ରହିଥିଲେ । ଅନ୍ୟ ବରିÂ ଅଧିକାରୀ ଉପସ୍ଥିତ ଥିଲେ । ଅନ୍ୟ ସଶସ୍ତ୍ର ସୁରକ୍ଷା ବଳ, ବାଟାଲିଅନ୍ ଓ ଏସ୍ଓଜି ଜବାନ୍ଙ୍କ ସହ ବଜ୍ର ଗାଡିÿ, ଲୁହ ବୁହା ଗ୍ୟାସ୍ ଗାଡିÿ ଆନେ୍ଦାଳନକାରୀଙ୍କ ସାମ୍ନାରେ ମୁତୟନ କରାଗଲା । ଅପରାହ୍ଣ ୪ଟା ଯାଏଁ ପୁଲିସ-ଡ୍ରାଇଭରଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିଲା ।
ସେପଟେ ଓଡ଼ିଶା ଡ୍ରାଇଭର ମହାସଂଘର ୧୧ଜଣିଆ ଟିମ୍ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇଥିଲା । ମନ୍ତ୍ରୀ ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଥିଲେ, ଡ୍ରାଇଭରଙ୍କ ସାମାଜିକ ସୁରକ୍ଷା ପାଇଁ ଉଚ୍ଚସ୍ତରୀୟ କମିଟି ଗଢ଼ାଯିବ । ଏହି କମିଟି ବିଭିନ୍ନ ରାଜ୍ୟକୁ ଯାଇ ତଥ୍ୟ ସଂଗ୍ରହ କରିବ । କମିଟି ସୁପାରିସ ଆଧାରରେ ୩ ମାସରେ ପଦକ୍ଷେପ ନିଆଯିବ । ଥାନା, ଆର୍ଟିଓଗୁଡିକରେ ଗାଡ଼ି ଚାଳକଙ୍କୁ ଯେପରି ଉଦେ୍ଧଶ୍ୟମୂଳକ ଭାବେ ହଇରାଣ କରାଯିବନି, ଏନେଇ ଏସ୍ପି ଓ ଆର୍ଟିଓମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।
ସଂଘର ଦାବିଗୁଡ଼ିକ ହେଉଛି, ଡ୍ରାଇଭର ସମାଜର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ଗଢ଼ାଯାଉ । ୫୫ ବର୍ଷ ପରେ ପେନସନ, ଦୁର୍ଘଟଣାରେ ମୃତକ ଡ୍ରାଇଭର ପରିବାରକୁ ୨୦ ଲକ୍ଷର ବୀମା ରାଶି ମିଳୁ । ଦୁର୍ଘଟଣାରେ ଚିକିତ୍ସା ପାଇଁ ୫ ଲକ୍ଷ ଦିଆଯାଉ । ପ୍ରତି ୧୦୦ କିମି ଦୂରତାରେ ଡ୍ରାଇଭରଙ୍କ ପାଇଁ ବିଶ୍ରାମାଗାର ଓ ଶୌଚାଳୟ ନିର୍ମାଣ କରାଯାଉ । ଗାଡିÿ ଚଳାଇବାର ସମୟସୀମା ଧାର୍ଯ୍ୟ ହେଉ । ଡ୍ରାଇଭିଂ ଲାଇସେନ୍ସ ଦେୟ ୧୫ ହଜାର ଟଙ୍କାକୁ କମ୍ କରାଯାଉ । ଡ୍ରାଇଭରଙ୍କୁ କରୋନା ଯୋଦ୍ଧା ଘୋଷଣା କରାଯାଉ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons