୧୦ କୋଟିର ଜିଏସଟି ଫାଙ୍କି, କାରଖାନାରେ ଚଢ଼ଉ

Get real time updates directly on you device, subscribe now.

ରାଉରକେଲା,(ବି.ବି.ବୁ୍ୟରୋ): ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା-ହାତୀବାରି ରୋଡ଼ରେ ଥିବା ଏକ ଘରୋଇ କାରଖାନା କର୍ତ୍ତୃପକ୍ଷ ୧୦ କୋଟି ଟଙ୍କାର ଟିକସ୍ ଫାଙ୍କି ଥିବା ଅଭିଯୋଗରେ ଜିଏସ୍ଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ବେଳେ ୩ ଜଣଙ୍କୁ ଜେରା କରାଯାଉଥିବା ଜଣାପଡ଼ିଛି ।
କୁଆରମୁଣ୍ଡା-ହାତୀବାରି ରୋଡ଼ରେ ରହିଛି ଟପ୍ ଟେକ୍ ଷ୍ଟିଲସ୍ ପ୍ରାଇଭେଟ ଲିମିଟେଡ କାରଖାନା । ଏହି କାରଖାନାକୁ ସ୍କ୍ରାପ୍ ଅଣାଯାଇ ସେଠାରେ ଇଙ୍ଗଟ ତିଆରି କରାଯାଉଥିଲା । ଏଠାରେ ପ୍ରସ୍ତୁତ ହେଉଥିବା ଇଙ୍ଗଟ ବିଭିନ୍ନ ସ୍ଥାନକୁ ପଠାଯାଉଥିଲା । ତେବେ ଏ ନେଇ କାରଖାନା କର୍ତ୍ତୃପକ୍ଷ କୌଣସି ଟିକସ୍ ପଇଠ କରୁନଥିବା ଜିଏସ୍ଟି ବିଭାଗ ଜାଣିବାକୁ ପାଇଥିଲା । ଜିଏସ୍ଟି ବିଭାଗର ଡେପୁଟି ଡାଇରେକ୍ଟର କୁନାଲ କୁମାରଙ୍କ ନିଦେ୍ର୍ଧଶ କ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ କାରଖାନାରେ ଚଢ଼ାଉ କରିବା ସହ କମ୍ପାନୀର ମାଲିକ ଶ୍ୟାମ ବିହାରୀ ପ୍ରସାଦ, ତାଙ୍କ ପୁଅ ଏବଂ ସହଭାଗିତା ଅନୀଲ ପାଣ୍ଡେଙ୍କ ସିଭିଲ ଟାଉନସିପ୍ ସ୍ଥିତ ବାସଭବନ ଓ ଛେଣ୍ଡ ଠାରେ ଥିବା ଘର ଉପରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ସେମାନେ ଆବଶ୍ୟକ କାଗଜପତ୍ର ଦେଖାଇ ପାରିନଥିଲେ । କେତେ ସ୍କ୍ରାପ୍ କାରଖାନାକୁ ଆସିଛି, କେତେ ଇଙ୍ଗଟ ତିଆରି ହୋଇଛି, କେଉଁ କେଉଁ ସ୍ଥାନକୁ ପଠାଯାଇଛି ତାହାର ଟିକିନିକି ଯାଞ୍ଚ କରୁଛନ୍ତି ଜିଏସ୍ଟି ବିଭାଗ ଅଧିକାରୀ । ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ଚଢ଼ାଉ ଆଜି ସକାଳେ ଶେଷ ହୋଇଥିଲେ ବି ତିନି ଜଣଙ୍କୁ ଗୁଡେ଼ଇ ତୋଡେ଼ଇ ପ୍ରଶ୍ନ କରିଥିଲେ ହେଁ ସଠିକ ଉତ୍ତର ସେମାନେ ଦେଇ ପାରିନଥିଲେ । କାରଖାନା ଓ ବାସଭବନରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ତଦନ୍ତ ଚାଲିଥିବାରରୁ ଜିଏସ୍ଟି ଅଧିକାରୀମାନେ କିଛି କହିବାକୁ ମନା କରି ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons