୨୪ରେ ବାଇଡେନଙ୍କ ସହ ସାକ୍ଷାତ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆସନ୍ତାକାଲି (ବୁଧବାର) ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନିଆ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଆଜି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ମୋଦି ୨୨ ତାରିଖରେ ୱାଶିଂଟନ ଡିସିରେ ପହଞ୍ଚିବେ । ପରଦିନ ଅର୍ଥାତ ୨୩ ତାରିଖରେ ସେ ଆମେରିକୀୟ କମ୍ପାନିର ସିଇଓମାନଙ୍କୁ ଭେଟିବେ । ଏହା ପରେ ସେ ଆମେରିକା ଉପରାଷ୍ଟ୍ରପତି କମଳା ହାରିସ୍, ଅଷ୍ଟେ୍ରଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଓ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗାଙ୍କୁ ଭେଟି ଆଲୋଚନା କରିବେ ।
ଆସନ୍ତା ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ହ୍ୱାଇଟ୍ହାଉସ୍ରେ ଆୟୋଜିତ କ୍ୱାଡ୍ ସମ୍ମିଳନୀରେ ଯୋଗଦେବେ । ଏହି ସମ୍ମିଳନୀରେ ମୋଦି ଓ ବାଇଡେନଙ୍କ ସହ ମୋରିସନ ଓ ସୁଗା ସାମିଲ ହେବେ । ଏହା କ୍ୱାଡ ରାଷ୍ଟ୍ର ମୁଖ୍ୟଙ୍କ ପ୍ରଥମ ପ୍ରତ୍ୟକ୍ଷ ବୈଠକ ହେବ । ଆମେରିକା, ଭାରତ, ଅଷ୍ଟେ୍ରଲିଆ ଓ ଜାପାନକୁ ନେଇ ଏହି କ୍ୱାଡ୍ ମେଣ୍ଟ ଗଠନ ହୋଇଛି । ସମ୍ମିଳନୀ ଅବସରରେ ବାଇଡେନଙ୍କୁ ମଧ୍ୟ ମୋଦି ଭେଟିବାର କାର୍ଯ୍ୟକ୍ରମ ରହିଛି । ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର, ପୁଞ୍ଜି ନିବେଶ, ପ୍ରତିରକ୍ଷା ସହଯୋଗ ବୃଦ୍ଧି, ନିରାପତ୍ତା, ସ୍ୱଚ୍ଛ ଶକ୍ତି, ଆଫଗାନିସ୍ତାନ ପରିସ୍ଥିତି, ସୀମାପାର ଆତଙ୍କବାଦ ମୁକାବିଲା, ଆତଙ୍କୀ ସଙ୍ଗଠନ ଉପରେ କାର୍ଯ୍ୟାନୁÂାନ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ । ୨୪ ତାରିଖ ସନ୍ଧ୍ୟାରେ ମୋଦି ନୁ୍ୟୟର୍କ ଅଭିମୁଖେ ଯାତ୍ରା କରିବେ । ୨୫ ତାରିଖରେ ସେ ଜାତିସଂଘ ସାଧାରଣ ପରିଷଦର ୭୬ତମ ବୈଠକରେ ଉଦ୍ବୋଧନ ଦେବେ । ମୋଦିଙ୍କ ସହ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଆମେରିକା ଗସ୍ତରେ ଯାଉଛନ୍ତି ।
ଗତ ଅଗଷ୍ଟ ୩୦ରେ ଆମେରିକା ସେନା ଆଫଗାନିସ୍ତାନ ଛାଡିବା ପରେ ବାଇଡେନ ଓ ମୋଦିଙ୍କ ମଧ୍ୟରେ ଏହା ପ୍ରଥମ ଉଚ୍ଚସ୍ତରୀୟ ବୈଠକ ହେବ । ଚଳିତବର୍ଷ ଜାନୁଆରୀରେ ବାଇଡେନ ଶାସନଭାର ଗ୍ରହଣ କରିବା ପରେ ମୋଦିଙ୍କର ଏହା ପ୍ରଥମ ଆମେରିକା ଗସ୍ତ ହେବ । ପୂର୍ବରୁ ଉଭୟ ନେତା ଭର୍ଚୁଆଲ ମୋଡ୍ରେ ୩ଥର ଆଲୋଚନା କରିଛନ୍ତି । ଗତ ମାର୍ଚ୍ଚରେ କ୍ୱାଡ୍ ସମ୍ମିଳନୀ, ଏପ୍ରିଲରେ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଓ ଜୁନ୍ରେ ଜି-୭ ସମ୍ମିଳନୀରେ ଉଭୟ ନେତାଙ୍କ ମଧ୍ୟରେ ଭର୍ଚୁଆଲ ସାକ୍ଷାତ ହୋଇଛି । ୨୦୧୯ ସେପ୍ଟେମ୍ବରରେ ମୋଦି ଶେଷଥର ପାଇଁ ଆମେରିକା ଯାଇଥିଲେ । ଆମେରିକାର ତ+ାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ହୁ୍ୟଷ୍ଟନର ଏନ୍ଆରଜି ଷ୍ଟାଡିୟମରେ ଆୟୋଜିତ ‘ହାଓଡି ମୋଦି’ ମେଗା କାର୍ଯ୍ୟକ୍ରମରେ ମୋଦି ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons