ଅକ୍ସିଜେନ୍ ସିଲିଣ୍ଡର ଭର୍ତ୍ତି ଟ୍ରକ୍‌ରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ

Get real time updates directly on you device, subscribe now.

ଜୟପୁର: ଗଞ୍ଜେଇ ମାଫିଆମାନେ ଅଭିନବ ଉପାୟ ଅବଲମ୍ବନ କରିଥିଲେ। ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଟ୍ରକରେ ଚାଲାଣ କରୁଥିଲେ ଗଞ୍ଜେଇ। ହେଲେ ଏ ଫନ୍ଦି ବି କାମ ଦେଲା ନାହିଁ। ଧରି ପକାଇଲା ପୁଲିସ୍‌। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ଜୟପୁରରେ।
ଏକ ଅକ୍ସିଜେନ୍‌ ସିଲିଣ୍ଡର ଭର୍ତ୍ତି ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଜୟପୁର ସଦର ଥାନା ପୁଲିସ୍‌କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଓଆଇସି ଏ ମହାକୁଡ଼ଙ୍କ ନେତୃତ୍ୱରେ ଏକ ଟିମ୍ ଜୟପୁର ଘାଟିରାସ୍ତାକୁ ଯାଇଥିଲେ ଓ ଉକ୍ତ ଟ୍ରକ୍‌କୁ ଜବତ କରିଥିଲେ। ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଟ୍ରକ୍‌ରୁ ୧୨୭୭ କେଜି ଗଞ୍ଜେଇ ଜବତ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୧କୋଟି ୧୦ ଲକ୍ଷ ଟଙ୍କା ହେବ। ପୁଲିସ୍ ଉକ୍ତ ଟ୍ରକ୍‌ ସହିତ ୨ଟି ମୋବାଇଲ୍‌କୁ ଜବତ କରିଛି।
ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଯଶପାଲ ଓ ଲଖବିନ୍ଦର ସିଂହ। ଯଶପାଲ ଟ୍ରକ୍ ଡ୍ରାଇଭର ହୋଇଥିବା ବେଳେ ଲଖବିନ୍ଦର ଜବତ ଗଞ୍ଜେଇ କିଣି ଥିଲେ। ଉଭୟ ଅଭିଯୁକ୍ତ ପଞ୍ଜାବର। ଜବତ ଗଞ୍ଜେଇ ପଞ୍ଜାବକୁ ଚାଲାଣ ହେଉଥିଲା ବୋଲି ଜୟପୁର ସଦର ଥାନା ପୁଲିସ୍ ପକ୍ଷରୁ କୁହାଯାଇଛି।

ରିପୋର୍ଟ: ସତ୍ୟ ନାରାୟଣ ସାହୁଙ୍କ ସହ ବାସୁଦେବ ଜେନା

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons