ଅଗ୍ନିକାଣ୍ଡ ନିୟନ୍ତ୍ରଣରେ: ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶିମିଳିପାଳ ଅଗ୍ନିକାଣ୍ଡ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ଏ ବୈଠକରେ ଅଗ୍ନିକାଣ୍ଡର ସ୍ଥିତାବସ୍ଥା ସଂପର୍କରେ ବୁଝିବା ସହ ସମସ୍ତ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଶିମିଳିପାଳ ଅଭୟାରଣ୍ୟ ଅଗ୍ନିକାଣ୍ଡ ଏବେ ନିୟନ୍ତ୍ରଣରେ ଅଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଲେ, ଶିମିଳିପାଳ କେବଳ ଓଡ଼ିଶା କିମ୍ବା ଭାରତର ନୁହେଁ ଏହା ସମଗ୍ର ବିଶ୍ୱର ଅମୂଲ୍ୟ ସମ୍ପଦ । ତେଣୁ ଏହାର ସୁରକ୍ଷା ପାଇଁ ସତର୍କ ରହିବା ସହ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଶିମିଳିପାଳ ଅଭୟାରଣ୍ୟ ସଂପର୍କରେ ବୈଠକରେ ସୂଚନା ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଙ୍ଗଲ ଓ ପରିବେଶ ବିଭାଗ ଡ. ମୋନା ଶର୍ମା କହିଲେ, ଶିମିଳିପାଳରେ ଲାଗିଥିବା ନିଆଁ ଏବେ ନିୟନ୍ତ୍ରଣରେ ଅଛି । ଏଥିରେ କୌଣସି ଜୀବନ ହାନି ହୋଇନି । ନିଆଁକୁ ନିୟନ୍ତ୍ରଣ କରବାକୁ ଏସଓପି ଜାରି କରାଯାଇଛି । ବଡ଼ ବଡ଼ ଗଛଗୁଡ଼ିକର କିଛି କ୍ଷତି ହୋଇନି । ସେଠାର ସ୍ଥିତି ସଂପର୍କରେ ରାଜ୍ୟ ସରକାରଙ୍କୁ ଓ ଜିଲା୍ଲପାଳଙ୍କୁ ଅଗବତ କରାଇବାକୁ ଡିଏଫ୍ଓଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି । ଏ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପାଣ୍ଡିଆନ ଓ ଜଙ୍ଗଲ ବିଭାଗର ବରିÂ ପଦାଧିକାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons