ହତ୍ୟା ମାମଲାରେ ଜଣେ କୋର୍ଟ ଚାଲାଣ

Get real time updates directly on you device, subscribe now.

ମାଲକାନଗିରି,(ସତ୍ୟ ସାମଲଙ୍କଠାରୁ): ଏମଭି-୭୯ ଥାନା କୋଟମେଟଲା ଗାଁରେ ଜଣଙ୍କୁ ହତ୍ୟା ମାମଲାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ତା’ ନାଁ ଦେବା ମାଡ଼କାମୀ । ତାକୁ ଆଜି କୋର୍ଟ ଚାଲାଣ କରାଯାଇଛି । ଏ ସଂପର୍କରେ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ଗାଁର ସୁବା ପଡିଆମୀ(୬୧)ଙ୍କୁ ସେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।
ଏତଲା ଅନୁସାରେ, ଗତ ଶନିବାର ଏହି ଘଟଣା ଘଟିଥିଲା । ସୁବା ଶୋଇଥିବା ବେଳେ ଦୁର୍ବୃତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ସୁବା ପ୍ରାଣ ବିକଳରେ ପାଖରେ ଥିବା ନିଜ ପୁଅ ଘରକୁ ଦୌଡି ପଳାଇ ଯାଇଥିଲେ । ଘର ଦ୍ୱାର ପାଖରେ ତାଙ୍କର ମୃତୁ୍ୟ ହୋଇଥିଲା । ସୁବା ଗାଁରେ ଗୁଣିଆ ଭାବେ ପରିଚିତ ଥିଲେ । ଝଡାଫୁଙ୍କା କରିବା ସହ ସର୍ଦ୍ଧିକାଶ ଭଳି ରୋଗପାଇଁ ଔଷଧ ଦେଉଥିଲେ । ମାମଲା ରୁଜୁ ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons