ହାତୀକୁ ଉଦ୍ଧାର ବେଳେ ଓଲଟିଲା ବୋଟ

Get real time updates directly on you device, subscribe now.

କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର କରିବା ବେଳେ ଘଟିଲା ଅଘଟଣ । ପ୍ରଖର ସୁଅରେ ଓଲଟିଲା ଓଡ୍ରାଫ୍ ଟିମ୍‌ର ବୋଟ୍ । ଉଦ୍ଧାର କାର୍ୟ୍ୟ ଜାରି ରହିଛି । ବୋଟ୍‌ରେ ୭ଜଣ ଥିବା ଜଣାପଡିଛି । ବୋଟ୍‌ରେ ୫ଜଣ ଓଡ୍ରାଫ୍ ଟିମ୍ ସଦସ୍ୟ ଥିବା ବେଳେ ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଥିବା ଜଣାପଡିଛି । ଅଗ୍ନିଶମ ବାହିନୀ କର୍ମଚାରୀ ଓ ଓଡ୍ରାଫ୍ ଟିମ୍ ମିଳିତ ଭାବେ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ସମସ୍ତଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଉଦ୍ଧାରକାରୀ ଟିମ୍ ପାଇଁ ଏହା ନିହାତି ବଡ ଚ୍ୟାଲେଞ୍ଜ ହୋଇଛି । ଦୀର୍ଘ ଘଣ୍ଟା ଧରି ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀଙ୍କୁ ଉଦ୍ଧାର କରିବାକୁ ଅକ୍ଳାନ୍ତ ପରିଶ୍ରମ କରିଥିଲେ ଓଡ୍ରାଫ୍ ଟିମ୍ । ରେସକ୍ୟୁ ଅପରେସନ୍ ବେଳେ ବ୍ୟାରେଜରେ ଫସିଥିବା ହାତୀ ନିକଟକୁ ଏକ ବୋଟ୍ ସାହାଯ୍ୟରେ ପହଞ୍ଚିଥିଲେ ଓଡ୍ରାଫ୍ ଟିମ୍ । କିନ୍ତୁ ନଦୀର ପ୍ରଖର ସ୍ରୋତରେ ବୋଟ୍‌ଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ଫଳରେ ବୋଟ୍‌ରେ ଥିବା ୫ ଜଣ ଓଡ୍ରାଫ୍ ଟିମ୍ ସଦସ୍ୟ ଏବଂ ଏକ ଘରୋଇ ଚ୍ୟାନେଲର ଜଣେ ରିପୋର୍ଟର ଏବଂ କ୍ୟାମେରାମ୍ୟାନ୍ ଭାସିଯାଇଥିଲେ । ଅକ୍ଳାନ୍ତ ପରିଶ୍ରମ କରି ଓଡ୍ରାଫ୍ ଟିମ୍ ସଦସ୍ୟ ବୁଡି ଯାଇଥିବା ୭ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଛି । ଗୁରୁତର ଅବସ୍ଥାରେ ୪ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons