ହୋଟେଲ୍ କର୍ମଚାରୀଙ୍କ ମାଡ଼ରେ ଯବାନ ଗୁରୁତର

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ସମୁଦ୍ରକୂଳ ଥାନା ଅଞ୍ଚଳରେ ଏକ ହୋଟେଲ୍ରେ ଘଟିଛି ଅଭାବନୀୟ କାଣ୍ଡ । ହୋଟେଲ କର୍ମଚାରୀଙ୍କ ମାଡ଼ରେ ଜଣେ ଯବାନ୍ ଲହୁଲୁହାଣ ହୋଇଛନ୍ତି । ଯବାନ ମଧ୍ୟ ଆତ୍ମସୁରକ୍ଷା କୌଶଳ ଅବଲମ୍ବନ କରି କର୍ମଚାରୀଙ୍କ ତାଳୁ ମେଲା କରି ଦେଇଛନ୍ତି । ଉଭୟଙ୍କୁ ରକ୍ତାକ୍ତ ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ପୁଲିସ । ଆହତ ଯବାନ ହେଲେ ଭାରତୀୟ ନୌସେନାରେ କାର୍ଯ୍ୟରତ ଯାଜପୁରର ଅବିନାଶ ଜେନା (୨୩) । ହୋଟେଲ୍ କର୍ମଚାରୀ ଜଣକ ହେଲେ କଟକର ସଞ୍ଜୟ ମିଶ୍ର (୩୮) ।
ମିଳିଥିବା ଖବର ଅନୁସାରେ, ୩ ଜଣ ସାଙ୍ଗଙ୍କୁ ନେଇ ଅବିନାଶ ଗୁରୁବାର ପୁରୀ ବୁଲିବାକୁ ଆସିଥିଲେ । ରାତି ସାଢେ଼ ୧୦ଟାରେ ହୋଟେଲ୍ରେ ପହଞ୍ଚିଥିଲେ । ରୁମ୍ରେ ରହିବା ପରେ ରାତି ୧ଟାରେ ହୋଟେଲ୍ କର୍ମଚାରୀ ସଞ୍ଜୟଙ୍କୁ ଭେଟିବାକୁ ଯାଇଥିଲେ । ଭୋର୍ରେ ଗେଟ୍ ଖୋଲିଦେଲେ ସେମାନେ ଶ୍ରୀମନ୍ଦିର ଯିବାକୁ କହିଥିଲେ । ହେଲେ ଏଥିରେ ସଞ୍ଜୟ ଉତ୍କ୍ଷିପ୍ତ ହୋଇ ମୋ ରୁମ୍ରେ ପଶିବାକୁ କିଏ କହିଲା ବୋଲି ପ୍ରଶ୍ନ କରିଥିଲେ । ନିଜକୁ ଯବାନ ବୋଲି ପରିଚୟ ଦେଇଥିଲେ ଅବିନାଶ । ଏହାପରେ ଯୁକ୍ତ ତର୍କ ବଢ଼ିଥିଲା ଓ ପରେ ସଞ୍ଜୟ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଅବିନାଶ । ଲୁହା ରଡରେ ନିସ୍ତୁକ ପିଟିବା ପରେ ଅବିନାଶ ବୁକ୍ କରିଥିବା ରୁମ୍ ଭିତରେ ପଶି ଭିତରୁ ଲକ୍ କରିଥିଲେ । ସଞ୍ଜୟ ଓ ଅନ୍ୟ କର୍ମଚାରୀମାନେ ଡୋର୍ ଖୋଲିବାକୁ ଉଦ୍ୟମ କରୁଥିବାବେଳେ ପୁଲିସକୁ ଖବର ଦେଇଥିଲେ ଅବିନାଶ ।
କିଛି ସମୟ ପରେ ସଞ୍ଜୟ ନିଜକୁ ପୁଲିସ ବୋଲି କହିଥିଲା । ତେଣୁ ଜାଣି ନପାରି ଡୋର୍ ଖୋଲି ଦେଇଥିଲେ ଅବିନାଶ । ଏହାପରେ ସଞ୍ଜୟ ଓ ଅନ୍ୟ କର୍ମଚାରୀମାନେ ରୁମ୍ ଭିତରେ ପଶି ଅବିନାଶଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଥିଲେ । ତାଙ୍କ ମୁହଁ ଓ ସାରା ଶରୀରରେ ଆଘାତର ଚିହ୍ନ ରହିଛି । ଏହି ସମୟରେ ଅବିନାଶ ଶିଖିଥିବା ଆତ୍ମ ସୁରକ୍ଷା କୌଶଳ ଅବଲମ୍ବନ କରିଥିବା କହିଛନ୍ତି । ନିଜକୁ ରକ୍ଷା କରିବାକୁ ଯାଇ ସେଠାରେ ଥିବା ପ୍ରେସର୍ କୁକର୍ରେ ସଞ୍ଜୟଙ୍କୁ ଆକ୍ରମଣ କରିଥିଲେ । ଏଥିରେ ତାଙ୍କ ମୁଣ୍ଡ ଫାଟିଯାଇଥିଲା । ଉଭୟେ ରକ୍ତାକ୍ତ ହୋଇ ଲଢେଇ ଜାରି ରଖିଥିବାବେଳେ ପୁଲିସ ପହଞ୍ଚିଥିଲା । ପରେ ଦୁହିଁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେପଟେ ସଞ୍ଜୟ ମଧ୍ୟ କହିଛନ୍ତି ନିଜକୁ ଯବାନ ବୋଲି କହି ଅଯଥାରେ ଝଗଡା କରିବା ସହ ମାଡ ମାରି ତାଙ୍କୁ ରକ୍ତାକ୍ତ କରିଥିଲେ ଅବିନାଶ । ଏନେଇ ଥାନାରେ ଉଭୟ ପକ୍ଷ ଏତଲା ଦେଇ ନଥିଲେ । ନିଜ ମଧ୍ୟରେ ଆଲୋଚନା କରିବା ସହ ଅଣ୍ଡର୍ ଟେକିଂ ଲେଖି ଦୁଇ ପକ୍ଷ ପଳାଇଥିବା କହିଛନ୍ତି ଆଇଆଇସି ଚିନ୍ମୟ ରାଉତ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons