୧୮ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୫ ଗିରଫ

Get real time updates directly on you device, subscribe now.

ମାଲକାନଗିରି: ପୋଲିସ ଡାଳେ ଡାଳେ ଗଲେ ଗଞ୍ଜେଇ ମାଫିଆମାନେ ପତ୍ରେ ପତ୍ରେ ଯାଉଛନ୍ତି । ମାଲକାନଗିରି ଜିଲ୍ଲାର ସବୁ ରାସ୍ତାରେ ଏବେ ପୋଲିସ କଡା କଡି ଭାବେ ଯାନବାହାନ ଅଟକାଇ ଗଞ୍ଜେଇ ଯାଞ୍ଚ କରୁଥିବା ବେଳେ ଗଞ୍ଜେଇ ଚୋରା ଚାଲାଣ କରିବା ଲାଗି ମାଫିଆମାନେ ଏବେ ଅଭିନବ ଉପାୟ ଆରମ୍ଭ କରିଛନ୍ତି । ଗାଡି ନୁହେଁ ଏବେ କାଉଡ଼ିଆଙ୍କୁ ବ୍ୟବହାର କରି ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି ମାଫିଆ । ମୁଖ୍ୟ ରାସ୍ତା ନୁହେଁ ବରଂ ଘଞ୍ଚ ଜଙ୍ଗଲ ରାସ୍ତା ଦେଇ ପାର ହେଉଛି ଗଞ୍ଜେଇ । ମାଥିଲି ଥାନା ଅନ୍ତର୍ଗତ ଗଣ୍ଡିଆଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲ ଦେଇ କାଉଡିଆରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ମାଡି ବସିଲା ପୋଲିସ । ୫ ଜଣ କାଉଡ଼ିଆଙ୍କୁ ଗିରଫ କରିବା ସହ ସେମାନଙ୍କର ପାଖରୁ ୧୬ ବସ୍ତା ଗଞ୍ଜେଇ ଜବତ କରିଛି ପୋଲିସ ଯାହାର ଓଜନ ୩୫୦ କିଲୋଗ୍ରାମ ହୋଇଥିବା ବେଳେ ବଜାର ମୁଲ୍ୟ ପ୍ରାୟ ୧୮ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଗିରଫ ସମସ୍ତଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଜଣା ପଡିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons