
ମୈଦଲପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସେମଳା ପଞ୍ଚାୟତ ଉସିଗାଁ ଦିଶାରୀଗୁଡାରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଘାସିରାମ ଗାଦବାଙ୍କ ପରିବାର ସର୍ବସ୍ୱାନ୍ତ ହୋଇପଡିଛନ୍ତି । ତାଙ୍କ ଘରେ ଥିବା ଧାନ, ଚାଉଳ, ଲୁଗାପଟା, କୁକୁଡା, ନଗଦ ୩୦ ହଜାର ଟଙ୍କା ପୋଡି ପାଉଁଶ ହୋଇଯାଇଛି ।
ସୂଚନା ଅନୁସାରେ, ରାତି ପ୍ରାୟ ଗୋଟାଏରେ ଘାସିରାମଙ୍କ ଚାଳଛପର ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଏହି ସମୟରେ ଘାସି ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଘରେ ଶୋଇଥିଲେ । ଘରେ ନିଆଁ ଲାଗିଥିବା ଜାଣି ଜୀବନ ବିକଳରେ ଦମ୍ପତି ବାହାରକୁ ଆସି ସାହି ପଡିଶାଙ୍କୁ ଡାକିଥିଲେ । ପରେ ଗାଁ ଲୋକଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରାଯାଇଥିଲା । ସେତେବେଳକୁ ଉକ୍ତ ସାମଗ୍ରୀ ସହ ଘରେ ଥିବା ଅନ୍ୟାନ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା । ଖବର ପାଇ ପାପଡହାଣ୍ଡି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଘାସିରାମଙ୍କ ପରିବାର ଏବେ ସର୍ବହରା ହୋଇପଡିଥିବା ବେଳେ ସରକାରୀ ସହାୟତା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି ।


Comments are closed, but trackbacks and pingbacks are open.