ହୋଟେଲରେ ପର୍ଯ୍ୟଟକଙ୍କୁ ହତ୍ୟା:ବାଲକୋନିରୁ ଠେଲି ମାରିଦେଲେ!

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ପୁରୀ ବୁଲିବା ପାଇଁ ଆସିଥିଲେ । ହେଲେ ହୋଟେଲ୍ରେ ଘଟିଲା ହତ୍ୟାକାଣ୍ଡ । ମୃତ ଯୁବକ ଜଣେ ବଙ୍ଗୀୟ ପର୍ଯ୍ୟଟକ ବୋଲି ଜଣାପଡିଛି । ସେ ହେଲେ ପଶ୍ଚିମବଙ୍ଗ ଉତ୍ତର ୨୪ ପର୍ଗଣା ବାରକେରାର ଚୟନ ରାୟ ଓରଫ ପ୍ରେମ୍ (୧୯) । ତାଙ୍କ ବାପା ସଞ୍ଜୀବ କୁମାର ସର୍କାର୍ଙ୍କ ଏତଲା କ୍ରମେ ପୁଲିସ ହତ୍ୟା ମାମଲା ରୁଜୁ କରିଛି ।
ପୁଲିସ କହିଛି ଯେ, ପ୍ରେମ୍ ଓ ତାଙ୍କ ୪ ଜଣ ବନ୍ଧୁ ଗତ ୬ ତାରିଖରେ ପୁରୀ ବୁଲିବା ପାଇଁ ଆସିଥିଲେ । ସେମାନେ ସମୁଦ୍ରକୂଳ ଥାନା ଅଧୀନ ବେଳାଭୂମି ରାସ୍ତା ପାଶ୍ୱର୍ ଦୀପ୍ ରିସର୍ଟ ୩ ମହଲାରେ ଥିବା ୪୦୪ ନମ୍ବର ରୁମ୍ରେ ରହିଥିଲେ । ୭ ତାରିଖ ଅପରାହ୍ନରେ ହଠାତ୍ ୩ ମହଲା ବାଲ୍କୋନିରୁ ତଳକୁ ଖସିପଡ଼ିଥିଲେ ପ୍ରେମ୍ । ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବନ୍ଧୁମାନେ ନେଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅଧିକ ଚିକିତ୍ସା ଆବଶ୍ୟକ ଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲ୍କୁ ସ୍ଥାନାନ୍ତର କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରେମ୍ଙ୍କ ପ୍ରାଣବାୟୁ ଉଡି ଯାଇଥିଲା ।
ପରେ ବନ୍ଧୁମାନେ ତାଙ୍କ ଘରକୁ ଖବର ଦେଇଥିଲେ । ପରିବାର ଲୋକେ ରାତାରାତି ପୁରୀରେ ପହଞ୍ଚିଥିଲେ । ପରିବାର ଲୋକେ ଆସିବା ପୂର୍ବରୁ ପ୍ରେମ୍ଙ୍କ ଶବକୁ ମେଡିକାଲ୍ରେ ଛାଡି ୪ ବନ୍ଧୁ ଫେରାର୍ ହୋଇଯାଇଥିଲେ ବୋଲି ପୁଲିସ କହିଛି । ଏନେଇ ପ୍ରେମ୍ଙ୍କ ବାପା ହତ୍ୟା ଅଭିଯୋଗ କରିଥିଲେ । ଶୁକ୍ରବାର ଭୋର୍ରେ ସଞ୍ଜୀବ ଏତଲା ଦେଇଥିଲେ । ପୁଅକୁ ବନ୍ଧୁମାନେ ହତ୍ୟା କରିଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି । ଏନେଇ ଆଇପିସି ଦଫା ୩୦୨ ଓ ୩୪ ବଳରେ ହତ୍ୟା ମାମଲା (୮୧/୨୨) ରୁଜୁ କରାଯାଇଛି । ପୁଲିସ ତଦନ୍ତ ଆରମ୍ଭ କରିଛି ।
ବାଲ୍କୋନିରୁ ଠେଲି ହତ୍ୟା କରାଯାଇଥିବା ଅଭିଯୋଗ ଉପରେ ପୁଲିସ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କରିଛି । ସାଇଣ୍ଟିଫିକ୍ ଟିମ୍ ସହ ଏସ୍ପି କେ.ବିଶାଲ୍ ସିଂହ, ଅତିରିକ୍ତ ଏସ୍ପି ମିହିର ପଣ୍ଡା, ଆଇଆଇସି ଚିନ୍ମୟ ରାଉତ ହୋଟେଲ୍କୁ ଯାଇ ତଦନ୍ତ କରିଛନ୍ତି । ଏସ୍ଆଇ ଶିବାଶିଷ ଦାସଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଛି । ସେମାନେ ହୋଟେଲ୍ରେ ପହଞ୍ଚିବା ଠାରୁ ଦୁର୍ଘଟଣା ପର୍ଯ୍ୟନ୍ତ କିଭଳି ଥିଲା ପରିସ୍ଥିତି ତାହାର ସିସିଟିଭି ଫୁଟେଜ୍ ଯାଞ୍ଚ୍ କରାଯାଇଛି । ବାହାର ପଟୁ ହୋଟେଲ୍କୁ ସିସିଟିଭି କ୍ୟାମେରା ନଥିବାରୁ ବାଲ୍କୋନିରୁ କେଉଁ ପରିସ୍ଥିତିରେ ପ୍ରେମ୍ ତକୁ ଖସିଲେ ତାହା ଜଣାପଡି ନଥିବା କହିଛନ୍ତି ଆଇଆଇସି ଶ୍ରୀ ରାଉତ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons