ନୂଆଦିଲ୍ଲୀ: ଦେଶରେ ସମୁଦ୍ର କୂଳରେ ଥିବା ସହରଗୁଡ଼ିକ ଉପରେ ସମୁଦ୍ରର ବର୍ଧିଷ୍ଣୁ ଜଳସ୍ତରକୁ ନେଇ ଚକିତ କରିଦେବାଭଳି ବିଶ୍ଳେଷଣ ସାମ୍ନାକୁ ଆସିଛି । ଗ୍ଲୋବାଲ ରିସ୍କ ମ୍ୟାନେଜମେଣ୍ଟ ଫାର୍ମ ଆରଏମ୍ଏସଆଇ ଅନୁସାରେ ମୁମ୍ବାଇ, କୋଚି, ମାଙ୍ଗାଲୋର, ଚେନ୍ନାଇ, ବିଶାଖାପ;ନମ୍ ସହିତ ତିରୁଅନନ୍ତପୁରମ୍ରେ ଅନେକ ବଡ଼ ବଡ଼ ଅ;ାଳିକା ଓ ସଡ଼କ ୨୦୫୦ ମଧ୍ୟରେ ବୁଡ଼ିଯିବ । ଆରଏମ୍ଏସଆଇର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ମୁମ୍ବାଇର ହାଜି ଅଲ୍ଲୀ ଦରଘା, ଜବାହାରଲାଲ ନେହରୁ ପୋର୍ଟ ଟ୍ରଷ୍ଟ, ୱେଷ୍ଟର୍ଣ୍ଣ ଏକ୍ସପ୍ରେସ ହାଇୱେ, ବାନ୍ଦ୍ରା-ୱର୍ଲି-ସି ଲିଙ୍କ୍ ବୁଡ଼ି ଯିବାର ବିପଦ ରହିଛି । ଆରଏମ୍ଏସଆଇ ଇଣ୍ଟରଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଣ୍ଟ ଚେଞ୍ଜ(ଆଇପିସିସି)ର ଷÂ ଆସେସମେଣ୍ଟ ରିପୋର୍ଟ ଆଧାରରେ ଏହା ପ୍ରକାଶ କରିଛି । ଏହାଛଡ଼ା ଜଳବାୟୁ ପରିବର୍ତ୍ତନର ନୂଆ ତଥ୍ୟ ଓ ପ୍ରଭାବକୁ ନେଇ ବନାଯାଇଥିବା ମଡେଲ୍ର ବି ବ୍ୟବହାର କରାଯାଇଛି ।
ଜଳବାୟୁ ପରିବର୍ତ୍ତନକୁ ନେଇ ପ୍ରକାଶିତ ହୋଇଥିବା ସବୁଠାରୁ ସଦ୍ୟତମ ଏହି ରିପୋର୍ଟର ନାମ ‘କ୍ଲାଇମେଣ୍ଟ ଚେଞ୍ଜ ୨୦୨୧: ଦ ଫିଜିକାଲ୍ ସାଇନ୍ସ ବେସିସ୍’ । ଏହି ବିଶ୍ଳେଷଣରେ ଦେଶର ୬ଟି ଉପକୂଳବର୍ତ୍ତୀ ସହର ମୁମ୍ବାଇ, ଚେନ୍ନାଇ, କୋଚି, ବିଶାଖାପ;ନମ୍, ମାଙ୍ଗାଲୋର ଓ ତିରୁଅନନ୍ତପୁରମ୍କୁ ସାମିଲ କରାଯାଇଥିଲା । ଆରଏମ୍ଏସଆଇର ବିଶେଷଜ୍ଞମାନେ ଏହି ସହରଗୁଡ଼ିକର ସମୁଦ୍ରତଟୀୟ ଅଞ୍ଚଳଗୁଡ଼ିକ ଲାଗି ହାଇ ରିଜୋଲୁ୍ୟସନ୍ ଡିଜିଟାଲ ମଡେଲ୍ ପ୍ରସ୍ତୁତ କରିଥିଲେ । ଏହାପରେ ଜଳସ୍ତର ଓ ବନ୍ୟାକୁ ମାପିବା ଲାଗି ଏକ ମାନଚିତ୍ର ପ୍ରସ୍ତୁତ ହୋଇଥିଲା । ୨୦୫୦ ମଧ୍ୟରେ ଭାରତର ଚାରି ପାଶ୍ୱର୍ରେ ସମୁଦ୍ରର ଜଳସ୍ତର ଉଲ୍ଲେଖନୀୟ ଭାବେ ବଢ଼ିବ ବୋଲି ଆଇପିସିସି ଆକଳନ କରିଛି ।
ଜଳବାୟୁ ପରିବର୍ତ୍ତନକୁ ନେଇ ମିନିଷ୍ଟ୍ରି ଅଫ୍ ଆର୍ଥ ସାଇନ୍ସେସ୍(ଏମ୍ଓଇଏସ୍) ବି କହିଛି ଯେ ନର୍ଥ ଇଣ୍ଡିଆନ୍ ଓଶନ୍(ଏନ୍ଆଇଓ)ର ଜଳସ୍ତରରେ ୧୮୭୪-୨୦୦୪ ମଧ୍ୟରେ ପ୍ରତିବର୍ଷ ୧.୦୬-୧.୭୫ ମିମି ହାରରେ ବୃଦ୍ଧି ଦେଖାଯାଇଛି । ସେପଟେ ୧୯୯୩-୨୦୧୭ ମଧ୍ୟରେ ପ୍ରତିବର୍ଷ ୩.୩ ମିମି ବୃଦ୍ଧି ହୋଇଛି । ଉଭୟ ମାମଲାରେ ଏହି ବୃଦ୍ଧି ସାରା ବିଶ୍ୱରେ ସମୁଦ୍ରର ଜଳସ୍ତରରେ ହେଉଥିବା ହାରାହାରି ବୃଦ୍ଧି ହାର ସହ ସମାନ । ସେପଟେ ଆଇପିସିସି ଅନୁମାନ କରିଛି ଯେ ୨୦୫୦ ମଧ୍ୟରେ ନର୍ଥ ଇଣ୍ଡିଆନ୍ ଓଶନ୍ର ସ୍ଥିର ଜଳସ୍ତର ୧୯୮୬ରୁ ୨୦୦୫ ମଧ୍ୟରେ ଥିବା ଜଳସ୍ତର ତୁଳନାରେ ପ୍ରାୟ ୩୦୦ ମିମି ଅର୍ଥାତ୍ ୧ ଫୁଟ ବଢ଼ିଯିବ । ଏମ୍ଓଇସ୍ର ରିପୋର୍ଟ ମୁତାବକ, ବୈଶ୍ୱିକ ହାରାହାରି ବୃଦ୍ଧି ଲାଗି ଏହି ଅନୁମାନ ପ୍ରାୟ ୧୮୦ ମିମି ।
ଏ ସଂପର୍କରେ ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟ୍ରପିକାଲ୍ ମେଟେରୋଲୋଜିକାଲ୍ ଡିପାର୍ଟମେଣ୍ଟର ଜଳବାୟୁ ବୈଜ୍ଞାନିକ ରକ୍ସି ମାଥୁ୍ୟ କୋଲ୍ ମିଡିଆକୁ କହିଛନ୍ତି, ଉପକୂଳବର୍ତ୍ତୀ ସହର ବୁଡ଼ିବାର ଏକମାତ୍ର କାରଣ ସମୁଦ୍ରର ଜଳସ୍ତରରେ ବୃଦ୍ଧି ନୁହେଁ । ଉପକୂଳବର୍ତ୍ତୀ ଅଞ୍ଚଳ ପୂର୍ବରୁ ହିଁ ଜଳବାୟୁ ପରିବର୍ତ୍ତନର ଫଳାଫଳ ଭୋଗୁଛନ୍ତି । ବର୍ତ୍ତମାନ ସମୟରେ ବାତ୍ୟା, ଝଡ଼ ଓ ପ୍ରବଳ ବର୍ଷା ଘଟଣା ବଢ଼ୁଛି । ଏହା ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟାର କାରଣ ହେଉଛି । ବିଗତ ୪ ଦଶକ ହେଲା ପଶ୍ଚିମ ଉପକୂଳରେ ବାତ୍ୟାରେ ୫୨ଧ ବୃଦ୍ଧି ହୋଇଛି । ୧୯୫୦ ଦଶକ ତୁଳନାରେ ଭାରୀ ବର୍ଷା ୩ ଗୁଣା ବୃଦ୍ଧି ହୋଇଛି । ୨୦୫୦ ମଧ୍ୟରେ ବୈଶ୍ୱିକ ତାପମାତ୍ରା ପରିବର୍ତ୍ତନ ୨ ଡିଗ୍ରୀ ସେଲସିୟସ୍ ପାଖାପାଖି ହେବ । ଏହାପରେ ବାତ୍ୟା ଓ ପ୍ରବଳ ବର୍ଷା ବି ବଢ଼ିବ ।
ବିଶ୍ଳେଷଣରୁ ଜଣାପଡ଼ିଛି ଯେ ୨୦୫୦ ମଧ୍ୟରେ ମୁମ୍ବାଇର ପ୍ରାୟ ୯୯୮ଟି ଅ;ାଳିକା ଓ ୨୪ କିମି ଲମ୍ବା ସଡ଼କ ଉପରେ ଜଳସ୍ତର ବୃଦ୍ଧିର ପ୍ରଭାବ ପଡ଼ିବ । ସେହିପରି ଉଚ୍ଚ ଜୁଆର ସମୟରେ ପ୍ରାୟ ୨୪୯୦ ଅ;ାଳିକା ଓ ୧୨୬ କିମି ସଡ଼କ ପ୍ରଭାବିତ ହେବ । ଚେନ୍ନାଇରେ ଏହାଯୋଗୁ ୫୫ଟି ଅ;ାଳିକା ଓ ୫ କିମି ଲମ୍ବା ସଡ଼କ ଉପରେ ବିପଦ ରହିବ । କୋଚିରେ ୨୦୫୦ ମଧ୍ୟରେ ପ୍ରାୟ ୪୬୪ଟି ଅ;ାଳିକା ପ୍ରଭାବିତ ହେବାର ଆଶଙ୍କା ରହିଛି । ଉଚ୍ଚ ଜୁଆର ସମୟରେ ଏହି ସଂଖ୍ୟା ବୃଦ୍ଧିପାଇ ପ୍ରାୟ ୧୫୦୨ ହୋଇଯିବ । ତିରୁଅନନ୍ତପୁରମ୍ରେ ଏହି ସଂଖ୍ୟା ୩୪୯ ଏବଂ ୩୮୭ ଅ;ାଳିକାର ରହିବ । ସେହିପରି ବିଶାଖାପ;ନମ୍ରେ ୨୦୫୦ ମଧ୍ୟରେ ପ୍ରାୟ ୨୦୬ଟି ଘର ଓ ୯ କିମି ସଡ଼କ ନେଟୱର୍କ ବୁଡ଼ିଯିବାର ଆଶଙ୍କା ରହିଛି ।
ଆରଏମ୍ଏସଆଇର ବରିÂ ଉପସଭାପତି ପୁଷ୍ପେନ୍ଦ୍ର ଜୌହରି କହିଛନ୍ତି-ଉପକୂଳବର୍ତ୍ତୀ ସହରରେ କେତେ ପାଣି ନିକଟବର୍ତ୍ତୀ ଅଞ୍ଚଳକୁ ଯିବ ତାହା ଏହି କଥା ଉପରେ ନିର୍ଭର କରିବ ଯେ ଆମ ପାଖରେ କେଉଁ ଭଳି କଣ୍ଟିନେଣ୍ଟାଲ୍ ଶେଲ୍ଫ ରହିଛି । କଣ୍ଟିନେଣ୍ଟାଲ ଶେଲ୍ଫ ସମୁଦ୍ରର ତଳେ ବୁଡ଼ି ରହିଥିବା ମହାଦ୍ୱୀପର କୂଳକୁ କୁହାଯାଏ । ଜଳସ୍ତରରେ ବୃଦ୍ଧିର ପ୍ରଭାବ ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରହିବ । ଆମେ ଆମର ରିପୋର୍ଟକୁ ପ୍ରଭାବିତ ରାଜ୍ୟ ସରକାରମାନଙ୍କ ନିକଟରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛୁ । ଏହାକୁ ଆମେ ବିଶ୍ୱ ବ୍ୟାଙ୍କ୍ ଓ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ସହ ମଧ୍ୟ ଶେୟାର କରିବୁ ବୋଲି ସେ ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.