ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ଢେଙ୍କା ଅଙ୍ଗନଓ୍ବାଡି କେନ୍ଦ୍ରରେ ଘଟିଛି ଅଘଟଣ। ଅଙ୍ଗନଓ୍ବାଡି ଶିଶୁଙ୍କ ପାଇଁ ରନ୍ଧା ହୋଇଥିବା ଡାଲମାରୁ ମୃତ ଝିଟିପିଟି ବାହାରିବାକୁ ନେଇ ଅଭିଭାବକ ମହଲରେ ଉତ୍ତେଜନା ପ୍ରକାଶ ପାଇଛି । ପ୍ରସ୍ତୁତ ଡାଲମାକୁ ଅଙ୍ଗନଓ୍ବାଡି ଶିଶୁ, ଶିଶୁମନାଙ୍କର କିଛି ମା’, ଅଙ୍ଗନଓ୍ବାଡି କର୍ମୀ ଓ ପାଚିକା ଖାଇଥିଲେ।
ଅଙ୍ଗନଓ୍ବାଡି କର୍ମୀଙ୍କ ଖାଦ୍ୟ ଥାଳିରୁ ଝିଟିପିଟି ବାହାରିବା ପରେ ଘଟଣା ଜଣାପଡ଼ିଥିଲା। ଏନେଇ ଅଭିଭାବକ ମହଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ତୁରନ୍ତ ୧୪ ଜଣ ଶିଶୁଙ୍କ ସମେତ ଅଙ୍ଗନଓ୍ବାଡି କର୍ମୀଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଡାଲମା ଖାଇଥିବା କାହାରି ଦେହରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟାର ଲକ୍ଷଣ ନଥିବାରୁ ଡାକ୍ତର ସେମାନଙ୍କୁ ଅବଜରଭେସନରେ ରଖିଥିବା କହିଛନ୍ତି।
Comments are closed, but trackbacks and pingbacks are open.