ହତ୍ୟା ଅଭିଯୁକ୍ତ ବାପ, ଦୁଇପୁଅଙ୍କୁ ସଜା

Get real time updates directly on you device, subscribe now.

ଧର୍ମଗଡ଼,(ବି.ବି.ନୁ୍ୟଜ): କଳାହାଣ୍ଡି ଜିଲ୍ଲା କୋକସରା ଥାନା ବେହେରାପିଟା ଗାଁରେ ଗୁଣି ଗାରେଡ଼ି ସନେ୍ଦହରେ ୨୦୧୫ରେ ଘଟିଥିବା ଏକ ହତ୍ୟା ଘଟଣାର ଆଜି ରାୟ ପ୍ରକାଶ ପାଇଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ବାପପୁଅ ଦୋଷୀ ସାବ୍ୟସ୍ତ ହେବା ପରେ ଧର୍ମଗଡ଼ କୋର୍ଟ ସମସ୍ତଙ୍କୁ ୧୦ ବର୍ଷ ଲେଖାଏଁ ଜେଲ ଦଣ୍ଡ ସାଙ୍ଗକୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ କରିଛନ୍ତି ।
ସୂଚନାମତେ, ୨୦୧୫ ମେ ୧ ତାରିଖରେ ବେହେରାପିଟା ଗାଁର ଶିଶୁପାଳ ବିଶି ଏବଂ ତାଙ୍କ ଦୁଇ ପୁଅ ପର୍ଶୁରାମ ବିଶି ଓ ଦିଗାମ୍ବର ବିଶି ଗୁଣି ଗାରେଡ଼ି ସନେ୍ଦହ କରି ସେହି ଗ୍ରାମର ପୁଷବଲ ବିଶିଙ୍କୁ ଅତ୍ୟନ୍ତ ଅମାନବୀୟ ଢଙ୍ଗରେ ହତ୍ୟା କରିଥିଲେ । ମୃତକଙ୍କ ଭାଇ ଜଗତ ବିଶି କୋକସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ କେସ ନଂ-୯୨/୨୦୧୫ ରେ ମାମଲା ରୁଜୁ କରି ବାପ ପୁଅ ତିନିଜଣଙ୍କୁ ଗିରଫ କରି ତଦନ୍ତ ଚଲାଇଥିଲା । ହତ୍ୟାକାଣ୍ଡର ଆଜି ଚୁଡ଼ାନ୍ତ ରାୟ ପ୍ରକାଶ ପାଇଛି । ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ବନ୍ଦନା କର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ବାପା ଓ ଦୁଇ ପୁଅଙ୍କୁ ଉପରୋକ୍ତ ଦଣ୍ଡାଦେଶ କରିଛନ୍ତି । ଅତିରିକ୍ତ ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ ମାମଲା ପରିଚାଳନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons