ଅଗ୍ନିଶମ ଡିଜି ଦାୟିତ୍ୱ ନେଲେ ଏମ୍. ଅକ୍ଷୟ

Get real time updates directly on you device, subscribe now.

କଟକ, (ବି.ବି.ନୁ୍ୟଜ): ବରିÂ ଆଇପିଏସ୍ ଅଫିସର ଏମ୍. ଅକ୍ଷୟ ଆଜି ଅଗ୍ନିଶମ ସେବା ସଂସ୍ଥା, ଗୃହରକ୍ଷୀ ଏବଂ ବେସାମରିକ ବାହିନୀ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅଗ୍ନିଶମ ସେବା ସଂସ୍ଥା ନିଦେ୍ର୍ଧଶାଳୟରେ ସେ ଦାୟିତ୍ୱ ଗ୍ରହଣ ସମୟରେ ଅତିରିକ୍ତ ଡିଜି ସୌମ୍ୟା ମିଶ୍ର, ଆଇଜି ଅସିତ୍ ପାଣିଗ୍ରାହୀଙ୍କ ସମେତ ଅନ୍ୟ ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ । ଅଗ୍ନିଶମ ସଂସ୍ଥା ଜରୁରି କଲ୍ ପାଇବା ମାତ୍ରେ ତତ୍କ୍ଷଣାତ କିପରି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇପାରିବ ସେ ଦିଗରେ ଅଧିକ ଗୁରୁତ୍ୱ ରହିବ ବୋଲି ନବନିଯୁକ୍ତ ଡିଜି ଶ୍ରୀ ଅକ୍ଷୟ କହିଛନ୍ତି । ସେହିପରି ଅଗ୍ନିକାଣ୍ଡ ଏବଂ ଅନ୍ୟାନ୍ୟ ଉଦ୍ଧାର କାର୍ଯ୍ୟ ପାଇଁ ବିଭାଗୀୟସ୍ତରରେ ଅତ୍ୟାଧୁନିକ ସରଞ୍ଜାମ ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।
ସୂଚନାଯୋଗ୍ୟ, ବରିÂ ଆଇପିଏସ୍ ଅଫିସର ଏମ୍. ଅକ୍ଷୟ ଏହା ପୂର୍ବରୁ ପୁଲିସ୍ ହାଉସିଂ କର୍ପୋରେସନ୍ର ନିଦେ୍ର୍ଧଶକ ଥିଲେ । ରାଜ୍ୟ ସରକାର ଗତକାଲି ଆଇପିଏସ୍ ସ୍ତରରେ ଅଦଳବଦଳ କରିବା ପରେ ଶ୍ରୀ ଅକ୍ଷୟଙ୍କୁ ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ବାହିନୀକ ଡିଜି ଭାବେ ବଦଳି କରାଯାଇଥିଲା । ୧୯୮୮ ବ୍ୟାଚ ଆଇପିଏସ୍ ଅଫିସର ଶ୍ରୀ ଅକ୍ଷୟ କେନ୍ଦ୍ରାପଡ଼ା, କଳାହାଣ୍ଡି, ମୟୂରଭଞ୍ଜ, ଅନୁଗୋଳ, କଟକ ଜିଲ୍ଲା ଏସ୍ପି ଦାୟିତ୍ୱରେ ରହିବା ସହ ଭିଜିଲାନ୍ସ ଡିଆଇଜି, ଆଇଜି, ପୁଲିସ୍ ହେଡକ୍ୱାର୍ଟରରେ ଆଇଜି ଫାଇନାନ୍ସ, ଆଇଜି ପର୍ସୋନେଲ୍, ଷ୍ଟେଟ୍ କ୍ରାଇମ୍ ରେକଡ୍ ବୁ୍ୟରୋ ସଂସ୍ଥାରେ ଏଡିଜି ଆଦି ରାଜ୍ୟ ପୁଲିସ୍ବାହିନୀ ବହୁ ଗୁରୁତ୍ୱପୂର୍ଣ୍ଣ ପଦବିରେ ରହି ସୂଚାରୁ ରୂପେ ନିଜ ଦାୟିତ୍ୱ ତୁଲାଇଛନ୍ତି । ଏଥିପାଇଁ ତାଙ୍କୁ ରାଷ୍ଟ୍ରପତି ପଦକଠାରୁ ଆରମ୍ଭ କରି ବହୁ ପୁଲିସ୍ ମେଡାଲ୍ ଏବଂ ପ୍ରଶଂସାପତ୍ର ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons