୧୮ ଲକ୍ଷର ଗଞ୍ଜେଇ ଜବତ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ଲମତାପୁଟ ବ୍ଲକ ସୀମାନ୍ତରୁ ଛତିଶଗଡ଼ର ରାୟପୁର ଚାଲାଣ ବେଳେ ଧରାପଡିଛି ଗଞ୍ଜେଇ । ଗଞ୍ଜେଇ ଚାଲାଣ ମାମଲାରେ ସଦର ପୁଲିସ ୬ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଲମତାପୁଟ ବ୍ଳକ ବାଲେଲ୍ର ସୁରେନ୍ଦ୍ର ଖିଲ(୨୧), ପତି ଜାନମ(୨୧), ଏନୁଗୁର ଶିଶୁପାଳ ହନ୍ତାଳ(୨୦), ଜୟସେନ ଶିଶା(୨୧), ଜୟପୁର ବାରିଣୀପୁଟର ସୁରେଶ କୁମାର ସାହୁ ଓରଫ ବାବୁଲା(୪୨) ଏବଂ ଦଶମନ୍ତପୁର ଥାନା ଟିକରପଡ଼ାର ପୂର୍ଣ୍ଣ ମେଲକା(୨୧) । ସୁରେଶ ଏବଂ ପୂର୍ଣ୍ଣ ହେଉଛନ୍ତି ଗଞ୍ଜେଇ ବିକ୍ରେତା । ସେମାନଙ୍କ ପାଖରୁ ୧୮୧ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଯାହାର ଦାମ୍ ୧୮ ଲକ୍ଷ ୧୭ ହଜାର ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ଏଥିସହ କାରବାରରେ ବ୍ୟବହୃତ ଗୋଟିଏ ବାଇକ୍ ଏବଂ କାର ଜବତ କରାଯାଇଛି । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ପଠାଇ ଦିଆଯାଇଥିବା ଆଇଆଇସି ଈଶ୍ୱର ତାଣ୍ଡି କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଗତ ୫ ତାରିଖ ପୂର୍ବାହ୍ନରେ ଲମତାପୁଟ ଅଞ୍ଚଳରୁ ଗଞ୍ଜେଇ ଚାଲାଣ ସମ୍ପର୍କରେ ଆଇଆଇସି ଶ୍ରୀ ତାଣ୍ଡିଙ୍କୁ ଖବର ମିଳିଥିଲା । ଏସ୍ଆଇ ପ୍ରଶାନ୍ତ କୁମାର ମହାନ୍ତି, ଏଏସ୍ଆଇ ଗଣେଶ ପ୍ରସାଦ ବେହେରା ଏବଂ ବିଭାଗୀୟ କର୍ମଚାରୀ ଜାତୀୟ ରାଜପଥ -୩୨୬ ପାତ୍ରପୁଟ ଛକ ନିକଟରେ ଛପି ରହିଥିଲେ । ଏହି ସମୟରେ କାର୍(ଓଡି ୧୦-୮୯୩୨) ଏବଂ ବାଇକ୍(ଓଡି ୧୦ ସି-୧୯୮୮) ଆସିଥିଲା । ଅଧିକାରୀମାନେ ଗାଡ଼ି ଅଟକାଇ ଯାଞ୍ଚ କରିଥିଲେ । ଗାଡ଼ିରେ ଗଞ୍ଜେଇ ଥିବା ଜଣାପଡିବା ପରେ ସମସ୍ତଙ୍କୁ ଅଟକ ରଖାଯାଇଥିଲା । ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ମାଲ ଓଜନ କରାଯାଇଥିଲା । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଗଞ୍ଜେଇ ଲମତାପୁଟରୁ ରାୟପୁର ଚାଲାଣ କରୁଥିବା ବାବଦରେ ଯୁବକମାନେ ସ୍ୱୀକାର କରିଥିଲେ । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଏସ୍ଆଇ ଶଙ୍କର ପଣ୍ଡା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।
ସୂଚନାଥାଉକି, ଗତ ୪ ମାସରେ ସଦର ପୁଲିସ ପକ୍ଷରୁ ୫ଟି ଗଞ୍ଜେଇ ମାମଲା ରୁଜୁ କରାଯାଇଛି । କାରବାରରେ ସମ୍ପୃକ୍ତି ଅଭିଯୋଗରେ ୧୭ ଜଣଙ୍କୁ ଗିରଫ କରାଯାଇଛି । ୨ଟି କାର୍, ୮ଟି ବାଇକ୍, ୬ଟି ମୋବାଇଲ୍ ଫୋନ୍ ସହ ନଗଦ ୧ ହଜାର ୯୫୦ ଟଙ୍କା ଜବତ ହୋଇଛି । ଜବତ ଗଞ୍ଜେଇର ଦାମ୍ ୫୬ ଲକ୍ଷ ୪୭ ହଜାର ଟଙ୍କା ହେବ । ଗତ ବର୍ଷ(୨୦୨୦-୨୧ରେ) ଥାନା ପକ୍ଷରୁ ୪୦ଟି ଗଞ୍ଜେଇ ମାମଲା ରୁଜୁ କରାଯାଇ ୯୪ ଜଣଙ୍କୁ ଗିରଫ କରାଯାଇଥିଲା । ଜବତ କରାଯାଇଥିବା ୧୭ ହଜାର ୪୫୪ କେଜି ଗଞ୍ଜେଇର ଦାମ ପ୍ରାୟ ୧୭ କୋଟି ୫୦ ଲକ୍ଷ ଟଙ୍କା ହେବ । ଏଥିସହ ବିଭିନ୍ନ କିସମର ଯାନବାହାନ, ମୋବାଇଲ୍ ଫୋନ୍ ସହ ନଗଦ ପ୍ରାୟ ୧୨ ଲକ୍ଷ ଟଙ୍କା ଜବତ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons