୬ ଫୁଟ ତଳକୁ ଖସିଲା ଭ୍ୟାନ୍, ଜଣେ ମୃତ

Get real time updates directly on you device, subscribe now.

ନୂଆଗଡ଼, (ବି.ବି.ନୁ୍ୟଜ): ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ କୁହାଙ୍ଗର ପଞ୍ଚାୟତ ତଥା ଆର୍.ଉଦୟଗିରି ଥାନା ଅନ୍ତର୍ଗତ ଗୁଆରଗାଁ ଘାଟିରେ ଏକ ମହିନ୍ଦ୍ରା ଭ୍ୟାନ୍ (ଓଡି୦୭ଏଡି-୨୯୫୭) ମଙ୍ଗଳବାର ପୂର୍ବାହ୍ଣରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ରେବିଡ଼ି ଗ୍ରାମର ଦୀଲଶମଣି ରଇତ (୨୧)ଙ୍କ ମୃତୁ୍ୟ ଘଟିଛି । ୨ ଶିଶୁଙ୍କ ସମେତ ୯ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ପ୍ରାୟ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଖଜୁରୀପଦା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତରମାନଙ୍କୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ମଙ୍ଗଳବାର ସକାଳୁ ମହିନ୍ଦ୍ରା ଗାଡ଼ିଟି ଯାତ୍ରୀଙ୍କୁ ନେଇ ରେବିଡ଼ି ଠାରୁ ନୂଆଗଡ଼ ଯାଉଥିଲା । ନୂଆଗଡ଼ରେ ସାପ୍ତାହିକ ହାଟ ଥିବାରୁ ଗାଡ଼ିରେ ଅଧିକ ସଂଖ୍ୟକ ଯାତ୍ରୀ ବସିଥିଲେ । ତେବେ ଗୁଆର ନିକଟରେ ଡ୍ରାଇଭର୍ ଭାରସାମ୍ୟ ହରାଇବାରୁ ଭ୍ୟାନ୍ଟି ୬ ଫୁଟ ତଳକୁ ଖସି ପଡ଼ିଥିଲା । ଘଟଣାସ୍ଥଳରେ ଦୀଲଶମଣିଙ୍କ ମୃତୁ୍ୟ ଘଟିଥିଲା । ଗୁରୁତରମାନେ ହେଲେ ଖାରିସାହିର ଦୀପା ରଇତ (୪), ରେବିଡ଼ି ଗାଁର ପ୍ରବୀଣସେନ ମଣ୍ଡଳ (୧୭), ଅଭିୟମ ଦଳବେହେରା (୪୬), ମନିକା ରଇତ (୬), ଯାନିଏଲ ମଣ୍ଡଳ (୨୦), ମାଥିଉ ମଣ୍ଡଳ (୫୦), ପିତାସ ମଣ୍ଡଳ (୩୮), ପ୍ରଭଞ୍ଜନୀ ମଣ୍ଡଳ (୨୧) ଓ ଅବନୀ ରଇତ । ଦୀପକ ବେହେରା ଓ ମିନତି ମଣ୍ଡଳଙ୍କ ସମେତ ପ୍ରାୟ ୬ ଜଣ ଆହତ ହୋଇଛନ୍ତି । ମୃତକଙ୍କ ପରିବାରକୁ ରେଡ୍କ୍ରସ୍ ତରଫରୁ ୨୦ ହଜାର ଟଙ୍କା ଦିଆଯାଇଛି । ନୂଆଗଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରଥମେ ନିଆଯାଇଥିଲେ ହେଁ ଡାକ୍ତର ନଥିବାରୁ ଖଜୁରୀପଦା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା । ସେଠାରୁ ଗୁରୁତର ୯ ଜଣଙ୍କୁ ପାରଳାଖେମୁଣ୍ଡି ସ୍ଥାନାନ୍ତର କରାଯାଇଥିବା ଖଜୁରୀପଦା ସ୍ୱାସ୍ଥ୍ୟ କେନ୍ଦ୍ରର ଡା. ସତ୍ୟରଞ୍ଜନ ତ୍ରିପାଠୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons