୨୫ ଲକ୍ଷର ମାଲ୍ ସହ ୫ ବେପାରୀ ଗିରଫ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଏସ୍ଟିଏଫ୍ ପଞ୍ଝାରେ ପଡିଛି ଅନ୍ତଃଜିଲ୍ଲା ବ୍ରାଉନ୍ସୁଗର୍ ଚାଲାଣ ର୍ୟାକେଟ୍ । ଗ୍ୟାଙ୍ଗ୍ର ୫ ଜଣଙ୍କୁ ଗିରଫ କରିଛି ପୁଲିସ । ବଳିଆପଣ୍ଡା ଥାନାରେ ମାମଲା ରୁଜୁ କରି ପୁଲିସ ଗିରଫ କରିଥିବା ୫ ବେପାରୀ ହେଲେ ଖଣ୍ଡଗିରି ଥାନା ଅଞ୍ଚଳର ଧୀରେନ୍ଦ୍ର ସାହୁ ଓରଫ ଟୁଟୁ (୪୦), ସୁବ୍ରତ ଖୁଣ୍ଟିଆ ଓରଫ ବବୁଲ୍ (୨୩), ମାଧବ ମଣ୍ଡଳ ଓରଫ ସନା (୨୮), ସୁରଜ ପରିଡା ଓରଫ ଗୁଡୁ (୨୧) ଓ ବାଣପୁର ଥାନା ଅଧୀନ ଖୁଣ୍ଟପଲ୍ଲୀର ଆଦିତ୍ୟ ନାରାୟଣ ସ୍ୱାଇଁ ଓରଫ ଆଦି (୩୦) । ସେମାନଙ୍କ ଠାରୁ ୨୫୨ ଗ୍ରାମ୍ ବ୍ରାଉନ୍ସୁଗର୍ ଜବତ ହୋଇଛି । ଏହାର ବଜାର ମୂଲ୍ୟ ୨୫ ଲକ୍ଷ ୨୦ ହଜାର ଟଙ୍କା ବୋଲି ପୁଲିସ କହିଛି । ଏଥିସହ ୧୧ଟି ମୋବାଇଲ୍, ୫ ହଜାର ଟଙ୍କା, ୨ଟି ଏଟିଏମ୍ ଓ ଡେବିଟ୍ କାର୍ଡ, ଏକ ବାଇକ (ଓଡି-୩୩ପି-୬୫୬୮) ଓ ଏକ କାର୍ (ଓଆର୍-୦୨ଏଏମ୍-୯୪୯୬) ଜବତ ହୋଇଛି ।
ବୁଧବାର ବଳିଆପଣ୍ଡା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ସୂଚନା ଦେଇଛନ୍ତି ଯେ, ଏସ୍ଟିଏଫ୍ ଟିମ୍ ଏହି ର୍ୟାକେଟ୍କୁ ଧରିଛି । ଦୀର୍ଘ ଦିନ ଧରି ଏହି ଟିମ୍ ପୁରୀରେ ସେମାନଙ୍କ କାୟା ବିସ୍ତାର କରି ସାରିଥିଲା । ଜଳେଶ୍ୱରରୁ ଭୁବନେଶ୍ୱର ଓ ଖୋର୍ଦ୍ଧା ଆସୁଥିଲା ମାଲ୍ । ସେଠାରୁ ପିପିଲି ଓ ପୁରୀକୁ ଯୋଗାଉଥିଲା ଏହି ଗ୍ୟାଙ୍ଗ୍ । ପୁରୀ ଜିଲ୍ଲାରେ ବ୍ରାଉନ୍ସୁଗର୍ କାରବାର ଉପରେ ରୋକ୍ ଲଗାଇବା ପାଇଁ ଏସ୍ପି ଗଠନ କରିଛନ୍ତି ଏସ୍ଟିଏଫ୍ ଟିମ୍ ।
ମଙ୍ଗଳବାର ଅପରାହ୍ନରେ ଟିମ୍ ଏହି ଗ୍ୟାଙ୍ଗ୍କୁ ଘେରିଥିଲା । ବଳିଆପଣ୍ଡା ଆଇଆଇସି କୁଳମଣି ସେଠୀ ଓ ସବ୍ଇନ୍ସପେକ୍ଟର୍ ସନ୍ଧ୍ୟାରାଣୀ ବିଶ୍ୱାଳ ଟିମ୍ ସହ ଚଢଉ କରିଥିଲେ । ଥାନା ଅଞ୍ଚଳରେ କାରବାର କରିବାବେଳେ ପୁଲିସ ଟିମ୍ ସେମାନଙ୍କୁ କାବୁ କରିଥିଲା । ବେପାରୀମାନେ ଖସିଯିବାକୁ ଉଦ୍ୟମ କରିଥିଲେ । କାର୍ ଓ ବାଇକ ଯୋଗେ ଚମ୍ପଟ ମାରିବା ପୂର୍ବରୁ ପୁଲିସ ହାତରେ ଧରାପଡିଥିଲେ ଏହି ଗ୍ୟାଙ୍ଗ୍ । ସୁବ୍ରତ ଠାରୁ ବ୍ରାଉନ୍ସୁଗର୍ ପୁଡିଆ ଜବତ ହେବା ପରେ ସଭିଏଁ ଫସିଥିଲେ । ଏହନଇ ମାମଲା ରୁଜୁ କରିବା ପରେ ପୁଲିସ ସମସ୍ତଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons