୨ ବାଇକ୍ ମୁହାଁମୁହିଁ, ୪ ଗୁରୁତର

Get real time updates directly on you device, subscribe now.

ନନ୍ଦପୁର,(ବି.ବି.ନୁ୍ୟଜ): ନନ୍ଦପୁର ଥାନା ଥୁବା ପଞ୍ଚାୟତ ସାତସେମିଳି ଗାଁ ନିକଟ ବୁଲାଣିରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ହେଲେ ସେମିଳି ଗାଁର ରତନ ଖରା(୫୨) ଓ ଅମ୍ବିକା ଖରା(୪୨), କସନ୍ଦି ଗାଁର ବୁଦୁ ତାମାର୍ବୀ(୫୫) ଓ ମନୋଜ ତାମାର୍ବୀ(୨୫) । ଆହତମାନଙ୍କୁ ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ସେମିଳି ଗାଁର ରତନ ଓ ଅମ୍ବିକା ଏକ ବାଇକ୍ (ଓଆର୍-୧୦ଏଚ୍-୩୧୭୧)ରେ ନନ୍ଦପୁରରୁ ସେମିଳି ଅଭିମୁଖେ ଯାଉଥିଲେ । ବିପରୀତ ଦିଗରୁ କସନ୍ଦି ଗାଁର ବୁଦୁ ଓ ମନୋଜ ନନ୍ଦପୁର ଅଭିମୁଖେ ଆସୁଥିବା ବେଳେ ସାତସେମିଳି ଗାଁ ନିକଟ ବୁଲାଣିରେ ଦୁଇ ବାଇକ୍ ମୁହାଁମହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର ଅମିତ ସାହୁ କହିଛନ୍ତି । ବିଧାୟକଙ୍କ ସ୍ୱାସ୍ଥ୍ୟ ପ୍ରତିନିଧି ସୁନୀଲ କୁମାର ସାହୁ ମେଡିକାଲ୍ରେ ପହଞ୍ଚି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons