ସୁକିନ୍ଦା,(ବି.ବି.ନ୍ୟୁଜ୍): ସୁକିନ୍ଦା ବନାଞ୍ଚଳ ଅନ୍ତର୍ଗତ ହରିପୁର ଗ୍ରାମ ହାଟସାହିର ଦୋଳେନ୍ଦ୍ର ଭୂୟାଁଙ୍କ କୂଅରେ ମଙ୍ଗଳବାର ରାତିରେ ଏକ ଭାଲୁ ଖାଦ୍ୟ ଅନ୍ୱେଷଣରେ ଆସି ପଡ଼ି ଯାଇଥିଲା । ଅଗ୍ନିଶମ କର୍ମଚାରୀ ଖବର ପାଇ ମଢ଼ଧ୍ୟ ନ ଆସିବାରୁ ଉଦ୍ଧାରରେ ବିଳମ୍ବ ହୋଇଥିଲା । ତେଣୁ କୂଅରେ ଅଣନିଃଶ୍ୱାସୀ ହୋଇ ଭାଲୁଟିର ମୃତ୍ୟୁ ଘଟିଥିଲା । ମୃତ ଭାଲୁଟିକୁ ସୁକିନ୍ଦା ବନ ବିଭାଗ ବ୍ୟବଚ୍ଛେଦ ପରେ ପୋତି ଦେଇଛି ।
ମଙ୍ଗଳବାର ରାତି ପ୍ରାୟ ୮ଟାରେ ସୁକିନ୍ଦା ବନାଞ୍ଚଳ ଅନ୍ତର୍ଗତ ଡଲକି ଓ ଖରଡ଼ି ପାହାଡରୁ ଏକ ଭାଲୁ ଖାଦ୍ୟ ଅନ୍ୱେଷଣରେ ହରିପୁର ହାଟ ଆଡ଼େ ଚାଲି ଯାଇଥିଲା । ହାଟସାହିର ଦୋଳେନ୍ଦ୍ର ଭୂୟାଁଙ୍କ ବାଡ଼ିରେ ଥିବା ଏକ ପଣସ ଗଛରେ ଥିବା ପାଚିଲା ପଣସ ଖାଇବାକୁ ତାଙ୍କ ବାଡ଼ିରେ ପଶିବା ବେଳେ ଗଛ ନିକଟରେ ଥିବା ଏକ ଗଭୀର ପରିତ୍ୟକ୍ତ କୂଅରେ ଭାଲୁଟି ଖସି ପଡ଼ିଥିଲା । ଭାଲୁର ଗର୍ଜନ ଶୁଣି ସେହି ବାଟେ ଯାଉଥିବା କିଛି ଲୋକ କୂଅ ନିକଟ ଯାଇ ପ୍ରଥମେ ଏହାକୁ ମଇଁଷି ବୋଲି ଭାବିଥିଲେ । ଲାଇଟ୍ ପକାଇ ଏହା ଭାଲୁ ବୋଲି ଜାଣିବାକୁ ପାଇଥିଲେ । କୂଅରେ ୧୫ଫୁଟରୁ ଅଧିକ ପାଣି ଥିବାରୁ ପ୍ରଥମେ ଲୋକମାନେ ବାଉଁଶ ପକାଇ ଭାଲୁଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ମାତ୍ର ଜୀବନ ରକ୍ଷା ପାଇଁ ଚେଷ୍ଟା କରୁଥିବା ଭାଲୁଟି ବାଉଁଶଗୁଡ଼ିକୁ ପାଟିରେ ଖଣ୍ଡଖଣ୍ଡ କରି କାଟି ନଷ୍ଟ କରି ଦେଇଥିଲା । ଫଳରେ ଗାଁ ଲୋକେ ସୁକିନ୍ଦା ବନ ବିଭାଗକୁ ଖବର ଦେଇଥିଲେ । ସୁକିନ୍ଦା ବନ ବିଭାଗର ସହକାରୀ ବନ ସଂରକ୍ଷକ ସୌଭାଗ୍ୟ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ôଚ ଭାଲୁଟିକୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ।
ଖବର ପାଇଁ ହରିପୁର ଅଞ୍ଚଳର ଶତାଧିକ ଲୋକେ ସଂପୃକ୍ତ କୂଅ ନିକଟରେ ରୁଣ୍ଡ ହେବା କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା । ଅଧିକ ପାଣି ଥିବାରୁ ଓ ଜଙ୍ଗଲୀ ଭାଲୁର ହିଂସ୍ର ରୂପ ଦେଖି କୂଅ ଭିତରକୁ ପଶିବାକୁ କେହି ସାହସ କୁଳାଇ ପାରିନଥିଲେ । ସୁକିନ୍ଦା ଅଗ୍ନିଶମ ବିଭାଗକୁ ସହାୟତା ପାଇଁ ଖବର ଦିଆଯାଇଥିଲେ ମଧ୍ୟ ସେମାନେ ଆସି ନଥିଲେ । ଶେଷରେ ବନ ବିଭାଗ କର୍ମଚାରୀମାନେ ୧୦କିମି ସୁକିନ୍ଦାକୁ ଫେରି ଅଗ୍ନିଶମ କାର୍ଯ୍ୟାଳୟକୁ ଯାଇଥିଲେ । ଏହା ପରେ ମଧ୍ୟ କୌଣସି କର୍ମଚାରୀ ଘଟଣାସ୍ଥଳକୁ ଆସିବା ପରିବର୍ତ୍ତେ କିଛି ଉଦ୍ଧାର କରିବା ସାମଗ୍ରୀ ପ୍ରଦାନ କରିଥିଲେ । ଉଦ୍ଧାର ସାମଗ୍ରୀ ସହାୟତାରେ ବନ ବିଭାଗ କର୍ମଚାରୀମାନେ ଗଭୀର କୂଅ ଭିତରୁ ଗୁରୁତର ଅବସ୍ଥାରେ ଭାଲୁଟିକୁ ଉଦ୍ଧାର କରି ସୁକିନ୍ଦା ଆଣିଥିଲେ । ସୁକିନ୍ଦା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ପହଞ୍ôଚବା ବେଳକୁ ଭାଲୁଟିର ମୃତ୍ୟୁ ହୋଇଯାଇଥିଲା । ଭାଲୁଟି ବୟସ୍କ ଥିଲା ।
Comments are closed, but trackbacks and pingbacks are open.