୩୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ମୋବାଇଲ, କାର ଜବତ : ୪ ଗିରଫ

Get real time updates directly on you device, subscribe now.

ପୁରୀ,(ବି.ବି.ଆ.ପ୍ର.): ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ପୁରୀ ବାସେଳୀ ସାହି ଥାନା ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଗନ୍ନାଥ ବସ୍ତିର‌ ଦୁଇଭାଇ ରାଜା ସିଙ୍ଗ ଓ ଚନ୍ଦନ ସିଙ୍ଗ, ମାର୍କଣ୍ଡେଶ୍ୱର ସାହି ହରିଜନ‌ ବସ୍ତିର ଗୁଡୁ ନାୟକ ଏବଂ ଯାଜପୁର ସପନପୁର ଗ୍ରାମର ଅମୂଲ୍ୟ କୁମାର ସ୍ବାଇଁ। ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ୨୫୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି।‌ ଏହାସହ ନଗଦ ୨୧୦୦ ଟଙ୍କା, ଚାରୋଟି ମୋବାଇଲ ଫୋନ, ଗୋଟିଏ ଟାଟା ଇଣ୍ଡିଗୋ କାର୍ ସହ ତିନୋଟି ଦୁଇଚକିଆ ଯାନ‌ ପୋଲିସ ଜବତ କରିଛି।
ମାନେ ମଙ୍ଗଳାଘାଟ ପାଖରେ ଥିବା କଲ୍ୟାଣ ମଣ୍ଡପ ନିକଟ ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ରୋଡରେ ଏହି ୪ ଜଣ ଗୁରୁବାର ସକାଳେ ବ୍ରାଉନ ସୁଗାର ବ୍ୟବସାୟ କରୁଥିଲେ। ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିବା ସହ ସେମାନଙ୍କୁ ଗିରଫ କରିଥିଲା। ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏକସାମ୍ବାଦିକ ସମ୍ମିଳନୀରେ ପୁରୀର‌ ଅତିରିକ୍ତ ଏସପି ମିହିର କୁମାର ପଣ୍ଡା କହିଛନ୍ତି।
ତେବେ ଗତ ଜାନୁଆରୀ ମାସରୁ ବର୍ତ୍ତମାନ ସୁଦ୍ଧା ପୋଲିସ ୧କେଜି ୬୧୯ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ବେଳେ ୩୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ଗତ କିଛି ଦିନ ତଳେ ବ୍ରାଉନ ସୁଗାର ମାଫିଆ ଅନିରୁଦ୍ଧ ଜୟସିଂହଙ୍କୁ ପୋଲିସ ଗିରଫ କରିବା ସହ ୯୪ ଲକ୍ଷ ଟଙ୍କାର ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ତାହାକୁ ସିଜ୍ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons