୨୩୦ କେଜି ଗଞ୍ଜେଇ ସହ ବୋଲେରୋ ଜବତ, ଅଭିଯୁକ୍ତ ଗିରଫ

Get real time updates directly on you device, subscribe now.

ଦିଗପହଣ୍ଡି, (ବି.ବି.ନୁ୍ୟଜ): ଦିଗପହଣ୍ଡି ଠାରୁ ଚିକିଟି ଅଭିମୁଖେ ଯାଉଥିବା ଏକ ବୋଲେରୋ(ଓଡି୨୯ସି-୩୯୭୬)ସମେତ ସେଥିରେ ଥିବା ୨୩୦ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ଷ୍ଟ୍ରାଇକିଂ ଫୋର୍ସ । ଏହାସହିତ ଗଞ୍ଜେଇ ଚୋରା ଚଲାଣରେ ସମ୍ପୃକ୍ତ ଗାଡି ଚାଳକ ପାଟପୁର ଥାନା ଅନ୍ତର୍ଗତ ଧରମପୁର ଗ୍ରାମର ନାରାୟଣ ରାଉତଙ୍କୁ ଗିରଫ କରିଛି । ଅବକାରୀ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଦିଗପହଣ୍ଡି କୋର୍ଟକୁ ଚଲାଣ ହୋଇଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଦିଗପହଣ୍ଡି ଉପକାରାଗାରକୁ ପଠାଇ ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ କଂସାମାରୀ ଗ୍ରାମରୁ ବୋଲେରୋରେ ଗଞ୍ଜେଇ ବୋଝେଇ ହୋଇଦିଗପହଣ୍ଡି-ଚିକିଟି ଦେଇ ଆନ୍ଧ୍ରକୁ ଚଲାଣ କରାଯାଉଥିବା ଅବକାରୀ ବିଭାଗ ନିକଟରେ ଗୋଇନ୍ଦା ସୂଚନା ପାଇଥିଲା । ଜିଲ୍ଲା ଅବକାରୀ ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ନିଦେ୍ର୍ଧଶକ୍ରମେ ବ୍ରହ୍ମପୁର ଷ୍ଟ୍ରାଇକିଂ ଫୋର୍ସ, ଚିକିଟି ଅବକାରୀ ଓ ଦିଗପହଣ୍ଡି ଅବକାରୀ ମିଳିତ ଭାବେ ଦିଗପହଣ୍ଡି ହରିଜନ ସାହି ନିକଟରେ ଗାଡ଼ି ଅଟକାଇ ଯାଞ୍ଚ କରିଥିଲେ । ଏହି ସମୟରେ ସମ୍ପୃକ୍ତ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ କୌଶଳକ୍ରମେ ଖସି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ଚାଳକ ଅବକାରୀ ପୁଲିସ୍ ହାତରେ ଧରା ପଡିଥିଲା । ଏହି ଚଢଉରେ ବ୍ରହ୍ମପୁର ସଦର ଇନ୍ସପେକ୍ଟର୍ ଅର୍ଜୁନ ମଲ୍ଲିକ, ବ୍ରହ୍ମପୁର ଷ୍ଟ୍ରାଇକିଂ ଫୋର୍ସ ଏସ୍ଆଇ ଅଭିରାମ ସାହୁ, ଚିକିଟି ଅବକାରୀ ସବ୍ଇନ୍ସପେକ୍ଟର୍ ପୁରୁଷୋତ୍ତମ ଧାରୁଆ, ଦିଗପହଣ୍ଡି ଅବକାରୀ ଏସ୍ଆଇ ସନ୍ତୋଷ ସାହୁ,ଏଏସ୍ଆଇ ଏସ୍.କେ.ଇଦ୍ରୀଶ୍, ବସନ୍ତ କୁମାର ବେହେରା, ଏନ୍.ତ୍ରିପତି, ଶମ୍ଭୁ କହଁର, ନିରଞ୍ଜନ ବେହେରା, ପଦ୍ମାବତୀ ସେଠୀ ପ୍ରମୁଖ ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons