ୱିଲିୟମସନଙ୍କ ଫିଟନେସ ସମସ୍ୟା: କୋଚ୍

Get real time updates directly on you device, subscribe now.

ଦୁବାଇ: ଆସନ୍ତା ୧୭ ତାରିଖରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ଆହତ ସମସ୍ୟା ନୁ୍ୟଜିଲାଣ୍ଡ ଦଳକୁ ଚିନ୍ତାରେ ପକାଇଛି । ୨୦୧୯ ଦିନିକିଆ ବିଶ୍ୱକପ ରନର୍ସ ଅପ୍ ନୁ୍ୟଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମସନ ସମ୍ପ୍ରତି ଆହତ ଅଛନ୍ତି । ଆଇପିଏଲ ସମୟରେ ୱିଲିୟମସନଙ୍କ ଜଙ୍ଘ ମାଂସପେଶୀରେ ଆଘାତ ଲାଗିଥିଲା । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ସନରାଇଜର୍ସର ଶେଷ ଲିଗ୍ ମ୍ୟାଚ୍ରେ ସେ ଖେଳି ନଥିଲେ । ନୁ୍ୟଜିଲାଣ୍ଡ ୨୬ ତାରିଖରେ ପାକିସ୍ତାନ ବିପକ୍ଷରେ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ । ଏହି ସମୟ ବେଳକୁ ୱିଲିୟମସନ ଫିଟ୍ ହୋଇଯିବେ ବୋଲି କୋଚ ଗ୍ୟାରୀ ଷ୍ଟେଡ୍ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି, ୱିଲିୟମସନଙ୍କ ଆହତ ସମସ୍ୟା ଗୁରୁତର ନୁହେଁ । ସଠିକ୍ ସମୟରେ ସେ ଫିଟ୍ ହୋଇ ଖେଳ ଆରମ୍ଭ କରିବେ । ଆମେ ତାଙ୍କୁ ଯଥେଷ୍ଟ ବିଶ୍ରାମ ଦେବୁ । କିଛି ଅଭ୍ୟାସ ମ୍ୟାଚ୍ରୁ ତାଙ୍କୁ ବାଦ ଦିଆଯିବ । ସୂଚନାଯୋଗ୍ୟ, ପାକିସ୍ତାନ ଗସ୍ତ ବାତିଲ କରିବା ପରେ ନୁ୍ୟଜିଲାଣ୍ଡ ଦଳ ସିଧା ସଳଖ ୟୁଏଇରେ ଆସି ପହଞ୍ଚିଥିଲା । ସେବେଠୁ ଦଳ ଏଠାରେ ଅଭ୍ୟାସ କରୁଛି । ଆଇପିଏଲ୍ ଶେଷ କରି ୱିଲିୟମସନ, ଟ୍ରେଣ୍ଟ ବୋଲ୍ଟ, ଆଡାମ ମିଲନେ ଓ ସେନ ବଣ୍ଡ ଦଳ ସହ ଯୋଗ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons