ଅକ୍ସିଜେନ୍ ନପାଇ ୨ ରୋଗୀଙ୍କ ଜୀବନ ଚାଲିଗଲା

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ସଦର ମହକୁମା ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତର ଏକ ନଗ୍ନ ନମୁନା ମଙ୍ଗଳବାର ଦେଖିବାକୁ ମିଳିଛି । ଚିକିତ୍ସା ଅଭାବରୁ ୨ ଜଣଙ୍କ ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି ଯାହାକି ସ୍ୱାସ୍ଥ୍ୟ ବିଭାଗର ଅପାରଗତାକୁ ଅଙ୍ଗୁଳି ନିଦେ୍ର୍ଧଶ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅକ୍ସିଜେନ୍ ଲଗାଇବାକୁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ସିଲିଣ୍ଡର ଗୁଡ଼ିକ ଶୂନ୍ୟ ରହିଥିବାରୁ ରୋଗୀଙ୍କ କାମରେ ଲାଗି ନଥିଲା । ଫଳରେ ନରଣପୁର ଅଞ୍ଚଳର କ୍ଷିରୋଦିନୀ ପାତ୍ର (୪୨) ଓ ଅନ୍ୟ ଜଣେ ମୟୁରଭଞ୍ଜ ଜିଲ୍ଳା ନୂଆଗାଁ ଅଞ୍ଚଳର ଯାତ୍ରୀ ପାତ୍ର (୧୭)ଙ୍କ ମୃତୁ୍ୟ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏଡି ଘଟଣା ପରେ ଡାକ୍ତରଖାନା ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ସିଡିଏମଓ ତଦନ୍ତ ନିଦେ୍ର୍ଧଶ ଦେବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।

ନରଣପୁର ଗ୍ରାମର କ୍ଷିରୋଦିନୀ ଉଚ୍ଚ ରକ୍ତଚାପ ଯୋଗୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ସୋମବାର ରାତିରେ ଭର୍ତ୍ତି ହୋଇଥିଲେ । ଡାକ୍ତରଖାନାରେ ତାଙ୍କୁ ଉପଯୁକ୍ତ ଚିକିତ୍ସା ମିଳି ନଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ନର୍ସ ନିକଟରେ ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣି ନଥିଲେ । ପରିବାର ଲୋକେ ୫୦ ଟଙ୍କା ଦେବା ପରେ ନର୍ସମାନେ ସାଲାଇନ୍ ଲଗାଇଥିଲେ ବୋଲି ତାଙ୍କ ପୁଅ କୁଳମଣି କହିଛନ୍ତି । ସକାଳେ ଡାକ୍ତର ରୋଗୀକୁ ଦେଖିବା ପରେ କ୍ଷିରୋଦିନୀଙ୍କ ଅବସ୍ଥା ସଙ୍କଟାପନ୍ନ ଦେଖି ଅକ୍ସିଜେନ୍ ଲଗାଇବାକୁ ଏବଂ ଇଞ୍ଜେକସନ୍ ଦେବାକୁ ନର୍ସଙ୍କୁ ପରାମର୍ଶ ଦେଇଥିଲେ । ମହିଳା ମେଡିସିନ୍ ୱାର୍ଡ ପାଇଁ ୨ଟି ଅକ୍ସିଜେନ୍ ସିଲିଣ୍ଡର ରହିଥିଲେ ମଧ୍ୟ ତାହା କିନ୍ତୁ ଫାଙ୍କା ପଡ଼ିଥିଲା । ଫଳରେ ଡାକ୍ତରଙ୍କ ପରାମର୍ଶ ସତ୍ତେ୍ୱ ଅକ୍ସିଜେନ୍ ଲାଗିପାରି ନଥିଲା । ଏଥିଯୋଗୁ ରୋଗୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା ।

ପରିବାର ଲୋକଙ୍କ ଠାରୁ ସୂଚନା ପାଇ ଦାୟିତ୍ୱରେ ଥିବା ନର୍ସ ନମିତା ମଣ୍ଡଳ ରୋଗୀଙ୍କୁ ପରୀକ୍ଷା କରିବା ପରେ ପଲସ୍ ନଥିବା ଜାଣିବା ସତ୍ତେ୍ୱ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମୃତ ମହିଳାଙ୍କୁ ଇଞ୍ଜେକସନ୍ ଦେଇଥିଲେ । ହେଲେ ମହିଳାଙ୍କ ଶରୀର ସ୍ଥିର ହୋଇ ଯାଇଥିଲା । ଏହାର କିଛିସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଡାକ୍ତରଖାନା କର୍ତ୍ତୃପକ୍ଷ ରୋଗୀଙ୍କୁ ଶୋଷଣ କରୁଥିବା ସହ ଟଙ୍କା ନପାଇଲେ ଚିକିତ୍ସା କରୁ ନଥିବା କ୍ଷିରୋଦିନୀଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ।
ସେହିଭଳି ସାପ କାମୁଡ଼ାରେ ମୟୁରଭଞ୍ଜ ଜିଲ୍ଲା ନୂଆଗାଁ ଅଞ୍ଚଳରୁ ଆସିଥିବା ଜଣେ ଯୁବତୀ ଯାତ୍ରୀ ପାତ୍ରଙ୍କୁ ମଧ୍ୟ ଉପଯୁକ୍ତ ଚିକିତ୍ସା ସୁବିଧା ମିଳି ନଥିବାରୁ ତାଙ୍କର ମୃତୁ୍ୟ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମାତ୍ର ୩୦ ମିନିଟ୍ ମଧ୍ୟରେ ୨ ଜଣ ମହିଳା ଗୋଟିଏ ୱାର୍ଡରେ ପ୍ରାଣ ହରାଇଥିବାରୁ ଅନ୍ୟ ରୋଗୀ ଓ ଆତ୍ମୀୟମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ସରକାରୀ ଡାକ୍ତରଖାନାରେ ଅବ୍ୟବସ୍ଥା ଚରମସୀମାରେ ପହଞ୍ଚି ଯାଇଥିବା ବେଳେ ରୋଗୀଙ୍କ ଜୀବନକୁ ନେଇ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ଖେଳ ଖେଳୁଥିବା ଅଭିଯୋଗ ହୋଇଥିଲା । ଦୀର୍ଘସମୟ ଧରି ଉତ୍ତେଜନା ଲାଗି ରହିବା ଫଳରେ ଡାକ୍ତରଖାନା କର୍ତୃପକ୍ଷଙ୍କଠାରୁ ଖବରପାଇ ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଚିକିତ୍ସା ଅବହେଳାକୁ ଚପାଇ ଦେବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ସହ ପୁଲିସ ଏକାଠି ହୋଇ ଯାଇଥିଲେ ।

ଖବରପାଇ ନୂତନ ଭାବେ ସିଡିଏମଓ ଭାବେ ଦାୟିତ୍ୱ ନେଇଥିବା ଡାକ୍ତର ଅଶୋକ ଦାଶ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ଓ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ତଲବ କରିଥିଲେ । ଏହାପରେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ତଦନ୍ତ ନିଦେ୍ର୍ଧଶ ଦେଇଥିଲେ । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ସିଡିଏମଓ ପ୍ରତିଶ୍ରୁତି ଦେବା ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ନର୍ସ ଗଣମାଧ୍ୟମ ଆଗରେ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱହୀନତାକୁ ଖୋଲାଖୋଲି ପ୍ରକାଶ କରିଥିବାରୁ ବିଭାଗ ପକ୍ଷରୁ ତାଙ୍କୁ ମଧ୍ୟ କୈଫିୟତ ତଲବ କରାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons