୩ ଆମେରିକୀୟଙ୍କୁ ଅର୍ଥଶାସ୍ତ୍ରରେ ନୋବେଲ

Get real time updates directly on you device, subscribe now.

ଷ୍ଟକ୍ହୋମ୍: ତିନି ଜଣ ଆମେରିକୀୟ ଅର୍ଥନୀତିଜ୍ଞଙ୍କୁ ଚଳିତ ବର୍ଷ ନୋବେଲ ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି । ଆମେରିକାର ବର୍କେଲିସ୍ଥିତ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଡାଭିଡ୍ କାଡର଼୍, ମାସାଚୁ୍ୟଟ୍ସ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜିର ଜୋସୁଆ ଆଙ୍ଗ୍ରିଷ୍ଟ ଏବଂ ଷ୍ଟାନ୍ଫଡର଼୍ ବିଶ୍ୱବିଦ୍ୟାଳୟର ଗୁଇଡେ଼ା ଇମ୍ବେନ୍ସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବାକୁ ନୋବେଲ କମିଟି ପକ୍ଷରୁ ଆଜି ଘୋଷଣା କରାଯାଇଛି । ଡାଭିଡ୍ଙ୍କୁ ପୁରସ୍କାର ରାଶିର ଅଦେ୍ର୍ଧକ ଏବଂ ଜୋସୁଆ ଓ ଗୁଇଡେ଼ାଙ୍କୁ ଅନ୍ୟ ଅଦେ୍ର୍ଧକ ପ୍ରଦାନ କରାଯିବ ବୋଲି ରୟାଲ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ସୂଚନା ଦିଆଯାଇଛି ।
ଶ୍ରମ ଅର୍ଥନୀତିରେ ଅନୁଭବ ଓ ପ୍ରୟୋଗସିଦ୍ଧ ଅବଦାନ ପାଇଁ ୬୪ ବର୍ଷୀୟ ଡାଭିଡ୍ଙ୍କୁ ଏହି ପୁରସ୍କାର ମିଳିଛି । ସେହହିପରି ଅନୌପଚାରିକ ସମ୍ପର୍କ (କାଜୁଆଲ୍ ରିଲେସନସିପ୍)ର ବିଶ୍ଳେଷଣ କରିବାରେ ପଦ୍ଧତିଗତ ଯୋଗଦାନ ପାଇଁ ୬୧ ବର୍ଷୀୟ ଜୋସୁଆ ଏବଂ ୫୮ ବର୍ଷୀୟ ଗୁଡ଼ିଓଙ୍କୁ ଏହି ପୁରସ୍କାର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦିଆଯାଇଛି ।
ସ୍ୱାଭାବିକ ପରୀକ୍ଷଣ ବଳରେ ଡାଭିଡ୍ ଶ୍ରମ ବଜାର ଏବଂ ଏହାର ପ୍ରଭାବ ସମ୍ପର୍କରେ ଅନେକ ଯୁକ୍ତିଯୁକ୍ତ ତଥ୍ୟ ଉପସ୍ଥାପନ କରିଛନ୍ତି । ସର୍ବନିମ୍ନ ମଜୁରୀ ବା ଦରମା, ଦେଶାନ୍ତରଗମନ ଏବଂ ଶିକ୍ଷା ବ୍ୟବସ୍ଥା ଯୋଗୁଁ ଶ୍ରମ ବଜାର କିପରି ପ୍ରଭାବିତ ହେଉଛି ତାହା ସେ ସ୍ପଷ୍ଟ ଭାବେ ବ୍ୟାଖ୍ୟା କରିଛନ୍ତି । ଏହି ତିନି ଅର୍ଥନୀତିଜ୍ଞଙ୍କ ଅନୁଶୀଳନ ଓ ଅନୁଧ୍ୟାନରୁ ପ୍ରାପ୍ତ ଜ୍ଞାନ ବର୍ତ୍ତମାନର ଅର୍ଥନୈତିକ ଓ ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାରେ ଖୋରାକ ଯୋଗାଇ ପାରିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons