ଅଙ୍ଗନବାଡି ଗୃହରୁ ଯୁବକଙ୍କ ଶବ ଉଦ୍ଧାର ଘଟଣା:ଗ୍ରାମବାସୀ ଘେରିଲେ ଥାନା, ବିଏସଏଫ୍ କ୍ୟାମ୍ପ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଧୂଳିପୁଟ ପଞ୍ଚାୟତ ରାଙ୍ଗିନିଗୁଡା ଗାଁର ରାଜୁ ହନ୍ତାଳଙ୍କ ଶବ ଏକ ପରିତ୍ୟକ୍ତ ଅଙ୍ଗନବାଡି ଗୃହରୁ ମିଳିଥିଲା । ବିଏସଏଫ୍ ଯବାନ ରାଜୁଙ୍କୁ ଡାକିନେଇଥିଲେ । କିନ୍ତୁ ସେ ଘରକୁ ନଫେରିବା ଓ ପରେ ତାଙ୍କ ଶବ ଉଦ୍ଧାର ଘଟଣାକୁ ନେଇ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଆଜି ଯବାନଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ଶତାଧିକ ଗ୍ରାମବାସୀ ପାପରମେଟଲା ଥାନା ଓ ବଡପଡା ବିଏସଏଫ୍ କ୍ୟାମ୍ପ ଘେରାଉ କରିଛନ୍ତି । ସହକାରୀ ଏସପି ବିଷ୍ଣୁମୋହନ ମୁଆଖିଆଙ୍କ ସମେତ ବିଭାଗୀୟ ଅଧିକାରୀ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପରେ ଶବ ବ୍ୟବଚ୍ଛେଦ ପାଇଁ ଗ୍ରାମବାସୀ ରାଜି ହୋଇଥିଲେ । ତେବେ ପାପରମେଟଲା ବିଏସଏଫ କ୍ୟାମ୍ପ ଆଗରେ ଗ୍ରାମବାସୀ ଧାରଣାରେ ବସିଥିବା ଜଣାପଡିଛି ।
ଆଜି ସକାଳେ ପାପରମେଟଲା ଥାନା ଓ ବଡପଡା ବିଏସଏଫ କ୍ୟାମ୍ପଆଗରେ ଧୂଳିପୁଟ, ଜନ୍ତାପାଇ ଗାଁ ସମେତ ଆଖପାଖ ଅଞ୍ଚଳର ୬ଖଣ୍ଡ ଗାଁର ଶତାଧିକ ଆଦିବାସୀ ପୁରୁଷ ମହିଳା ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗ୍ରାମବାସୀଙ୍କ କହିବା ପ୍ରକାରେ ରାଙ୍ଗିନିଗୁଡା ଗାଁର ରାଜୁ ହନ୍ତାଳ ଜଣେ ଆଦିବାସୀବ୍ୟକ୍ତି, ସେ ତାଙ୍କ ଝିଅ ସହିତ ଜନ୍ତାପାଇ ହାଟକୁ ଯାଇଥିଲେ । ଦୁଇଜଣ ବିଏସଏଫ ଯବାନ ତାଙ୍କୁ କେଉଁଆଡେ ଡାକି ନେଇଥିଲେ ବୋଲି ତାଙ୍କ ଝିଅ ଗ୍ରାମବାସୀଙ୍କୁ କହିଥିଲେ । ହାଟରେ ବହୁସମୟ ଅପେକ୍ଷା କରିବା ପରେ ବାପା ନ ଫେରିବାରୁ ଝିଅ ଏକାକୀ ଘରକୁ ଫେରିଥିଲେ । ଜନ୍ତାପାଇ ଗାଁର ଏକ ପରିତ୍ୟକ୍ତ ଅଙ୍ଗନବାଡି ଗୃହରୁ ଶନିବାର ରାଜୁଙ୍କ ଶବ ଉଦ୍ଧାର କରାଯାଇଥିଲା । ରାଜୁଙ୍କୁ ଯବାନମାନେ ହତ୍ୟାକରି ଫିଙ୍ଗିଦେଇଥିବା ପରିବାର ସହ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଥାନା ଓ କ୍ୟାମ୍ପ ଘୋରାଉ ଖବର ପାଇ ସହକାରୀ ଏସ୍ପି ବିଷ୍ଣୁ ମୋହନ ମୁଅାଁଖିଆ, ଚିତ୍ରକୋଣ୍ଡା ଥାନା ଆଇଆଇସି ଯୁଗଳକିଶୋର ଶବର, ମାଲକାନଗିରି ଆଇଆଇସି ରାମପ୍ରସାଦ ନାଗ, ପାପରମେଟଲା ଥାନା ଅଧିକାରୀ ଲକ୍ଷ୍ମୀନାରାୟଣ ମୁଦୁଲି ପ୍ରମୁଖ ପହଞ୍ଚିଥିଲେ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ । ହତ୍ୟା କରାଯାଇଥିଲେ, ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଗ୍ରାମବାସୀ ବ୍ୟବଚ୍ଛେଦ ପାଇଁ ଶବକୁ ଛାଡିଥିଲେ । ଜିଲ୍ଲା ହସ୍ପିଟାଲରେ ସ୍ୱତନ୍ତ୍ର ଭାବେ ଭିଡିଓ ସୁଟିଂ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି । ଉତ୍ତ୍ୟକ୍ତ ଗ୍ରାମବାସୀ ବଡପଡା କ୍ୟାମ୍ପରୁ ଚାଲିଆସି ପାପରମେଟଲା କ୍ୟାମ୍ପ ଆଗରେ ଖବର ଲେଖା ହେବା ସୁଦ୍ଧା ଧାରଣା ଦେଇଛନ୍ତି । ଅଭିଯୁକ୍ତ ଯବାନଙ୍କୁ ଗିରଫ କରିବାକୁ ଦାବି କରି ନିଜ ଜିଦ୍ରେ ଅଟଳ ରହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons