୩୦୪ କେଜି ଗଞ୍ଜେଇ ଜବତ, ୨ ଗିରଫ

Get real time updates directly on you device, subscribe now.

ରଙ୍ଗେଇଲୁଣ୍ଡା, (ବି.ବି.ନୁ୍ୟଜ): ଜାତୀୟ ରାଜପଥ-୧୬ରେ ପୁଲିସ ପକ୍ଷରୁ ଗାଡି ଯାଞ୍ଚ ସମୟରେ ସୁରଳ ଜଙ୍କସନ୍ ନିକଟରୁ ୩୦୪ କେଜି ଗଞ୍ଜେଇ ଜବତ କରିଛି ଗୋଳନ୍ଥରା ଥାନା ପୁଲିସ । ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗଞ୍ଜେଇ ଆସୁଥିବା ଟ୍ରକ୍ ଜବତ କରାଯାଇଛି । ରବିବାର ପୂର୍ବାହ୍ଣ ୯ଟାରେ ଗୋଳନ୍ଥରା ପୁଲିସ ରାଜପଥ-୧୬ ଅନ୍ତର୍ଗତ ସୁରଳ ଜଙ୍କସନ୍ ଠାରେ ଯାଞ୍ଚ କରୁଥିଲା । ଆନ୍ଧ୍ରପଟୁ ବ୍ରହ୍ମପୁରକୁ ଦ୍ରୁତଗତିରେ ଆସୁଥିବା ଟ୍ରକ୍ (ୟୁପି୧୧ବିଟି-୭୪୯୫)କୁ ସନେ୍ଦହ କରି ଯାଞ୍ଚ କରିବା ବେଳେ ପ୍ଲାଷ୍ଟିକ ଟମୋଟା ବାr ଭିତରେ ୭ ବସ୍ତା ଗଞ୍ଜେଇ ଲୁଚାଇ ରଖାଯାଇ ଥିଲା । ଗୋଟିଏ ବସ୍ତାରେ ୨ କେଜି ଲେଖାଏଁ ୨୦ଟି ପ୍ୟାକେଟ ଥିଲା । ମୋଟ ୩୦୪ କେଜି ଗଞ୍ଜେଇ ଜବତ କରିବା ସହ ପୁଲିସ ଉତ୍ତରାଖଣ୍ଡ ରାଜ୍ୟ ଦେହରାଦୁନ୍ର ଟ୍ରକ୍ ମାଲିକ ଇମରାନ୍ ଖାନ (୪୦) ଓ ଉତ୍ତରପ୍ରଦେଶ ରାଜ୍ୟ ନୋଏଡାର ସୁରଜ ପ୍ରକାଶ (୩୧)ଙ୍କୁ ଗିରଫ କରାଯାଇ ଥିଲା । ଏସ୍.ଆଇ ଜ୍ଞାନରଞ୍ଜନ ସାହୁ ସଦଳବଳେ ଯାଞ୍ଚ କରିଥିଲେ । ଥାନାରେ କେସ୍ ନମ୍ବର ୧୦୮/୨୦୨୨ ରୁଜୁ କରିବା ସହ ତଦନ୍ତ ଜାରି ରଖିଛି ପୁଲିସ । ମାଫିଆମାନେ ବିଶାଖାପାଟଣା ଶୀତଲନଗର ଠାରୁ ଗୌହାଟୀକୁ ଗଞ୍ଜେଇ ନେଉଥିବା ତଦନ୍ତ ବେଳେ ଦୁଇ ଅଭିଯୁକ୍ତ ସ୍ୱୀକାର କରିଥିବା କହିଛନ୍ତି ସଦର ଏସ୍ଡିପିଓ ଶିବଶଙ୍କର ମହାପାତ୍ର ଓ ଥାନା%ôକାରୀ ବିବେକାନନ୍ଦ ମହନ୍ତ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons