୨୨୪ କିଲୋ ଗଞ୍ଜେଇ ଜବତ:୨ଗିରଫ

Get real time updates directly on you device, subscribe now.

ତୁମୁଡିବନ୍ଧ, (ବି.ବି.ନୁ୍ୟଜ): ଗୋଚ୍ଛାପଡ଼ା ପୁଲିସ ଆଜି ପୁଣି ଜବତ କରିଛି ୧୮୨ କିଲୋ ଗଞ୍ଜେଇ । ଗୋଚ୍ଛାପଡ଼ା ଥାନା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଫୁଲବାଣୀ-ଗୋଚ୍ଛାପଡ଼ା ରାସ୍ତାରେ ଚଢଉ କରିଥିଲେ । ସୁନାମୁଦି ପୋଲ ପାଖରେ ଜଣେ ବ୍ୟକ୍ତି ୪ଟି ବ୍ୟାଗରେ ଗଞ୍ଜେଇ ରଖି ଚାଲାଣ ପାଇଁ ଅପେକ୍ଷା କରିଥିବା ବେଳେ ପୁଲିସ ଚଢଉ କରି ଗଞ୍ଜେଇ ଜବତ କରିଥିଲା । ତେବେ ପୁଲିସକୁ ଦେଖି ଚଲାଣକାରୀ ଗଞ୍ଜେଇ ଛାଡ଼ି ସେଠାରୁ ଫେରାର ହୋଇଯାଇଥିବା ପୁଲିସ କହିଛି । ସେହିଭଳି ଗତ ରବିବାର ପୁଲିସ ଜବତ କରିଥିବା ୩ କ୍ୱିିଣ୍ଟାଲ ଗଞ୍ଜେଇ ଜବତ ମାମଲାରେ ଫେରାର ଥିବା ଅଭିଯୁକ୍ତକୁ ଆଜି ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସଲାଗୁଡା ପଞ୍ଚାୟତ ମଣିଜିରି ଗ୍ରାମର ରବୀନ୍ଦ୍ର କହଁର । ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି
ସେହିପରି ତୁମୁଡିବନ୍ଧ ପୁଲିସ ଆଜି ୨୨ କିଲୋ ଗଞ୍ଜେଇ ଜବତ କରିଛି । ଏହି ମାମଲାରେ ପୁଲିସ ଜଣେ ମଧ୍ୟପ୍ରଦେଶର ବ୍ୟକ୍ତିକୁ ଗିରଫ କରିଛି । ଏହି ଘଟଣାରେ ଅଭିଯୁକ୍ତ ମହମ୍ମଦ ଏରସାଦକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତର ଘର ମଧ୍ୟ ପ୍ରଦେଶ ଭୋପାଳର ଅଶୋକ ଗାର୍ଡନେ ଅଞ୍ଚଳ ବୋଲି ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons